କେଉଁ ରାଶି ମାନଙ୍କରେ ବିବାଦୀୟ ଘଟଣା ଅଧିକ ଜଟିଳ ହେଵ ହେଵ ୧୫.୧୦.୨୦୧୮

ରାଶିଫଳ

ଜୀବନର ସମସ୍ତ ବିଘ୍ନତା ନାଶନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ୭ ଥର ଜପ କରନ୍ତୁ

ମେଷ:-

ଶନି ସହ ଚନ୍ଦ୍ର ସଂଯୋଗରୁ କାମ ଗୁଡିକୁ ସମ୍ପନ୍ନ କରିବା ପାଇଁ ଆବଶ୍ୟକୀୟ ସୁବିଧା, ସୁଯୋଗ ପାଇବେନାହିଁ ।  ଭୂଲବଶତଃ ଅଟକି ରହି ଯାଇଥିବା ଫାଇଲ କାମଟିକୁ  ଆଜିହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ ଶେଷ ମଧ୍ୟ କରି ପାରିବେ। ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ପାରିବାରିକ ଝାମେଲା ସମାଧାନ ଆଡକୁ ଗତି କରିବ ।

ବୃଷ:-

ଅଷ୍ଟମସ୍ଥ ପାପଗ୍ରହ କାରଣରୁ  ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଥିଲେ ମଧ୍ୟ କୈାଣସି ବନ୍ଧୁଙ୍କ ସାହାଯ୍ୟ ପାଇ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ  ।  ସାଂଗଠନିକ କିମ୍ବା ଗଠନ ମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।  ବ୍ୟବସାୟ, ପରିବହନଓ ନିର୍ମାଣ, ଜମିଜମା କ୍ଷେତ୍ରରେ ,କିମ୍ବା ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ହାସଲ କରିବେ ।

ମିଥୁନ:-

କାଣସ୍ଥାନରେ ବୁଧ ଓ ଶୁକ୍ର ହେତୁ  ପାରିବାରିିକ ସମସ୍ୟାର ସମାଧାନ ଘଟିବ, କିନ୍ତୁ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡିବ  ।  ବନ୍ଧୁ ମାନଙ୍କ ସହ ସକାଳୁଆ  ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ  ।  ଏହା ସହିତ ପୂର୍ବ ସଂକଳ୍ପିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ପାଇବେ  ।  କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି।

Loading...

କର୍କଟ:-

ରବିଙ୍କ ନବମ ଦୃଷ୍ଟି ଜନିତ ଆଜିର କର୍ମକ୍ଷେତ୍ରରେ ମନ ବୁଝତ୍ଲା ଭଳି  କଅଁଳ  କଥା କହି  ପରିସ୍ଥିତିକୁ ସୁଧାରି ନେବେ ।  ଶିଳ୍ପ,ବାଣିଜ୍ୟ,ବ୍ୟବସାୟରେ ପ୍ରଚୁର  ଲାଭରୁ ମନ ଖୁସି ରହିବ ।  କଚେରି ମାମଲା ମନ୍ଥର ହୋଇପାରେ ।  ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।  ସଙ୍ଗକୁ ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ ।

ସିଂହ:-

ରାହୁଙ୍କ ରାଶ୍ୟାବସ୍ଥାନ ପ୍ରଭାବରେ ଆଜି ଆପଣଙ୍କ କାମ ହାସଲ ସକାଶେ ଅନୁକୁଳ ବାତାବରଣ ସୃଷ୍ଟି ହେବ। ଅର୍ଥର ଅଭାବ ଲାଗି ରହିଥିଲେ ମଧ୍ୟ  ଆବଶ୍ୟକତା ଠିକ୍‌ ସମୟରେ ପୂରଣ ହୋଇଯିବ ।  ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ ।  ସକାଶେ ନିଜକୁ ଖାପ ଖୁଆଇ ଚଳିବା ଭଲ ।  ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ ।

