ମହିଳାମାନେ ନିଜର ସୁରକ୍ଷା କିପରି ନେବେ ?

ଜୀବନଚର୍ଯ୍ୟା

ଆଜିକାଲି ପ୍ରାୟ ଅଧିକାଂଶ ମହିଳା ବାହାରେ ଚଳପ୍ରଚଳ କରିବା ସମୟରେ ହେଉ ବା ଏକୁଟିଆ ରହୁଥିଲେ ନିଜକୁ ସୁରକ୍ଷିତ ମନେ କରୁନାହଁନ୍ତି । ସେଥିପାଇଁ ନିଜ ସୁରକ୍ଷା ଜାଣିବା ଜରୁରୀ।

 

Loading...

ନିଜ ସୁରକ୍ଷା ନେବାର ଉପାୟ :-
=> ବାହାରକୁ ଯିବା ପୂର୍ବରୁ ନିଜକୁ ପୂର୍ବରୁ ପ୍ରସ୍ତୁତ କରନ୍ତୁ । ଯଦି ବାଟରେ କିଛି ଅଘଟଣ ଘଟେ ତାହାର ଯେମିତି ନିଜ ସାମର୍ଥ୍ୟ ଅନୁସାରେ ମୁକାବିଲା କରିପାରିବେ ।
=> ଯଦି ଆପଣ କୌଣସି ଆପାର୍ଟମେଣ୍ଟରେ ରହୁଛନ୍ତି ଏବଂ ଅକସ୍ମାତ କୌଣସି ଅସୁବିଧାରେ ପଡିଛନ୍ତି ତେବେ ଫ୍ଲୋରର ବଟନ୍ ଗୁଡିକୁ ଟିପି ଦିଅନ୍ତୁ । ଯାହାଦ୍ୱାରା ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତି ଆପଣଙ୍କୁ ମୁକୁଳାଇବା ପାଇଁ ସେମାନେ ଚେଷ୍ଟା କରିବେ ।
=> ଯଦି ଆପଣଙ୍କୁ କିଏ ହଇରାଣ କରିବାକୁ ଚେଷ୍ଟା କରୁଛି ତେବେ ସେଠାରେ ସ୍ଥିର ଭାବରେ ଠିଆ ହୋଇ ପ୍ରଥମେ ସେହି ବ୍ୟକ୍ତିଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ରହିବାକୁ ଚେଷ୍ଟା କରନ୍ତୁ । ଯଦି ସେ
ବ୍ୟକ୍ତି ଆପଣଙ୍କୁ ଆକ୍ରମଣ କରନ୍ତି ତେବେ ନିଜସ୍ୱ ବୁଦ୍ଧି ଖଟାଇ ପ୍ରତିଆକ୍ରମଣ କରିପାରିବେ ।

 ମହିଳାମାନେ ନିଜର ସୁରକ୍ଷା କିପରି ନେବେ ?

=> ମୋବାଇଲ୍ ଫୋନ୍ ରେ କେତୋଟି ଆପ୍ ଡାଇନ୍ଲୋଡ୍ କରନ୍ତୁ । ଯାହାକୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିପାରିବେ । ଏପରି କିଛି ଆପ୍ସ ରହିଛି ଯାହାକୁ ଟଚ କରିବା ମାତ୍ରେ ତାହା ସାଇରନ୍ ପରି ବାଜିଉଠିବ । ଏହାଦ୍ଵାରା କେହି କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ।
=> ଯିଏ ଆପଣଙ୍କୁ ଆକ୍ରମଣ କରୁଛି ଉପସ୍ଥିତ ବୁଦ୍ଧି ଖଟାଇ ତାହାର ଦୁର୍ବଳତାକୁ ଜାଣିନିଅନ୍ତୁ ।
=> ମୋବାଇଲ୍ ରେ ଏଭଳି କିଛି ବ୍ୟକ୍ତିଙ୍କ ନମ୍ବର ରଖନ୍ତୁ ଯେଉଁମାନେ ଆପଣଙ୍କୁ ଅଘଟଣ ସମୟରେ ସାହାଯ୍ୟ କରିପାରିବେ।
=> ଆଜିକାଲି ଗହଣାଚୋରି, ଅସଦାଚରଣ ଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେଣୁ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତାର ସହ ଯିବା ଆସିବା କରନ୍ତୁ । ରାସ୍ତାରେ ଯିବା ସମୟରେ ନିଜର ଆଗପଛ ଏବଂ ଦୁଇ ପଟକୁ ନଜର ରଖନ୍ତୁ । ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଅନୁସରଣ କରୁଛି ବୋଲି ହୃଦୟଙ୍ଗମ ହୁଏ ତେବେ ଭୟ ନ କରି ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକନ୍ତୁ । ଆଜିକାଲି ମୋବାଇଲ୍ ର ବ୍ୟବହାର ସାଧାରଣ ହୋଇଗଲାଣି। ତେଣୁ ତୁରନ୍ତ ପୋଲିସ୍ ହେଲପ ଲାଇନ ନମ୍ବର ଡାଏଲ କରି ଘଟଣା ସମ୍ପର୍କରେ ସେମାନଙ୍କୁ ଜଣାଇ ଦିଅନ୍ତୁ ।
=> ନିଜକୁ କିପରି ଶତ୍ରୁ କବଳରୁ ରକ୍ଷା କରିବେ ସେଥିପାଇଁ କେତେକ ୱେବ୍ ସାଇଟ୍ ରହିଛି । ସେ ବିଷୟରେ ଅବଗତ ହୋଇ ସେଥିରେ ଉପଲବ୍ଧ ଟିପ୍ସକୁ ଆପଣାନ୍ତୁ ।
=> ଯଦି ସମୟ ମିଳୁଛି ସେଲ୍ଫ ଡ଼ିଫେନ୍ସର ଏକ କୋର୍ସ କରି ନିଅନ୍ତୁ ।
=> ହାତରେ ଏପରି ଏକ ମୁଦି ପିନ୍ଧନ୍ତୁ ଯାହା ସେଲ୍ଫ ଡ଼ିଫେନ୍ସ ପରି କାମ କରିପାରିବ ।

  •  

 

Loading...
Share It
  • 12
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.