ମହା ସଙ୍କଟରେ ବରୀ ରାଜନୀତି, ସବୁ ଅଙ୍କ ଭୂଲ ହୋଇଯିବ ,ପୁରୁଣା ବିଜେଡି ଘରମୁଁହା !

ଓଡିଶା ନ୍ୟୁଜ୍

 

ଯାଜପୁର- ବିଧାନ ସଭା ନିର୍ବାଚନ ଆଉ କିଛିଦିନ ରହିଲା । ବରୀ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୪ଥର ନିର୍ବାଚିତ ହୋଇଥିବା ବିଜୁ ଜନତାଦଳ ପ୍ରାର୍ଥୀ ଦେବାଶିଷ ନାୟକଙ୍କୁ ଟିକେଟ ମିଳିଲା ନାହିଁ । ରାଜ୍ୟ ସଂପାଦକ ତଥା ଆଶାୟୀ ପ୍ରାର୍ଥୀ ବିଜୟ ନାୟକଙ୍କୁ ମଧ୍ୟ ଟିକେଟ ମିଳିଲା ନାହିଁ । ଯାଜପୁର ବିଧାୟକ ବବି ବାବୁଙ୍କ ଗୋଟି ଚାଳନାରେ ବିଜେପି ଚେୟାରମ୍ୟାନ ସୁନନ୍ଦା ଦାସ ଶେଷ ସମୟରେ ଟିକେଟ ଅକ୍ତିଆର କଲେ । ତେବେ ପୂର୍ବ ଆଲୋଚନା ଓ ଆକଳନ ମଧ୍ୟ ମିଥ୍ୟା ହେଲା । ସଭିଙ୍କ ମନରେ ଧାରଣା ଥିଲା ଯାହା ହୋଇ ଯାଇ ପାରେ ଦେବାଶିଷ ନାୟକ ଟିକେଟ ପାଇବେ । ତାହା ମଧ୍ୟ ଭୂଲ ହୋଇ ଗଲା ।ତେବେ ଦେବାଶିଷଙ୍କର ରାଜନିତୀ ଏହିଠାରୁ ସମାପ୍ତ ହେଲା କି ତା ପଛରେ ନବୀନ ପଟ୍ଟନାୟକଙ୍କର କଣ ଇଚ୍ଛା ଅଛି ତାହା ମଧ୍ୟ କହିବା କଷ୍ଟସାଧ୍ୟ ।ଆଜି ଦିନରେ ସାରା ଓଡିଶାରେ ସବୁ ରାଜନୈତିକ ଦଳରେ ଦେଖା ଯାଉଛି ଯେଉଁଠି ଯିଏ ଟିକେଟ ନପାଇଛି ତାହାର ଲୋକ ମାନେ ଦଳ କାର୍ଯ୍ୟାଳୟ ନିକଟରେ ହେଉ ବା କେଉଁଠି ବି ହୋ ହାଲ୍ଲା କରୁଛନ୍ତି । ବରୀରେ ସେକଥା ମଧ୍ୟ ନାହିଁ । ବିଜେଡି ଦଳ ତରଫରୁ ସୁନନ୍ଦା ଦାସ ପ୍ରାର୍ଥୀ ଘୋଷିତ ହେଲା ପରେ କାହାର ବି ଟିକିଏ ବିରୋଧାଭାଷ ଶୁଭୁନାହିଁ । ଏହି କଥାରୁ ସ୍ପଷ୍ଟ ହେଉଛି ଯେ ବରୀ ବିଜେଡି ଦଳ ନବୀନଙ୍କ ନିଷ୍ପତିକୁ ବିରୋଧ କରୁନାହିୁଁ । ଏହା ପରେ ଦବାଶିଷଙ୍କର ମଧ୍ୟ ଟିକିଏ ବି କିଛି ମନ୍ତବ୍ୟ ନାହିଁ କିମ୍ବା ତାଙ୍କୁ ଗଣମାଧ୍ୟମ ପାଖରେ ପାଇବା ମଧ୍ୟ କଷ୍ଟ ହୋଇଛି ।ଅତୀତରେ ତାଙ୍କୁ ମନ୍ତ୍ରୀ ପଦ ହରାଇବା କୁ ପଡିଥିଲା । ଏକପ୍ରକାର ଦଳରୁ ବି ବିତାଡିତ ହେବା ପରି କଥା ହୋଇଥିଲା । ସେତେବେଳେ ଦେବାଶିଷଙ୍କର ଦଳ ବିରୋଧି କିମ୍ବା ନବୀନ ବିରୋଧି ମନ୍ତବ୍ୟ କେବେ କେଉଁଠି ପଦଟିଏ ଦେବାର ନଜିର ମଧ୍ୟ ନାହିଁ । ତେବେ ବିଜେଡି ଦଳର ଏକମାତ୍ର