ତୁଲସୀ ଗଛରେ ରହିଛି ଅନେକ ମହତ୍ଵ
ହିନ୍ଦୁ ପରମ୍ପରା ଅନୁସାରେ ତୁଳସୀକୁ ସବୁଠାରୁ ପବିତ୍ର ବୋଲି ମାନାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ମାଆ ତୁଳସୀଙ୍କୁ ସ୍ମରଣ କରି ପତ୍ର ଛିଡ଼ାଇବା ଉଚିତ । ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କ ପୂଜା କରାଯାଏ ନାହିଁ । ପ୍ରତି ଘର ଅଗଣାରେ ଦେବୀ ଭାବରେ ତୁଳସୀ ଗଛକୁ ପୂଜା କରାଯାଏ । ବେଳେ ବେଳେ ଅନେକ ଯତ୍ନ ନେବା ପରେ ବି ତୁଳସୀ ଗଛଟି ବଂଚି ନ ଥାଏ ।
ବାସ୍ତୁଶାସ୍ତ୍ର ଅନୁସାରେ ସଂଧ୍ୟା ସମୟରେ ଗଛରୁ ପତ୍ର ଛିଣ୍ଡାନ୍ତୁ ନାହିଁ, ଗଛଟି ବଂଚି ନଥାଏ। କାରଣ ଏହି ତୁଳସୀ ପତ୍ରକୁ ଦେବୀ ଦେବତାଙ୍କ ଭୋଗ ଅର୍ପଣ କରାଯାଏ । ପୁରାଣ ଅନୁସାରେ ସଂଧ୍ୟା ସମୟ ଉପଯୁକ୍ତ ସମୟ ନୁହେଁ ।
ତୁଳସୀ ଗଛରେ କେତେ ବେଳେ କଇଁଚି, ଛୁରୀ ଆଦି ଲୁହ ଜିନିଷ ବ୍ୟବହାର କରି ପତ୍ର ଛିଣ୍ଡାନ୍ତୁ ନାହିଁ । କାରଣ ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳପତ୍ରରେ ଦେବୀ ଦେବତାମାନେ ବାସ କରନ୍ତି ।
ବାସ୍ତୁଶାସ୍ତ୍ର ଅନୁସାରେ ବିଭିନ୍ନ ତିଥୀ ବାର ମାନି ତୁଲସୀ ପତ୍ର ଛିଣ୍ଡାନ୍ତୁ । ବାମ ହାତରେ କେବେ ପତ୍ର ଛିଣ୍ଡାଇବେ ନାହିଁ । କାରଣ ଏହା କଲେ ଭଗବାନଙ୍କୁ ଅସମ୍ମାନ ହୋଇଥାଏ ।
ବାରମ୍ବାର ପତ୍ର ଛିଣ୍ଡାଇବା ଉଚିତ ନୁହେଁ, ସବୁବେଳେ ଗଛର ସାମର୍ଥ୍ୟ ଦେଖି ପତ୍ର ଛିଣ୍ଡାଇବା ଆବଶ୍ୟକ । ଯଦି ଉପଯୁକ୍ତ ସୂର୍ଯ୍ୟକିରଣ ଓ ପାଣି ନପାଏ ତେବେ ଗଛଟି ବଂଚି ନଥାଏ ।
- 7Shares