ହାତରେ ସ୍ମାର୍ଟ ଫୋନ୍ ନାହିଁ । କିନ୍ତୁ ଅନ୍ୟମାନଙ୍କ ଭଳି ସେମାନେ ବି ସେଲ୍ଫି ମାୟାରେ ବାୟା। ଇଚ୍ଛା, ସେଲ୍ଫିର ମଜା ନେବେ। ଆଉ ଅନ୍ୟମାନଙ୍କ ପରି ତାଙ୍କ ଫଟୋ ବି ସୋଶାଲ ମିଡିଆରେ ବୁଲିବ। ଏବେ ଏପରି ଏକ ଫଟୋ କେତେକ କୁନିପିଲାଙ୍କୁ ଚର୍ଚ୍ଚିତ କରିଛି। ଯେଉଁ ସେଲ୍ଫି ଏବେ ସୋଶାଲ ମିଡିଆରେ ବେଶ ଆଦୃତ ହୋଇପାରିଛି।
ଏମିତି କି ଏହି ଫଟୋଟି ଦେଶର ବଡ଼ ବଡ଼ ସେଲିବ୍ରେଟିଙ୍କ ମନକୁ ଛୁଇଁ ପାରିଛି। ତେବେ ଏହି ଫଟୋଟିକୁ କେହି ଜଣେ ଅଜଣା ଫଟୋଗ୍ରାଫର୍ ଉଠାଇ ସୋଶାଲ ମିଡିଆରେ ଛାଡ଼ିଛନ୍ତି। ଯାହା ଭାଇରାଲ୍ ହେବାରେ ଲାଗିଛି। ଆଉ ଖାସ୍ କଥା ହେଉଛି, ଫଟୋରେ ପିଲାଙ୍କ ହାତରେ ସ୍ମାର୍ଟ ଫୋନ୍ ନାହିଁ, ଅଛି ‘ହୱାଇ ଚପଲ’।
ଯେଉଁଥିରେ ସେମାନେ ସେଲ୍ଫି ନେବା ପାଇଁ ପୋଜ୍ ଦେଉଛନ୍ତି। ହେଲେ କୁନି କୁନି ପିଲାମାନଙ୍କର ଏହି ମିଛି ମିଛିକା ସେଲ୍ଫି ପୋଜ୍କୁ କେହି ଜଣେ ଫଟୋଗ୍ରାଫର ତାଙ୍କ କ୍ୟାମେରାରେ କଏଦ୍ କରିନେଇଛନ୍ତି। ସୋଶାଲ ମିଡିଆରେ ଏହି ଫଟୋ ଆସିବା ପରେ ଅନୁପମ ଖେର୍, ବୋମନ ଇରାନୀ, ସୁନୀଲ୍ ସେଟ୍ଟି ଓ ଅମିତାଭ ବଚ୍ଚନ ପରି କଳାକାର ଏହାକୁ ଶେଆର୍ କରୁଛନ୍ତି।
ଏହି ଫଟୋକୁ ଶେଆର୍ କରିବାର ଆରମ୍ଭ ଅନୁପମ ଖେଟର୍ଙ୍କଠାରୁ ଆରମ୍ଭ ହୋଇଥିଲା। ଅନୁପମ ଏହି ଫଟୋକୁ ଟ୍ୱିଟର୍ରେ ଶେଆର୍ କରି ଲେଖିଛନ୍ତି, “କୌଣସି ଜିନିଷକୁ ସର୍ବଶ୍ରେଷ୍ଠ କରିବା ସହଜ ହୋଇଥାଏ, ଯାହାକୁ ଜଣାଥାଏ ଏହାକୁ କିପରି ସର୍ବଶ୍ରେଷ୍ଠ କରାଯାଇପାରିବ।“ ଏହା ପରେ ଅନ୍ୟ ସମସ୍ତ କଳାକାର ଏହାକୁ ଶେଆର୍ କରି ନିଜର ମତ ଦେଇଛନ୍ତି।
“Things turn out best for the people who make the best of the way things turn out.”:) #Attitude #Innocence #HeartWarming #SelfieWithAFootwear pic.twitter.com/Q6HOiyEkV5
Loading...— Anupam Kher (@AnupamPKher) February 3, 2019
ଅଭିନେତା ବୋମନ୍ ଇରାନୀ ମଧ୍ୟ ଏହି ଫଟୋକୁ ଶେଆର୍ କରି ଲେଖିଛନ୍ତି, “ଆପଣ କେବଳ ସେତିକି ଖୁସି ହୁଅନ୍ତି, ଯେତିକି ଆପଣ ଇଚ୍ଛା କରନ୍ତି। ଏହା ଏପରି ଏକ କଥା ଯାହା ସମସ୍ତଙ୍କ ସମାନ ଭାବରେ ସତ। ମୁଁ ଦାବି କରି କହିପାରିବି, ଏହି ସେଲ୍ଫିକୁ ବାକି ସମସ୍ତ ସେଲ୍ଫିଠାରୁ ଅଧିକ ଲାଇକ୍ ମିଳିବା ଉଚିତ୍।“
“You’re only as happy as you choose to be”. A saying that holds true for one and all!!