ଶୃଙ୍ଖଳିତ ନେତୃତ୍ୱ ବୋଲି ଦେବାଶିଷଙ୍କୁ ଆକଳନ କରାଯାଇ ପାରେ । ଏହା ପରେ ଦେବାଶିଷଙ୍କୁ ରାଜ୍ୟ ସଭାକୁ ପଠାଇବା କଥା ବିୁଭିନ୍ନ ସ୍ଥାନରେ ଗୁଞ୍ଜରିତ ହେଉଛି । ତାହା କେତେ ସତ ବା କେତେ ମିଛ ସମୟ କହିବ । ବିଧାୟକ ପ୍ରାର୍ଥୀ ସୁନନ୍ଦା ଦାସ ବରୀ ବ୍ଲକର ବିଜେପି ସମର୍ଥୀତ ଚେୟାରମ୍ୟାନ ଅଛନ୍ତି । ସେ କିନ୍ତୁ ବିଜେପିକୁ ଛାଡି ବିଜେଡି ଦଳରେ ମିଶିବା ଫଳରେ ବିଜେପି ବରୀରେ ଦୁଇଭାଗ ହୋଇଛି । ସୁନନ୍ଦାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ(ଦେବୁଲି) ସେ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ତାଙ୍କର ଗୋଟିଚାଳନାକୁ କେହି କେବେ ଛୋଟିଆ ଭାବେ ଦେଖିବା ଭୂଲ ହେବ ।ସେ ବିଜେପି ଦଳରୁ ତାଙ୍କ ପତ୍ନୀ ସୁନନ୍ଦାଙ୍କୁ ଚେୟାରମ୍ୟାନ କରିବାକୁ ନିଜ ଅକ୍ତିଆରରେ ୬ ଗୋଟି ସମିତି ସଭ୍ୟଙ୍କୁ ଆଣିଥିଲେ । ବର୍ତ୍ତମାନର ବେଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକ ବାସ୍ତବରେ ସୁନନ୍ଦା ଚେୟାରମ୍ୟାନ ହେବା ଚାହୁଁ ନଥିଲେ । ତେବେ ଗୋଳକୁଣ୍ଡ ପଂଚାୟତର ସୁବୋଧ ଜେନାଙ୍କ ପତ୍ନୀ ବାସନ୍ତୀ ଜେନା ବିଜୟ ହୋଇଥିଲେ ତାଙ୍କୁ ଚେୟାରମ୍ୟାନ କରିବାର ଯୋଜନାଥିଲା । ତେବେ ଯାହା ଶୁଣା ଯାଏ ସୁବୋଧ ଜେନାଙ୍କ ପତ୍ନୀ ବାସନ୍ତୀଙ୍କ ପରାଜୟ ପଛରେ ଦେବୁଲି ଦାସ ଙ୍କ ପ୍ରଛନ୍ନ ହାତଥିଲା ।ତାଙ୍କର ପତିପ୍ନନ ମତି ଫଳରେ ସେ ନିଜ ଇଛାକୁ ସାକାର କରିବାରେ ସଫଳ ହୋଇଥିଲେ ।ତେବେ ତାଙ୍କୁ ବିଜେପି କିମ୍ବା ବିଶ୍ୱ ରଂଜନ ଚେୟାରମ୍ୟାନ କରିବାକୁ ଦୟା କରିନାହାଁନ୍ତି କି ନଥିଲେ । ତେଣୁ ଦେବୁଲି ଦାସଙ୍କ ପତ୍ନୀ ସୁନନ୍ଦା ଚେୟାରମ୍ୟାନ ହେବା ତାଙ୍କର ସଂପୂର୍ଣ୍ଣ ସ୍ୱାଧିନ ଥିଲା । ଏମିତି କି ଦେବୁଲି ଦାସଙ୍କୁ ଛାଡି ବରୀଦରେ ବିଶ୍ୱ ମଧ୍ୟ ଚେୟାରମ୍ୟାନ କାହାକୁ କରିବା ସମ୍ଭବ ହୋଇନଥାନ୍ତା ।