ଲୋକଙ୍କୁ ଚୂନା ମାରିସାରିଛି ଏହି ୬ ଆପ୍ , ଯଦି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ହଟାନ୍ତୁ

ବିଶେଷ

Image result for android phone delete appsସାଧାରଣତଃ ଆଣ୍ଡ୍ରଏଡରେ ସ୍ମାର୍ଟଫୋନରେ କୌଣସି ଆପ୍ ଡାଉନଲୋଡ୍ କରିବାକୁ ହେଲେ ଗୁଗଲ୍ ପ୍ଲେ ଷ୍ଟୋର୍ ଯାଇ ନିଜ ଇଛା ହିସାବରେ ଆପ୍ ଡାଉନଲୋଡ୍ କରିଥାଉ  । ହେଲେ ଏହି ଆପରେ କିଛି ଆପ୍ ଥାଏ ଯାହା ଆମ ଫୋନରୁ ଡାଟା ଚୋରୀ କରିଥାଉ । ଏପରିକି ଏସବୁ ଆପ୍ ଆପଣଙ୍କ କଥା ବାର୍ତ୍ତା ଉପରେ ନଜର ରଖିଥାଏ । ଯାହା ଆପଣଙ୍କ ଏଟିଏମ୍ ପିନ୍ , ଇଣ୍ଟରନେଟ୍ ବ୍ଯାକିଂର ପାସୱର୍ଡ ହ୍ଯାକର୍ସଙ୍କ ଯାଏ ପହଂଚାଇଥାଏ । ତେଣୁ ତୁରନ୍ତ ଏହି ୬ଟି ଆପ୍ ନିଜ ଫୋନରୁ ତୁରନ୍ତ ହଟାଇଦିଅନ୍ତୁ ।

File Transfer Pro

ଏହି ଆପକୁ ନେଇ ଚେକ୍ ପଏଣ୍ଟ୍ ମାଲୱେୟାର ଥିବା ଆଶଙ୍କା କରିଛି । ଏହି ସେୟାରଇଟ୍ ପରି କିନ୍ତୁ ଏହା ଆପଣଙ୍କ ଡାଟା ଲିକ୍ କରିପାରେ ।     ତେଣୁ ଏହି ଆପରୁ ଦୂରରେ ରୁହନ୍ତୁ ।

Loading...

Image result for Smart Swipe android app logoSmart Swipe

ଏହି ଆପ୍ ସହଜରେ ଆପଣଙ୍କ ଗୁଗଲ୍ ପ୍ଲେ ଷ୍ଟୋରରେ ମିଳିଯିବ । କିନ୍ତୁ ଭୁଲରେ ବି ଏହି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ । ଯଦି ପ୍ରଥମରୁ ଅଛି ତେବେ ତୁରନ୍ତ ଡିଲିଟ୍ କରନ୍ତୁ । ଏହି ଆପକୁ ସିକ୍ଯୁରିଟି ଫର୍ମ ଚେକ୍ ପଏଣ୍ଟ୍ ମାଲୱେୟାର୍ କ୍ଯାଟେଗୋରୀରେ ରଖିଛି । ଏହି ଆପକୁ ଏଯାଏଁ ୧ଲକ୍ଷରୁ ଅଧିକ ଡାଉନଲୋଡ୍ କରାଯାଇଛି ।

Image result for Brightest LED Flashlight-Torch android app logoBrightest LED Flashlight-Torch

ଅନେକ ଲୋକ ଚାହାଁନ୍ତି ଫୋନ୍ ଆସିଲେ ସେମାନଙ୍କ ଫୋନର ଲାଇଟ୍ ଜଳୁ  । କିନ୍ତୁ ସେମାନେ ଜାଣିନଥାନ୍ତି ଏହି ପରି ଆପ୍ ଆପଣଙ୍କ ଜାସୁସୀ କରିଥାଏ । ତେଣୁ ଏହି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ କିମ୍ବା ଥିଲେ ଡିଲିଟ୍ କରନ୍ତୁ ।

Image result for Call Recorder android app logoCall Recorder

ସାଧାରଣତଃ କଲ୍ ରେକର୍ଡ କରିବା ପାଇଁ ଅନେକ ପ୍ରକାର ରେକର୍ଡିଂ ଆପ୍ ଆମେ ବ୍ଯବହାର କରିଥାଉ । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହା ଭଲ ନୁହେଁ । କାରଣ ଏହି ଆପ୍ ରେକର୍ଡିଂକୁ ଥାର୍ଡ ପାର୍ଟି ସହ ସେୟାର୍ କରିଥାଉ ।

Image result for Realtime Booster android app logoRealtime Booster

ଭାଇରସ୍ ଥିବାରୁ ଏହି ଆପକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇଦେଇଛି । ଯଦି ଆପଣଙ୍କ ଫୋନରେ ଏହି ଆପ୍ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ । ଏହା ଆପଣଙ୍କ ବ୍ଯକ୍ତିଗତ ଡାଟା ଲିକ୍ କରିଥାଏ ।

Image result for Free WiFi Pro android app logoFree WiFi Pro

ଅନେକ ଲୋକ ଫ୍ରି ୱାଇ ଫାଇ ଖୋଜିଥାନ୍ତି । ଏପରି ଲୋକ ନିଜେ ତ ଏପରି ଆପ୍ ଡାଉନଲୋଡ୍ କରନ୍ତି ଏହା ସହ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ଡାଉନଲୋଡ୍ କରିବାକୁ କହିଥାନ୍ତି । ତେବେ ଏହି ଆପ୍ ଫୋନ ପାଇଁ ବିଲକୁଲ୍ ଠିକ୍ ନୁହେଁ । କାରଣ ଫ୍ରି ୱାଇ ଫାଇରେ ହାକିଙ୍ଗ୍ ହେବାର ବିପଦ ଥାଏ  ।

Loading...
Share It
  • 74
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.