
ମ୍ୟାଲେରିଆ ସଂକ୍ରମଣଜନିତ ସମସ୍ୟାରୁ ରକ୍ଷା ପାଇବାର ସହଜ ଉପାୟ ହାତ ପାଅନ୍ତାରେ ରହିଛି। ଏଭଳି ଏକ ଉପାୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ମ୍ୟାଲେରିଆ ସଂକ୍ରମଣରୁ କିପରି ସହଜରେ ରକ୍ଷା ପାଇହେବ ସେ ନେଇ ସିଡ୍ନୀ ୟୁନିଭର୍ସିଟିର ମ୍ୟାଲେରିଆ ବିଶେଷଜ୍ଞମାନେ ଗବେଷଣା କରିଥିଲେ। ଯଦି ଜଣେ ବ୍ୟକ୍ତି ନିୟମିତ ଭିଟାମିନ ଏଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ଏଥିରୁ ଅନେକାଂଶରେ ଉପଶମ ମିଳିବ ବୋଲି ସେମାନେ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଗବେଷଣା ସମୟରେ ସେମାନେ ମ୍ୟାଲେରିଆ ସଂକ୍ରମଣ ସମସ୍ୟା ସହ ଜଡିତ କେତେଜଣ ବ୍ୟକ୍ତିଙ୍କୁ ନିୟମିତ ଭିଟାମିନ୍ ‘ଏ’ଯୁକ୍ତ ଖାଦ୍ୟ ଖାଇବାକୁ ଦେଇଥିଲେ। ଅପରପକ୍ଷରେ ନିୟମିତ ସମୟ ଅନ୍ତରାଳରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମ୍ୟାଲେରିଆ ସଂକ୍ରମଣରୁ ଉପଶମ ଲାଭ କରୁଥିବା ଜଣାପଡିଥିଲା।
Loading...
Share It
- 104Shares