ଏହି ଦୃଷ୍ଟିରୁ ସୁନନ୍ଦା ଦାସଙ୍କୁ ସାଧାରଣ ଅର୍ଥରେ ନିଆଯାଇ ନପାରେ । ବରୀ ବିଜେଡି ବା ଦେବାଶିଷଙ୍କ ସମର୍ଥକ ମାନଙ୍କର ଯଦି ବିରୋଧ ଥାନ୍ତା ତେବେ କିଛି ବି ହୋହାଲ୍ଲା ହୁଅନ୍ତା ଅନ୍ୟ ପକ୍ଷରେ ଦେବାଶିଷଙ୍କ ମୁଖ୍ୟ ସମର୍ଥକଙ୍କ ମଧ୍ୟରୁ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ସାମଲଙ୍କୁ ଟିକେଟ ପାଇବାର ରାତାରାତି ଦେବୁଲି ଦାସ ନିଜ ସପକ୍ଷକୁ ନେଇଥିବାର ଜଣା ଯାଇଛି । ଅଶୋକ ସାମଲ ଜଣେ ଯୁବ ନେତଋତ୍ୱ ଭାବେ ସମଗ୍ର ବରୀରେ ସୁକ୍ଷାତି ଅର୍ଜନ କରିଛନ୍ତି । ଏମିତି କି ତାଙ୍କ ପଂଚାୟତରେ ସେ ବିଜେଡି ସପକ୍ଷରେ ସର୍ବାଧିକ ଭୋଟ ଅକ୍ତିଆର କରିଥିବାର ନଜିର ଅଛି । ଯାହା କେବଳ ଲୋକମାନଙ୍କର କାମ କରିବା ଫଳରେ ତାଙ୍କୁ ଭଲପାଇ ଏହି ଭୋଟ ହୁଉଏ ବୋଲି ସାରା ବରୀରେ ଆଲୋଚନା ହୁଏ । ତେବେ ବରୀର ସ୍ୱାଭିମାନୀ ଭୋଟର ମାନେ କାହା କଥାରେ ବିକ୍ରିହେବା ପରି ନଜିର ନାହିଁ । ବିଜେଡିର ଦଳୀୟ ଭୋଟ ଶତକଡା ୧ଭାଗ ବ୍ୟତିକ୍ରମ ହେବାର ସମ୍ଭାବନା ଥିବା ବେଳେ , ଦେବୁଲିଦାସଙ୍କ ସପକ୍ଷରେ ଥିବା ସ୍ୱାଧିନ ତଥା ବିଜେପି ଭୋଟର ମାନେ ଯଦି ତାଙ୍କ ସପକ୍ଷରେ ରୁହନ୍ତି , ତେବେ ବରୀରେ ବିଗତଦିନ ଅପେକ୍ଷା ବିଜେଡିର ଶକ୍ତି ବୃଦ୍ଧି ହୋଇଛି ବୋଲି ଧରିବାକୁ ହେବ । ତେବେ ବରୀ ବେଜଡି ସଭାପତି ସେକ୍ ସଫିକ୍ ଉଦ୍ଦିନ ଙ୍କ ପ୍ରତି ଦେବାଶିଷଙ୍କ ଟିକେଟ ନପାଇବା ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି । ତାଙ୍କୁ ବିରୋଧ କରି ଦେବୁଲି ଦାସ ହୁଅନ୍ତୁ ବା ବହୁ ପୁରୁଖା କର୍ମୀ ସଭିଏଁ ବିଜେଡି ଛାଡି ବିଶ୍ୱ ରଂଜନଙ୍କ ସ୍ୱାଧିନ ସଂଗଠନରେ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦେବୁଲି ଦାସ କିମ୍ବା ସୁନନ୍ଦା ଦାସ ପୂର୍ବ ବିଜେଡି କର୍ମୀଙ୍କ ମଧ୍ୟରୁ ଜଣେ ଜଣେ ଥିଲେ । ସେମାନଙ୍କର ଘରବାହୁଡା ହୋଇଛି ବୋଲି ଆଲାଚନା ହେଉଛି । ସ୍ୱାଧିନ ଭାବେ ପୂର୍ବରୁ ଦେବୁଲିଦାସ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଥିବାର ନଜିର ଅଛି । ମହିଳା ପ୍ରାର୍ଥୀ ଭାବେ ତାଙ୍କର ପତ୍ନୀ ସୁନନ୍ଦାମଧୟ ପୂର୍ବରୁ ଜିଲ୍ଲାପରିଷଦ ସଦସ୍ୟ ଥିଲେ ।