କ’ଣ ରହିଛି ଖ୍ରୀଷ୍ଟମାସ ଟ୍ରି ପଛର କାହାଣୀ, ଆସନ୍ତୁ ଜାଣିବା

ବିଶେଷ

Image result for christmas tree wallpaperଖ୍ରୀଷ୍ଟମାସ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଡା ସେତେ ବଢିବାରେ ଲାଗିଛି। ଏହି ଖ୍ରୀଷ୍ଟମାସର ରହିଛି କିଛି ପରମ୍ପରା। ତେବେ ଖ୍ରୀଷ୍ଟମାସ ବା ବଡଦିନରେ କାହିଁକି ଖ୍ରୀଷ୍ଟମାସ ଟ୍ରି ସଜ୍ଜା ଯାଇଥାଏ ତାହାର ପରମ୍ପରା ହୁଏତ ଅନେକଙ୍କୁ ଜଣା ନ ଥିବ। ବିଶ୍ୱର ୟୁରୋପୀୟ ଦେଶ ବେଲଜିୟମ୍‌, ନର୍‌ଓ୍ବେ, ହଲାଣ୍ଡ ଓ ସ୍ବିଡେନରେ ଭୂତଙ୍କୁ ଦୂରେଇବା ପାଇଁ ଏହ ପ୍ରଥମେ ସଜ୍ଜା ଯାଇଥିବା କୁହାଯାଏ। ଆହୁରି ମଧ୍ୟ କୁହାଯାଏ ପ୍ରଥମେ ଜର୍ମାନୀରେ ଏହି ଖ୍ରୀଷ୍ଟମାସ ଟ୍ରି ସଜ୍ଜା ଯାଇଥିଲା। ଏହାପରେ ୧୯ଶହ ଶତାବ୍ଦୀ ବେଳକୁ ଏହା ଇଂଲଣ୍ଡରେ ପହଞ୍ଚିବା ସହ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। ତେବେ ଆମେରିକାରେ ରହୁଥିବା ପ୍ରବାସୀ ଜର୍ମାନୀ ବାସିନ୍ଦା ଖ୍ରୀଷ୍ଟମାସ ଅବସରରେ ପ୍ରଥମେ ଖ୍ରୀଷ୍ଟମାସ ଟ୍ରିକୁ ଆମେରିକାରେ ସଜାଇଥିଲେ। ଆହୁରି ମଧ୍ୟ ଲୋକକଥା ରହିଛି କି ଯେତେବେଳେ ପ୍ରଭୁ ଯିଶୁ ଜନ୍ମ ଗ୍ରହଣ କରିଥିଲେ ସେତେବେଳେ ତାଙ୍କ ମାତାପିତାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଏହି ଟ୍ରି ପ୍ରସ୍ତୁତ କରାଯାଇଥିଲା। ଇତିହାସ ଅବା ଲୋକକଥା ଯାହାବି ହେଉନା କାହିଁକି ଆଜି ବିଶ୍ୱର ସବୁ ସ୍ଥାନରେ ଖ୍ରୀଷ୍ଟମାସ ଟ୍ରି ଶୋଭା ପାଉଛି।

Loading...
Share It
  • 94
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.