ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ୟାରିସ ଆସନ୍ତା ମାସରେ ବଜାରକୁ ଆସିବ । ଆଜିଠାରୁ ଏହାର ପ୍ରିଲଞ୍ଚ ବୁକିଂ ଆରମ୍ଭ ହୋଇଛି । ଗ୍ରାହକମାନେ ୫୦ ହଜାର ଦେଇ ଏହାର ବୁକିଂ କରିପାରିବେ । ଏହାର ବିଭିନ୍ନ ଭ୍ୟାରିଆଣ୍ଟର ମୂଲ୍ୟ ୮,୭୫,୦୦୦ ଟଙ୍କାରୁ ୧୪,୦୭,୦୦୦ ଟଙ୍କା ରହିଛି। ଏହା ଟୟୋଟାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତାକୁ ପ୍ରତିପାଦିତ କରିବାକୁ ସକ୍ଷମ ହେବ। ୟାରିସ୍ ବିଳାସପୂର୍ଣ୍ଣ ଆରାମଦାୟକ ଶ୍ରେଣୀର ପ୍ରିମିୟମ ଯାନ ମଧ୍ୟରେ ବିଶେଷ ଆଦୃତି ଲାଭ କରିବାକୁ ସକ୍ଷମ ହେବ।
ଏଥିରେ ୭ ଏସ୍ଆର୍ଏସ୍ ଏୟାର ବ୍ୟାଗ୍, ପାୱାର ଡ୍ରାଇଭ୍ ସିଟ୍, ସମସ୍ତ ୪ ଚକରେ ଡିକ୍ସ୍ ବ୍ରେକ୍, ସମ୍ମୁଖ ଓ ପଛ ପାର୍କିଂ ସେନସର୍, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍, ଭେଇକିଲ୍ ଷ୍ଟାବିଲିଟି କଣ୍ଟ୍ରୋଲ, ଇଲୋକ୍ଟୋନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବ୍ୟୁସନ୍, ରୁଫ୍ ମାଉଣ୍ଟେଡ୍ ଏୟାର ଭେଣ୍ଟ, ଟିପିଏମ୍ଏସ୍, ୬୦:୪୦ ସ୍ପ୍ଲିଟ୍ ରିୟର ସିଟ୍, ଟଚ୍ ସ୍କ୍ରିନ୍ ନାଭିଗେସନ୍, ସିଭିଟି ଏବଂ କ୍ରୁଏଜ୍ କଣ୍ଟ୍ରୋଲପାଇଁ ପାଡେଲ ସିଫ୍ଟ, ପୁଶ୍ ଷ୍ଟାର୍ଟ, ଏଲଇଡି ଲାଇନ୍ ଗାଇଡ୍ ହେଡ୍ ଲ୍ୟାଭ୍ପ୍, ଏବ ଟେଲ୍ ଲ୍ୟାମ୍ପ, ପିଆନୋ ବ୍ଲାକ୍ ଇଣ୍ଟେରିୟର, ୱାଟର ଫଲ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି। ୟାରିସ୍ରେ ୧.୫ ଲିଟର ଡୁଆଲ୍ ଭିଭିଟି ଆଇ ଗ୍ୟାସୋଲିନ୍ ଇିନ୍, ୭ ସ୍ପିଡ୍ ସିଭିଟି, ୬ ସ୍ପିଡ୍ ଏମ୍ଟି ଆଦି ବୈଶିଷ୍ଟ୍ୟ ରହିଛି। ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର ସହକାରୀ ପରିଚାଳନା ନିର୍ଦ୍ଦେଶକ ଏନ୍. ରାଜା କହିଲେ, ‘ୟାରିସ୍ ଦେଶବ୍ୟାପୀ ବେଶ୍ ଆଦୃତି ଲାଭ କରିପାରିଛି। ଏହାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତା ଆଦି ବୈଶିଷ୍ଟ୍ୟ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି। ଆମେ ଭାରତରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉତ୍ପାଦ ପ୍ରସ୍ତୁତ କରିଥାଉ। ଏହି ନୂତନ ଉତ୍ପାଦ ମାଧ୍ୟମରେ ଟୟୋଟା ଗ୍ରାହକଙ୍କ ନିକଟରେ ନିଜର ଲୋକପ୍ରିୟତା ପୁଣି ଜାହିର୍ କରିବାକୁ ସକ୍ଷମ ହୋଇପାରିବ। ୟାରିସ୍ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିପାରିବ ।
- 49Shares