କନ୍ୟା:-

ଶୁକ୍ର ଓ ବୁଧଙ୍କ ସଂଯୋଗ କାରଣରୁ ସମସ୍ୟା ଜଡିତ ହେଲେ ମଧ୍ୟ ପ୍ରତ୍ୟେକ କାମକୁ କୌଶଳରେ ହାସଲ କରିପାରିବେ ।  ଯାନ ବାହନରେ ଲାଭ, ଦୋକାନ ବାଡିରେ ଉନ୍ନତି, ଅଚାନକ ଗୃହ ଭୂମି ଲାଭ ଯୋଗ ରହିଛି। ପ୍ରଶାସନ, କଚେରି ମାମଲାରେ ଶୁଭଫଳ ପାଇବେ ।  କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହୋଇଯିବ।

ତୁଳା:-

ସକାଳୁ ସକାଳୁ  କୌଣସି ଖବର ପାଇ ମନ ଖୁସୀ ହୋଇଯିବ। କିନ୍ତୁ ଅପରାହ୍ନରେ ଅନ୍ୟ ମାନଙ୍କ ସହ ନିଜକୁ ଆଡଜଷ୍ଟ କରାଇ ନେବା ଭଲ ହେବ  ।    କଳା.ସଙ୍ଗୀତ ଆସର,ସାହିତ୍ୟ ଚର୍ଚ୍ଚା ଓ  ସାମ୍ବାଦିକତାରେ ପ୍ରଂଶସିତ ହେବେ ।  ବହୁତ ଅନୁନୟ ବିନୟ ପରେ  ଧାର ସୂତ୍ରରେ ଅର୍ଥ ପାଇବେ ।

ବିଛା:-

ରାଶିରେ ବୃହସ୍ପତି ଯୋଗୁ ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜି କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ ।  ଅପ୍ରିୟ ସତ୍ୟ କଥାରେ  ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପାଖରେ  ଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ।

ଧନୁ:-

ଶନିଙ୍କ ଦୃଷ୍ଟି ପ୍ରଭାବରେ ଆଜି ଦିନଟିରେ ଆପଣଙ୍କୁ  ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବୃଥା ଭାବନାରେ ଭାସିଯାଇ ମାନସିକ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ ା ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ବ୍ୟବସାୟିକ ଦିଟି ଏକ ପ୍ରକାରର ରହିବ।

ମକର:-

ସପ୍ତାମାଧିପତି ଦ୍ୱାଦଶସ୍ଥ ହେତୁ  ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଆଜି ଯାହାକୁ ଯାହା ମାଗିବେ ସେହି ବ୍ୟକ୍ତି  କଦାପି ମନା କରିବ ନାହିଁ ।  ଅବଶ୍ୟ ପରିବାରର ଲୋକ ମାନେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଭୁଲ୍‌ ବୁଝିବେ ।  କର୍ମକ୍ଷେତ୍ରରେ ପରସ୍ପର ଆପୋସ ମିଳାମିଶାରୁ ସମସ୍ୟାର ସମାଧାନ ଘଟିବ ।  ଆଜି କୈାଣସି କାମରେ ମଧ୍ୟସ୍ଥତା କରିବା ଠିକ୍‌ ହେବନାହିଁ ।

କୁମ୍ଭ:-

କର୍ମକ୍ଷେତ୍ରରେ କାମଟି ଠିକ୍‌ ସମୟରେ ନ ହୋଇପାରିବା କାରଣରୁ ମନ ଭଲ ଲାଗିବ ନାହିଁ ।  ପିଲାଙ୍କ ବୈବାହିକ କର୍ମ ସକାଶେ  ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିର କରିବା ସକାଶେ ଚି‘  କରିପାର‘ି ।  କେତେକ ସାଧାରଣ ଅସୁବିଧା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ ।  ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ହେବନାହିଁ ।

ମୀନ:-

ପୂର୍ବ ଯୋଜନାନୁଯାୟୀ କୌଣସି  ନୂତନ କାମରେ ମନଦେବା ପାଇଁ ମନସ୍ଥ କରିବେ। ସମସ୍ୟା ଥିବା କ୍ଷେତ୍ରରେ  କ୍ରମଶଃ ସ୍ଥିରତା ଫେରିପାଇବେ। ସାମାଜିକ ସ୍ତରରେ ଜଣେ ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହେବେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିରେ ସଫଳତା ହାସଲକରିବେ ।

Loading...
Share It
  • 10
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.