ଧରିତ୍ରୀ ମା’ ଙ୍କ ଆଖିରେ ଲୁହ !!

ପ୍ରବନ୍ଧ ବିବିଧ

Related image

ଆମ ଭାରତ ମହାନ , ଆମ ସଂସ୍କୃତି ମହାନ , ଆମ ଧର୍ମ ମହାନ ତଥାପି ଆମ ଭାରତରେ କେବଳ ହିଂସା ଦେଖିବାକୁ ମିଳୁଛି । ଭାରତ ସ୍ଵାଧୀନତା ହୋଇ ଆଜକୁ ୭୨ବର୍ଷ ହେଲାନି । ଭାରତରେ ବହୁତ କିଛି ପରିବର୍ତ୍ତନ ହେଇଛି କିନ୍ତୁ ଗରିବ ଲୋକମାନଙ୍କ ଜୀବନର ଉନ୍ନତି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନି । ସେମାନଙ୍କୁ ଉନ୍ନତି ହେବାକୁ ବାଟ ଦିଶୁନି, କିନ୍ତୁ ନିଜେ କିଛି କରିବା ପାଇଁ ଚେଷ୍ଟା କରିଲେ ସେମାନଙ୍କୁ ସାହାଯ୍ୟ କରିବାପାଇଁ କେହିବି ଆଗେଇ ଆସୁ ନାହାଁନ୍ତି । ସତ କହିବାକୁ ଗଲେ ଭାରତରେ ଭଲ ଲୋକଙ୍କୁ ନ୍ୟାୟ ଦେବା ପାଇଁ ନିୟମରେ କିଛି ବି ପରିବର୍ତ୍ତନ ହେଇନି ତେଣୁ ଆଜି ପର୍ଯ୍ୟନ୍ତ ବହୁତ କିଛି ଲୁଟିବା କାମ ଚାଲୁଛି କିନ୍ତୁ ସେହି ଲୋକ କୁ ଦଣ୍ଡ ମିଳିଲେ ମଧ୍ୟ ଅଳ୍ପ ଦିନରେ ପୁଣି ଘରକୁ ଫେରିଆସେ କାରଣ ସେମାନଙ୍କ ପାଖରେ ପ୍ରଚୁର ଟଙ୍କା ଥାଏ କିନ୍ତୁ ଗରିବ ଲୋକ ପାଖରେ ନା ଟଙ୍କା ଥାଏ ନା କାହାର ସାହାଯ୍ୟ ମିଳେ ତାକୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ତେଣୁ ଧରିତ୍ରୀ ମା’ ଙ୍କ ଆଖିରୁ ଲୁହ ବାହାରୁଛି । ଆଜି ପର୍ଯ୍ୟନ୍ତ ଭାରତରେ ବହୁତ ଅତ୍ୟାଚାର ଚାଲୁଛି କିନ୍ତୁ ସେମାନଙ୍କୁ ଦଣ୍ଡ ମିଳୁନି ।

୧:- ପିଲାମାନେ ବୃଦ୍ଧ ମା’ , ବାପାଙ୍କୁ ଘର ରୁ ବାହାର କରିଦେଉଛନ୍ତି ସେମାନଙ୍କୁ କୌଣସି ଦଣ୍ଡ ମିଳୁନି ।
୨:- ବଳାତ୍କାର କରି ରାସ୍ତା ମଝିରେ ସ୍ଵାଧୀନରେ ସବୁଆଡେ ଯାଇ ପାରୁଛନ୍ତି । ଏଭଳି ଲୋକମାନଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ କି ଅନ୍ୟ ଲୋକମାନେ ଦେଖି ଯେଭଳି ପୁଣି ଭୁଲ୍ ନ କରିବେ ।
୩:- ଗରିବ ଲୋକମାନଙ୍କୁ ଯେଉଁ ସାହାଯ୍ୟ ମିଳିବା କଥା , ତାହା ମିଳି ପାରୁନି । ସେମାନଙ୍କୁ ନ୍ୟାୟ ମିଳିବା ଉଚିତ ।

Loading...

ଏଥିପାଇଁ ଧରିତ୍ରୀ ମା’ ଙ୍କ ଆଖିରେ ଲୁହ ବାହାରୁଛି । ତେଣୁ ନ୍ୟାୟ ଦେବାରେ କିଛି ପରିବର୍ତ୍ତନ କରି ଏମାନଙ୍କୁ ନ୍ୟାୟ ମିଳିଲେ ଭାରତରେ ପୁଣି ସତ୍ୟ ଯୁଗ ଦେଖିବାକୁ ମିଳିବ । ଆଶା କରୁଛୁ କି ଏ ବିଷୟରେ ପଢି ଆପଣ ଭାରତର ପରିସ୍ଥିତି ବିଷୟରେ ଜାଣିପାରି ଥିବେ । ଯଦି ଆପଣଙ୍କୁ ଏ ବିଷୟ ଭଲ ଲାଗିଥିଲେ comment କରି ମତାମତ ନିଶ୍ଚୟ ଜଣାନ୍ତୁ ।।

Loading...
Share It
  • 112
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.