ଛିଙ୍କିବାବେଳେ ଉଭୟ ନାକ ଓ ପାଟିକୁ ଚିପିଧରିବା କେତେ ଭୟଙ୍କର

ଜୀବନଚର୍ଯ୍ୟା

Image result for girl viral cold

ସାଧାରଣତଃ ଥଣ୍ଡା ହେଲେ ଆମକୁ ଛିଙ୍କ ହୁଏ । କେହି କେହି ଛିଙ୍କି ଛିଙ୍କି ବେଦମ୍ ହୋଇଯାନ୍ତି | ଆଉ କେତେଜଣ ଆପେ ଆପେ ଜବରଦସ୍ତି ଛିଙ୍କନ୍ତି । ନାକରେ କିଛି ଗୋଟେ ପୁରାଇ କିମ୍ବା ଚାପିଧରିବା ପରେ ପାଟିରେ ହାତ ଦେଇ ଅଯଥାରେ ଛିଙ୍କନ୍ତି । ଏଭଳି ଗୁଣ ଯୋଗୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିପାରେ । ଗଳା ଫାଟିଯିବା ସହ ଛାତିରେ ବାୟୁ ଅଟକିଯିବ ଏବଂ ମସ୍ତିଷ୍କ ରକ୍ତକଣିକା ଫୁଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଗଳାର ଭିତର ଫାଟିବା ଏକ ବିରଳ ଘଟଣା । ସାଧାରତଃ ଶକ୍ତ ଆଘାତ ଲାଗିଥିଲେ କିମ୍ବା ବାନ୍ତି ଅଧିକ କଫ ବାହାରିଲେ ଏପରି ହୁଏ । ୩୪ ବର୍ଷାୟ ଉକ୍ତ ବ୍ୟକ୍ତିଙ୍କଠାରେ ଏପରି ଲକ୍ଷଣ ଦେଖି ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି ହସ୍ପିଟାଲ୍ ଅଫ୍ ଲିସିଷ୍ଟର ଡାକ୍ତରମାନେ ଚକିତ ହୋଇଯାଇଥିଲେ । ନାକ ଓ ପାଟିକୁ ଚାପି ରଖି ସେ ଛିଙ୍କିବା ଯୋଗୁ ତାଙ୍କ ଗଳାରେ ଯନ୍ତ୍ରଣା ହେଲା । ଧୀରେଧୀରେ ତାହା ପୁଲିଗଲା । ଫଳରେ ସେ ଖାଦ୍ୟ ଢ଼ୋକିବା ବେଳେ କଷ୍ଟ ଅନୁଭବ କଲେ ଏବଂ କଥା ହୋଇପାରିଲେ ନାହିଁ ଗୁରୁତର ହୋଇପଡ଼ିବାରୁ ସେ ହସ୍ପିଟାଲକୁ ଗଲେ । ଭାରତୀୟ ବଂଶୋଭବ ରଘୁନ୍ଦର ଏସ୍. ସହୋତା ଓ ସୁଦୀପ ଦାସ ସଦସ୍ୟ ଥିବା ଡାକ୍ତରୀ ଟିମ୍ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ସେହି ରୋଗୀଙ୍କ ଗଳାରେ ଗୁରୁତର ସମସ୍ୟା ଥିବା ଟମୌଗ୍ରାଫି ସ୍କାନ୍ ପରେ ଜଣାପଡ଼ିଲା । ଏହି ଘଟଣାକୁ ନେଇ ଡାକ୍ତରମାନେ ସଚେତନ ବାର୍ଭା ଦେଇଛନ୍ତି ଯେ, ଛିଙ୍କିବାବେଳେ ଉଭୟ ନାକ ଓ ପାଟିକୁ ଚିପିଧରି ବନ୍ଦ କରିବା ବିପଦଜନକ ।

Loading...
Loading...
Share It
  • 104
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.