ଦୁର୍ବୁତ୍ତମାନେ କେରଳରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କଲେ

Uncategorized
କୁନୁର: କିଛିଦିନ ତଳେ ତ୍ରିପୁରାରେ ହୋଇଥିବା କମ୍ୟୁନିଷ୍ଟ ନେତା ଲେନିନଙ୍କ ମୂର୍ତ୍ତି ଭଙ୍ଗା ଘଟଣା ପରେ ସାରା ଦେଶରେ ପ୍ରତିକ୍ରିୟାମାନ ଦେଖିବାକୁ ମିଳିଛି । ତାମିଲନାଡ଼ୁରେ ପେରିୟାର, ଉତ୍ତରପ୍ରଦେଶରେ ଆମ୍ବେଦକର, କୋଲକତାରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ମୂର୍ତ୍ତି ଭଙ୍ଗା ପରେ ଏବେ ଦୁର୍ବୁତ୍ତମାନେ ଜାତିର ଜନକ ମହାତ୍ମାଗାନ୍ଧିଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଗୁରୁବାରଦିନ କେରଳର କନୁରସ୍ଥିତ ତାଲିପରମ୍ଭା ତାଲୁକ ଅଫିସରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ଉପରକୁ କେତେକ ଯୁବକ ପଥରମାରିବା ସହ ଚଷମା ଭାଙ୍ଗି ଦେଇଛନ୍ତି । ଏହା ସହିତ ଗାନ୍ଧିମୂର୍ତ୍ତି ବେକରେ ପଡିଥିବା ମାଳାକୁ ମଧ୍ୟ ଛିଣ୍ଡାଇଦେଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ନିକଟରେ ଥିବା ଏକ ଆରଟିଓ ଅଫିସକୁ ଆସିବାବେଳେ ଦେଖିଲେ ଯେ ଜଣ ଯୁବକ ମୂର୍ତ୍ତି ଉପରେ ଚଢିଛି । ପ୍ରଥମେ ସେ ଭାବିଲେ ଯେ ସେ ମୂର୍ତ୍ତିକୁ ସଫା କରୁଛି । ନିରିଖେଇ ଦେଖିବାରୁ ଜଣାପଡିଲା ଯେ ସେ ମୂର୍ତ୍ତିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି । ଏହା ପରେ ସେ ପୁଲିସକୁ ଫୋନ କଲେ । କିନ୍ତୁ ପୁଲିସ ଆସିବାବେଳେକୁ ସେ ପଳାଇଯାଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ଦାଏର କରି ତଦନ୍ତ ଚଳାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏସବୁ ମୂର୍ତ୍ତି ଭଙ୍ଗାଘଟଣାକୁ ଗୁରୁତ୍ୱର ସହ ନେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ଓ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.