ମଧୁମେହ ନିୟନ୍ତ୍ରଣ ରଖିବାର ପ୍ରାକୃତିକ ଉପାୟ

ସ୍ୱାସ୍ଥ୍ୟ

Image result for yoga

ଡାଇବେଟିସ୍ ବା ମଧୁମେହ ଏଭଳି ଏକ ରୋଗ ଯାହା ଶରୀରରେ ଥରେ ଦେଖାଯାଏ ଆଉ ତାକୁ ରୋକିବା କଷ୍ଟକର ହୋଇପଡେ । ଆଉ ଏଥିପାଇଁ ଧରାବନ୍ଧା ଔଷଧ ନେବାକୁ ପଡ଼ିଥାଏ । ଅନିୟମିତ ଖାଦ୍ୟପାନୀୟ, ମାନସିକ ଚିନ୍ତା, ମୋଟାପଣ, ବ୍ୟାୟାମ ତଥା ଆନୁବଂଶିକ କାରଣରୁ ଏହି ରୋଗ ଦେଖାଦେଇଥାଏ । ଆଜିକାଲି ବହୁ ବ୍ୟକ୍ତି ଡାଇବେଟିସ୍ ପୀଡ଼ିତ । ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ଆସନ୍ତୁ ଜାଣିବା କିଛି ପ୍ରାକୃତିକ ଉପାୟ । କଟିଚକ୍ରାସନ ଅଭ୍ୟାସ କରିବା ପାଇଁ ପ୍ରଥମେ ଠିଆ ହୋଇଯାଆନ୍ତୁ । ଦୁଇ ପାଦ ମଧ୍ୟରେ ଦେଢ଼ ଫୁଟ ଖୋଲା ରଖନ୍ତୁ । ଏବେ କାନ୍ଧ ଉଚ୍ଚାରେ ଦୁଇ ହାତକୁ ଦୁଇ ପଟେ ମେଲାନ୍ତୁ । ଏହା ପରେ ବାମ ହାତକୁ ଡାହାଣ କାନ୍ଧ ଉପରେ ଏବଂ ଡାହାଣ ହାତକୁ ପଛପଟେ ବାମ ପଟ ଅଣ୍ଟା ପାଖରେ ରଖନ୍ତୁ । ନିଃଶ୍ୱା୍ସ ଏବଂ ପ୍ରଶ୍ୱାସ ସାମାନ୍ୟ ରଖି ମୁହଁକୁ ବୁଲାଇ ବାମ ପଟକୁ ରଖିବେ । ଏଇଭଳିସ୍ଥିତିରେ କିଛି ସମୟ ରହିବା ପରେ
ପୁଣି ଡାହାଣ ପଟେ ମଧ୍ୟ ସେଇଭଳି କିଛି ସମୟ କରିବେ । ଏଇଭଳି ଦୁଇ ହାତରେ ୫-୫ଥର କରନ୍ତୁ । ସବୁବେଳେ ମନେ ରଖିବେ ଯାହା କରିବେ ପାଦକୁ ଆଦø ସେହି ସ୍ଥାନରୁ ଘୁଞ୍ଚାଇବେ ନାହିଁ । ଏଇଭଳି ୪ସପ୍ତାହ କଲେ ମଧୁମେହ ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ରଖାଯାଇପାରିବ ।

Loading...
Loading...
Share It
  • 65
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.