
ଶରୀରକୁ ଫୁତ୍ତି ପ୍ରଦାନ ପାଇଁ ଅନେକ ଚା’ପାନ କରିଥାନ୍ତି। ଚା’ରେ ଥିବା ରାସାୟନିକ ପଦାର୍ଥ ଶରୀର କୋଷକୁ ଚଳଚଞ୍ଚଳ କରିବାକୁ ସକ୍ଷମ ହୋଇଥାଏ। ଶୀତଦିନେ ଚା’ ଆଦର ବଢ଼ିଯାଇଥାଏ। ତେବେ ନିୟମିତ ଗରମ ଚା’ପାନ କରିବା ଦ୍ୱାରା ଖାଦ୍ୟନଳୀ କର୍କଟ ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ପେକିଂ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଏହା ଧୁମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କଠାରେ ସୃଷ୍ଟି ହୋଇଥାଏ ବୋଲି କୁହାଯାଉଥିଲା। ଉତ୍ତପ୍ତ ଚା’ ଖାଦ୍ୟନଳୀର କୋଷିକାକୁ କ୍ଷତି ପହଞ୍ଚାଏ। ବ୍ୟକ୍ତି ଧୁମପାନ ଓ ମଦ୍ୟପାନ କଲେ ଏହି ରୋଗ ହେବାର ଆଶଙ୍କା ଅଧିକ ବଢ଼ିଯାଇଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।