କେମିତି ଜାଣିବେ ପିଉଥିବା ମଦ ଅସଲି ନା ନକଲି ?

ଜୀବନଚର୍ଯ୍ୟା

Related imageନୂଆଦିଲ୍ଲୀ : ଚଳିତ ମାସରେ ଉତରପ୍ରଦେଶ, ଉତରାଖଣ୍ଡରେ ବିଷାକ୍ତ ମଦ ଯୋଗୁଁ ଏହି ଦୁଇଟି ରାଜ୍ୟରେ ବର୍ତ୍ତମାନ ଶହେ ଲୋକଙ୍କର ଜୀବନ ଗଲାଣି । ଏଥିପାଇଁ ଲୋକଙ୍କୁ ସଚେତନା କରିବାକୁ ମଧ୍ୟ ବିଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି ।

ଏହିକ୍ରମରେ ତଥା ନକଲି ମଦ ଉପରେ ଲଗାମ କଷିବାକୁ ଅବକାରୀ ବିଭାଗ ଏକ ନୂଆ ଏବଂ ଡିଜିଟାଲ ତରିକାର ଆଶ୍ରୟ ନେଇଛି । ଅବକାରୀ ବିଭାଗ ଏନେଇ ଏକ ମୋବାଇଲ ଆପ୍ ବିକଶିତ କରିଛି । ଯେଉଁଥିରେ ଆପଣ ନିଜେ ହିଁ ମଦର ଭୟାବହତା ସଂପର୍କରେ ଜାଣିପାରିବେ ଆଉ ଆପଣଙ୍କୁ ଏହି କାମରେ ସହଯୋଗ କରିବ ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ ।

ଏହି ଯୋଜନା ଅନୁସାରେ ମଦ ପେଟି ଓ ବୋତଲ ଉପରେ ବାରକୋଡ ଲଗାଯାଉଛି । ଏହି ବାରକୋଡ ତଥା କ୍ୟୁଆର କୋଡର ସ୍କାନିଂ କରି ଆପଣ ମଦ ତିଆରି କଂପାନୀ, ବଟଲର ତାରିଖ ଏବଂ ଏମଆରପି ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏଥିସହିତ ହିଁ ଆପଣ ଜାଣିପାରିବେ କି ଆପଣ ଯେଉଁ ମଦ ପିଉଛନ୍ତି ତାହା ବାସ୍ତବରେ ଅସଲି ନା ନକଲି । ତେବେ ମଦର ଚିହ୍ନଟ କରୁଥିବା ଏହି ସ୍ୱତନ୍ତ୍ର ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋର ବ୍ୟତୀତ ଅବକାରୀ ବିଭାଗର ଆଧିକାରୀକ ୱେବସାଇଟ୍ ତଥା www.upexcise.in ରେ ବି ଡାଉନଲୋଡ କରିପାରିବେ ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.