କାଶ୍ମୀର -ଓଡିଶା ଯୁବ ବିନିମୟ କାର୍ଯ୍ୟକ୍ରମ, ପ୍ରତିନିଧି ମଣ୍ଡଳୀଙ୍କୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍

କୋଣାର୍କ,୦୫/୧୦ – ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ କାଶ୍ମିର-ଓଡିଶା ଯୁବ ବିନିମୟ କାର୍ଯ୍ୟକ୍ରମରେ କାଶ୍ମିରର ଅନନ୍ତନାଗ,କୁପୁୱାଡା,ଶ୍ରୀନଗର,ବଡଙ୍ଗା,ଫୁଲବାମ,ବାରମୁଳା,ଜିଆର ଅଂଚଳର ୧୨୨ ଜନ ଯୁବ ପ୍ରତିନିଧିଙ୍କୁ କୋଣାର୍କ ଠାରେ ଭବ୍ୟ ସମ୍ବର୍ଧନା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଯୁବ ପ୍ରତିନିଧି ମଣ୍ଡଳି ଦଳ କୋଣାର୍କ ସୁର୍ଯ୍ୟ ମନ୍ଦିର ପରିଦର୍ଶନ କରି ଥିଲେ । ଓଡିଶାର କଳା,ସଂସ୍କୃତି ଓ ବିକାଶର କାର୍ଯ୍ୟଧାରା ସମ୍ପର୍କରେ ଆସିଥିବା ଯୁବ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ପୁରି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଫ୍ରେଣ୍ଡ୍ସ କ୍ଳବ ପକ୍ଷରୁ ଏକ ସମ୍ବର୍ଧନା ସଭାର ଆ୍େୟାଜନ କରାଯାଇଥିଲା । ଏହି କାଯ୍ୟକ୍ରମରେ ଅତିଥି ଭାବରେ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ,ଶୋଭନିୟ ଶିକ୍ଷାକେନ୍ଦ୍ରର ଅଧକ୍ଷା ରୁକ୍ମୁଣି ଦେବୀ,ରେଡିଓ ନମସ୍କାର ଅଧକ୍ଷ ଏନ ଏ ସାହା ଆନଶାରୀ ନେହେରୁ ଯୁବ କେନ୍ଦ୍ର ମଣ୍ଡଳ ନିର୍ଦେଶକ ଅଭିଜିତ ବୋଷ,ଖୋର୍ଧା ଯୁବ ସଂଯୋଜକ ପ୍ରବିର ପ୍ରଧାନ,ପୁରି ଯୁବ ସଂଯୋଜକ ଜୟ ଶଙ୍କର ଯୋଶି,ପର୍ଯ୍ୟଟନ ଅଧିକାରି ସରୋଜ କାନ୍ତ ପ୍ରଧାନ,ବିତ ଅଧିକାରୀ ଶୁଭେନ୍ଦୁ ସାହୁ,ହରିଶ୍ଚନ୍ଦ୍ର ଦାଶ ଓ ଯାତ୍ରୀନିବାସ ପରିଚାଳକ ବିଜୟ ଯେନା ପ୍ରମୁଖ ଯୋଗ ଦେଇ ପ୍ରତିନିଧି ମାନଙ୍କୁ ସମ୍ବର୍ଧିତ କରିଥିଲେ । ପରେ ପରେ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବି ରାମକୃଷ୍ଣ ମହାନ୍ତି,ଶୁଭାଂଶୁ ସେଠୀ,ନୃଶିଂହ ବେହେରା ଓ ଜ୍ଞାନ ରଞନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

Loading...
Share It
  • 66
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.