And I’m sure this selfie deserves more likes than most. pic.twitter.com/KafEzq3mg8— Boman Irani (@bomanirani) February 3, 2019
ସେହିପରି ଅଭିନେତା ସୁନୀଲ୍ ସେଟ୍ଟି ଏହି ଫଟୋକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର୍ କରି ଲେଖିଛନ୍ତି, “ଏହି ଫଟୋଟି ମିଳିଗଲା, ଯାହାକୁ ମତେ ଶେଆର୍ କରିବାର ଥିଲା।
କିଛି ଦିନ ପୂର୍ବରୁ ଅନ୍ୟ ଏକ ସେଲ୍ଫି ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। କିଛି ସ୍କୁଲ୍ ପିଲା ଏକ ଇଟା ଖଣ୍ଡରେ ସେଲ୍ଫି ନେଉଥିବାର ଦୃଶ୍ୟକୁ ସମସ୍ତେ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ।
କିନ୍ତୁ ବିଗ୍ ବି ଏହି ଫଟୋକୁ ନେଇ ଏକ ଅଲଗା ମତ ଦେଇଛନ୍ତି। ବିଗ୍ ବି ଏହି ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ବଦଳରେ ନିଜ ବିଚାର ପରିପ୍ରକାଶ କରିଛନ୍ତି।
T 3080 -आम आदमी अब आम नहीं रहा ; वो ख़ास है । वो स्वयं अपना प्रचार कर सकता है – ख़ुद अपना माध्यम बन गया है ।अपनी ओर ध्यान कैसे आकर्षित किया जाए, सीख गया । ध्यान आकर्षित करना, उसकी मुद्रा, उसकी धनराशि, उसका मूल्य बन गया है । उसका हथियार – mobile ! कितने मोबाइल गिन सकते हैं आप ? pic.twitter.com/k0uohCQqUU
— Amitabh Bachchan (@SrBachchan) February 4, 2019
ସେ ଟ୍ୱିଟ୍ କରି ଲେଖିଛନ୍ତି, ସାଧାରଣ ଲୋକ ବର୍ତ୍ତମାନ ସାଧାରଣ ହୋଇ ରହିନାହାନ୍ତି। ସେମାନେ ନିଜେ ନିଜର ପ୍ରଚାର କରିପାରିବେ ଏବଂ ନିଜେ ନିଜର ମାଧ୍ୟମ ହୋଇପାରିବେ। ନିଜ ଆଡ଼କୁ ଧ୍ୟାନ କିପରି ଆକର୍ଷିତ କରାଯାଇପାରିବ, ଏହା ସେମାନେ ଶିଖି ଗଲେଣି। ଆଉ ଏହାର ଅସ୍ତ୍ର ହେଉଛି ମୋବାଇଲ୍ ବୋଲି ସେ ଲେଖିଛନ୍ତି।
- 371Shares