କିଡ୍‌ନି ଷ୍ଟୋନ୍‌ ରୋଗୀଙ୍କ ପାଇଁ ଘରୋଇ ଉପଚାର, କିପରି କରିବେ ପଢ଼ନ୍ତୁ

ସ୍ୱାସ୍ଥ୍ୟ

Image result for kidney stone

ସାଧାରଣତଃ କିଡ୍‌ନିରେ ଷ୍ଟୋନ୍‌ ଖରାପ ଖାଦ୍ୟ କିମ୍ବା ପାଣି କମ୍‌ ପିଇବା ଦ୍ୱାରା ହୋଇଥାଏ । ଜୀବନଶୈଳୀ ଠିକ୍‌ ଥିଲେ କିଡ୍‌ନିରେ ଥିବା ଷ୍ଟୋନ୍‌ ମୂତ୍ରାଶୟ ମାଧ୍ୟମରେ ଶରୀରରୁ ବାହାରିଯାଏ । ଯଦି କିଡ୍‌ନି ଷ୍ଟୋନ୍‌ ବଡ଼ ହୋଇଯାଏ ଶେଷରେ ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ । ଏହା ଏକ ଛୋଟ ରୋଗ ପରି ଜଣାଗଲେ ମଧ୍ୟ ଯଦି ସମୟ ଥିବା ଭିତରେ ଚିକିତ୍ସା ନ କରାଯାଏ ଧୀରେ ଧୀରେ ଏହାର ପରିଣାମ ଭୟଙ୍କର ହୋଇଥାଏ । ଏହି ସମୟରେ କିଡ୍‌ନି ଷ୍ଟୋନ୍‌ରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଉପଚାର :-

କଣ କରିବେ :-

୧> ଫାଇବର ଯୁକ୍ତ ଭୋଜନ
କିଡ୍‌ନି ଷ୍ଟୋନ୍‌ ହେବାର ମୂଳ କାରଣ ହେଉଛି – ଫାଇବର୍‌ ଯୁକ୍ତ ଆହାର କମ୍‌ ଓ ପ୍ରୋଟିନ୍‌ ଯୁକ୍ତ ଆହାର ଅଧିକ ସେବନ। ଏଥିପାଇଁ ବର୍ତ୍ତମାନ ଖାଦ୍ୟରେ ସାମିଲ କରନ୍ତୁ – ଓଟ୍‌ସ, ଶିମ୍ବ ମଞ୍ଜି, କଲରା, ମଟର, ଓଲକୋବି, କଖାରୁ, କାକୁଡ଼ି, ଧନିଆ, ହଳଦୀ, କଞ୍ଚା ଲଙ୍କା, କୋବି ଇତ୍ୟାଦି।

Loading...

୨> ଆଖୁ
କିଡ୍‌ନି ଷ୍ଟୋନ୍‌ ସମସ୍ୟାରେ ଆଖୁ ରସ ପିଇବା ଅତ୍ୟନ୍ତ ଲାଭଦାୟକ। ଏହା ଦ୍ୱାରା ଶରୀରରେ ପାଣିର ମାତ୍ରା ପୂରଣ ହୋଇଥାଏ ଓ କିଡ୍‌ନି ଷ୍ଟୋନ୍‌ ଆପେ ଆପେ ଶରୀରରୁ ବାହାରିଯାଏ।

୩> ଗାଜର
ଭିଟାମିନ୍‌ ବି-୬ ଓ ଭିଟାମିନ୍‌ ସି ଯୁକ୍ତ ଗାଜର କିଡ୍‌ନି ପାଇଁ ବେଶ୍‌ ଲାଭଦାୟକ। ଏହା ରକ୍ତକୁ ବିଶୁଦ୍ଧ କରିବା ସହ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍‌ସନ୍‌ରୁ ରକ୍ଷା କରାଇଥାଏ।

୪> ଲେମ୍ବୁ
ଲେମ୍ବୁ ରସ କ୍ୟାଲ୍‌ସିୟମ୍‌ ଷ୍ଟୋନ୍‌ର ଭୟକୁ କମ୍‌ କରିଥାଏ । କିଡ୍‌ନିରେ ଥିବା ଷ୍ଟୋନ୍‌ର ଆକାରକୁ ଛୋଟ କରିବାରେ ମଧ୍ୟ ଲେମ୍ବୁ ଖୁବ୍‌ ଲାଭଦାୟକ। ଆପଣ ଲେମ୍ବୁ ପାଣି କିମ୍ବା ସାଲାଡ୍‌ ଓ କୌଣସି ଫଳ ସହ ଲେମ୍ବୁ ରସ ସେବନ କରିପାରିବେ।

୫> ପଇଡ ପାଣି
ନଡ଼ିଆ ପାଣି କିଡ୍‌ନି ଷ୍ଟୋନ୍‌କୁ ବାହାର କରିବା ପାଇଁ ବହୁତ ଭଲ ଜିନିଷ ଅଟେ।

୬> ମୂଳା
ଯଦି କିଡ୍‌ନୀରେ ଷ୍ଟୋନ୍‌ ହୋଇଯାଇଛି ତା’ହେଲେ ପ୍ରତିଦିନ ସକାଳୁ ଅଧା କପ୍‌ ମୂଳା ରସ ପଅନ୍ତୁ। ଏହା କିଡ୍‌ନିକୁ ସଫା କରିଥାଏ।

୭> ହର୍ବାଲ୍‌ ଚା’
ହର୍ବାଲ ଚା’ ପିଇବା ଦ୍ୱାରା କିଡ୍‌ନି ଷ୍ଟୋନ୍‌ ହେବାର ଭୟ ବହୁତ୍‌ କମ୍‌ ହୋଇଯାଏ। ଏଥିପାଇଁ ଏହାର ସେବନ ନିଶ୍ଚୟ କରିବା ଉଚିତ।

୮> ଅଧିକ ମାତ୍ରାରେ ପ୍ରୋଟିନ୍‌, ମାଂସ, ମାଛ ଆଦି ସେବନ କମ୍‌ କରିବା ଉଚିତ।

କଣ ନକରିବେ:-

୧>ଶାଗ – ପନିପରିବା – ଟମାଟର ମଞ୍ଜି, ଅରୁଆ ଚାଉଳ, ଚଣା ଡାଲି, ବାଇଗଣ ମଞ୍ଜି ଆଦି କିଡ୍‌ନି ଷ୍ଟୋନ୍‌ ସମସ୍ୟାକୁ ଆହୁରି ବଢ଼େଇ ଦେଇଥାଏ।

୨> କୋଲ୍ଡ୍‌ ଡ୍ରିଙ୍କ୍‌ସ – ଏହି ସମସ୍ୟାରେ ପାଣି ପିଇବା ନିତାନ୍ତ ଜରୁରୀ, କିନ୍ତୁ କୋଲ୍ଡ୍‌ ଡ୍ରିଙ୍କ୍‌ସ ବିଲ୍‌କୁଲ୍‌ ପିଅନ୍ତୁ ନାହିଁ।

Loading...
Share It
  • 155
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.