ଅପର ପକ୍ଷେ ସେ ଯେତେ ବେଳେ ଯେଉଁ ଦଳକୁ ଯାଇଛନ୍ତି ତାଙ୍କର ଜିତାପଟ ଛଡା ପରାଜୟ କେବେ ହୋଇନାହିଁ । ବରୀ ନିର୍ବାଚନ ମଣ୍ଡଳୀରେ ଶୋଭା ଯାତ୍ରା ଗୋଟିଏ , ନିର୍ବାଚନ ବେଳେ ଭୋଟ ଆଉ ଗୋଟିଏ ଆଡେ ଯାଇଥାଏ । ବରୀର ପୂର୍ବତନ ବିଧାୟକ ଶ୍ରୀକାନ୍ତ ଜେନାଙ୍କ ସମୟରେ ତାଙ୍କୁ ହରାଇବା ଲାଗି ରାମଚନ୍ଦ୍ରପୁରକୁ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଆସିଥିଲେ । ପାଦଚଲା ରାସ୍ଥାରେ ମଧ୍ୟ ଚାଲିକି ଯିବା ସମ୍ଭବ ହେଉ ନଥିଲା । ଏତ ଜନସମାଗମ , କିନ୍ତୁ ଫଳ ଓଲଟା ହେଲା ।ପୁଣି ସେଠାରେ କଂଗ୍ରେସ ପ୍ରାର୍ଥି ପରାଜୟ ବରଣ କଲେ ଶ୍ରୀକାନ୍ତଜେନା ବିଜୟ ଲାଭ କଲେ । ପରେ କଂଗ୍ରେସ ଦଳ ତରଫରୁ ନବକିଶୋର ସାମଲ ପ୍ରାର୍ଥୀ ହୋଇଥିଲେ ।ତାଙ୍କର ବିଭିନ୍ନ ସମୟର ଶେଭାଯାତ୍ରାକୁ ତଥା ପ୍ରାର୍ଥୀ ପତ୍ର ଦାଖଲ ବେଳର ଦୃଶ୍୍ୟକୁ ବରୀ ବାସୀ ଆଜି ମଧ୍ୟ ଭୂଲି ନାହାଁନ୍ତି । କିନ୍ତୁ କଣ ହେଲା , ତାହା ମଧ୍ୟ ସଫଳ ହେଲା ନାହିଁ ପୁଣି ବିଜେଡି ଜିତା ପଟନେଇଥିବାର ପୂର୍ବ ନଜିର ଅଛି । ବିଗତ ଦିନରେ ଦେଖା ଯାଇଛି କେନ୍ଦ୍ରରେ ଯେଉଁ ଦଳ ରହିଛି ବରୀ ନିର୍ବାଚନ ମଣ୍ଡଳୀରେ ତାହାର ବିରୋଧି ପ୍ରାର୍ଥୀ ମାନେ ହିଁ ବିଜୟ ଲାଭ କରନ୍ତି । ଚଳିତ ନିର୍ବାଚନ ରେ ତାହା କାଏମ ରହୁଛି କି ପରିବର୍ତ୍ତନ ହେଉଛି ତାହା ଦେଖିବା କଥା । ଏ ସମସ୍ତ କଥାକୁ ସଠିକ ଢଙ୍ଗରେ ବିଚାର କଲେ ବରୀରେ ବିଜେପି ନା ବିଜେଡି କାହାର ବିଜୟ ହେବ ତାହା ମଧ୍ୟ ଏକ ଆଲୋଚ୍ୟ ବିଷୟ ।ବରୀ ବ୍ଲକ ସହିତ ରସୁଲପୁରର ୧୦ ଟି ପଂଚାୟତ ଓ ଯାଜପୁର ବ୍ଲକର ୮ ଟି ପଂଚାୟରର ମିଶ୍ରଣ ହୋଇ ଏହାଏକ ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଛି । ଯେଉଁଠାରେ କି ବିଜେଡି ଦଳର ସ୍ଥିତି ମଜବୁତ । ବବି ବାବୁଙ୍କ ପରାମର୍ଶରେ ସୁନନ୍ଦାଦାସ ଟିକେଟ ପାଇବା କଥା ଯଦି ସ୍ପଷ୍ଟ ତେବେ ତାଙ୍କ ଅଧିନସ୍ଥ ପଂଚାୟତ କିପରି ସୁନନ୍ଦାଙ୍କ ସପକ୍ଷରେ ଯିବ ତାହାକୁ ସେ ନିଶ୍ଚୟ ଅଧିକ ଗୁରୁତ୍ୱ ଦେବେ ବୋଲି ବିବେଚନା କରାଯାଏ । ଠିକ ସେହି ପରି ରସୁଲପୁର ପଂଚାୟତ ସମିତିର ୧୦ ଟି ପଂଚାୟତ ଧର୍ମଶାଳା ବିଧାୟକ ବଳବନ୍ତରାୟଙ୍କ ଅଧିନରେ ଅଛି । ବିଗତ ନିର୍ବାଚନରେ ଦେବାଶିଷଙ୍କୁ ଦ୍ୱୟ ବିଧାୟକ ସଠିକ୍ ଢଙ୍ଗରେ ସହେଯାଗ କରୁନଥିଲେ । ସେହି ପଂଚାୟତ ଗୁଡିକ ବରୀରେ ମିଶ୍ରଣ ହୋଇଥିଲେ ମଧ୍ୟ ଜିତୁ ବାବୁ ଓ ବବିବାବୁଙ୍କ ପ୍ରତି ସେଠାକାର ଭୋଟର ମାନଙ୍କର ଶ୍ରଦ୍ଧା ଓ ଶୁଭୋଚ୍ଛା କେବେ ବି କମ୍ ନଥାଏ । ଉଭୟ ନେତୃତ୍ୱଙ୍କ ଇଚ୍ଛାଧିନ ପ୍ରାର୍ଥୀ ବୋଲି କୁହାଯାଉ ଥିବା ସୁନନ୍ଦାଦାସଙ୍କୁ ସେମାନେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଜିତାପଟ କରାଇବାକୁ ଯତ୍ନନେବେ ବୋଲି ଆକଳନ କରାଯାଏ । ଏ ସମସ୍ତ କଥାକୁ ବିଚାରକୁ ନେଲେ , ଦେବାଶିଷଙ୍କ ଠାରୁ ସୁନନ୍ଦା ବହୁ ଶକ୍ତିଶାଳୀ ପ୍ରାର୍ଥୀର ଆକ୍ଷାବହନ କରିବେ । ତେବେ ବିଜେପିର ଅଙ୍କ କଷା ଆଗାମୀ ଦିନରେ ଯେ ଭୂଲ ନହେବ କିଏ କହିବ । ଆହୁରି ମଧ୍ୟ ଦେଖା ଯାଇଛି ସୁନନ୍ଦାଙ୍କ ପ୍ରାର୍ଥି ହେବା ପରେ ବିଶ୍ୱ ରଂଜନଙ୍କ ସହିତ ଥିବା ବହୁ ନେତୃତ୍ୱ ମାନେ ପୁଣି ନିଜ ପୁରୁଣା ଘରକୁ ବାହୁଡିବାରେ ଲାଗିଛନ୍ତି ।ସମୟ ଆରମ୍ଭ ମାତ୍ର , ଆଉ ୮ ଦିନ ପରେ ବରୀ ନିର୍ବାଚନ ମଣ୍ଡଳୀର ଚିତ୍ର ସ୍ପଷ୍ଟ ହୋଇ ଯିବ ।ଅବଶ୍ୟ ଭାରତୀୟ ଗୁପ୍ତ ଭୋଟ ବ୍ୟବସ୍ଥାରେ କିଛି ବି ଆକଳନ କରିବା ସମ୍ଭବ ନୁହଁ । କିନ୍ତୁ ବରୀ ନିର୍ବାଚନ ମଣ୍ଡଳୀକୁ ସିଂହାବଲୋକନ କଲେ ଏପରି ବିଶ୍ଳେଷଣ ମଧ୍ୟ ଭୂଲ ନୁହଁ । ତାହା ପରେ ବରୀ କଂଗ୍ରେସ ଶୂନ୍ୟ ହେବା ପରି ବିଗତ ଦିନରେ ଲାଗୁଥିବା ବେଳେ, ଯୁବ ନେତା ଉମେଶ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ କଂଗ୍ରେସର ଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ବର୍ତମାନର ଗୋଳିଆ ପାଣି ରୁ ଶେଉଳ ମାରିନେବା ପାଇଁ ଉମେଶ ମଧ୍ୟ ଯୋରଦାର ଅଣ୍ଟା ଭିଡିଥିବାର ଦେଖାଯାଉଛି । ତେବେ କେବଳ ବରୀ ବାସୀନୁହଁ ସମଗ୍ର ଯାଜପୁରରେ ବରୀ ନିର୍ବାଚନ ମଣ୍ଡଳୀ ଏକ ଚ୍ୟାଲେଞ୍ଜ ବୋଲି ଧରିବାକୁ ହେବ ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.