ଲକ୍ ଡାଉନ ପରେ କଳିଙ୍ଗ ଯୁବକ ସଂଘର ଗରିବଙ୍କୁ ରନ୍ଧା ଖାଦ୍ୟ ବିତରଣ ୧୦ ଦିନରେ ପହଁଚିଲା

ଓଡିଶା ନ୍ୟୁଜ୍

କଳିଙ୍ଗ ଯୁବକ ସଂଘ ଚଣ୍ଡିପୁର ତରଫରୁ ଲକ ଡାଉନ ହେବା ପରେ ଆଜିକୁ ୧୦ ଦିନ ହେବ ଅସହାୟ ଲେକାଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଉଛି । ଯାଜପୁର ଜିଲ୍ଲାର କୁଆଖିଆ ବଜାରସ୍ଥ ଅସହାୟ ଭୀକାରୀଙ୍କ ଠାରୁ ଆରମ୍ଭ କରି ହରିପୁର, ବ୍ରହ୍ମପୁର, କଂଟାବଣିଆ, ମୁଗୁପାଳ, ବରୁଆଁ ଆଦି ଭିଭିନ୍ନ ସ୍ଥାନରେ ଅସହାୟ, ଗରିବ, ଭିନ୍ନକ୍ଷମ, ଯେଉଁ ଆଦିବାସୀ ମାନେ ବାହାରୁ ଅସ୍ଥାୟୀ ଭାବେ ରହି କାମ କରିବାକୁ ଆସିଥିଲେ , ଏମିତି ଶହ ଶହ ଲେକାଙ୍କୁ ଯୁବକ ସଂଘ ସହିତ ମହେଶ୍ୱରପୁର ପଂଚାୟତର କଂଟାବଣିଆ ଗ୍ରାମର ପ୍ରଶାନ୍ତ ଷଡଙ୍ଗୀ, ଜୀବନ ଶତପଥି, ଚଣ୍ଡିପପୁର ଗ୍ରାମର ଭାସ୍କର ପଣ୍ଡା,ସତ୍ୟ ରଂଜନ ସାହୁ , ନାରାୟଣ ପରିଡା, ମହେନ୍ଦ୍ର ପରିଡା, ଶିଶିର ପଣ୍ଡା, ସଙ୍ଗମ ସାହୁ, ସମରଜିତ ଗାରେଡିଆ,ଆଶିଷ ମହାନ୍ତି , ନୂଆ ଆଲୋକ ଅନୁଷ୍ଠାନର ଜନ୍ମେଜୟ ମହାନ୍ତି ଓ ସନାତନ ବରାଳ ପ୍ରମୁଖ ସହାୟତା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ସରକାରଙ୍କ ନିର୍ଦ୍ଧାରିତ ନିୟମ ସରିଲା ଯାଏ ଚାଲୁ ରଖାଯିବ ବୋଲି କଳିଙ୍ଗ ଯୁବକ ସଂଘ ଓ ସହେଯାଗୀ ମାନେ ପ୍ରକାଶ କରିଛନ୍ତି ।

Loading...

Loading...
Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.