କହିବୁ କାହାକୁ ବୁଝିବ କିଏ ?? ଫାର୍ମରେ ବେଆଇନ ଭୂତଳ ଜଳ ଉଠାଣ ,ପାଣିବିନା ଗ୍ରାମବାସୀ ହା ହା କାର

ଓଡିଶା ନ୍ୟୁଜ୍

ମୟୂରଭଞ୍ଜ: – ବେଆଇନ ଭାବେ ଚାଲିଛି ଭୂତଳ ଜଳ ଉଠାଣ । ଦିର୍ଘ ବର୍ଷ ଧରି ଭୂମି ତଳୁ ଟାଣି ଚାଲିଛନ୍ତି ଅସୀମ ଜଳରାଷି । ଯେଉଁଥି ପାଇଁ ପାଖା ପାଖି ଗ୍ରାମ ଗୁଡିକରେ ଦେଖାଦେଲାଣି ପାନୀୟ ଜଳର ଉତ୍କଟ ସମସ୍ୟା । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଉଠା ଜଳ ସେଚନ ବିଭାଗ ସବୁ ଜାଣି ମଧ୍ୟ ସାଜିଛନ୍ତି ନିରବଦ୍ରଷ୍ଟା । ଏଭଳି ସଂଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଭେଙ୍କ ବ୍ରିଡିଙ୍ଗ୍ ଫାର୍ମ ନାମରେ । ୨୦୧୨ ମସିହାରୁ ଏହି ଫାର୍ମଟି ବେଆଇନ ଭାବେ ବୋରିଂ ସାହାଯ୍ୟରେ ଉଠାଇ ଚାଲିଛି ସୀମାହୀନ ଭୂତଳ ଜଳ । ନା ଏଥିପାଇଁ ନିଆଯାଇଛି କୌଣସି ବିଭାଗୀୟ ସ୍ୱୀକୃତି ନା ହୋଇଛି କୌଣସି ରେଜିଷ୍ଟ୍ରେସନ । ଯାହାଫଳରେ ଏହି ଫାର୍ମ ପାଖରେ ଥିବା ଗାଁ ଗୁଡିକରେ ଦେଖାଦେଲାଣି ପାନୀୟ ଜଳ ଘୋର ସମସ୍ୟା । ଭୂମି ତଳୁ ଜଳସ୍ତର କମିଯାଉଥିବାରୁ ନିକଟସ୍ଥ କୂଅ, ପୋଖରୀ, ବୋରୱେଲ ଆଦି ଶୁଖି ଚାଲିଛି । ଯେଉଁଥି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ସେତିକି ନୁହେଁ ଏହି ଫାର୍ମ ପରିବେଶକୁ ପ୍ରଦୂଷିତ କରୁଥିବାରୁ ଗାଁ ରେ ନାନା ପ୍ରକାର ରୋଗାକ୍ରାନ୍ତ ହେଉଥିବା କଥା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଅସୁବିଧାର ସମ୍ମୁଖୀନ ହୋଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏହି ଫାର୍ମ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ନ ନେଉଥିବା କଥା କହିଛନ୍ତି ସ୍ଥାନୀୟ ଅଞ୍ଚଳର ୱାର୍ଡ ମେମ୍ବର । ତେବେ ଏ ନେଇ ଆମେ ମୟୂରଭଞ୍ଜ ଉଠାଜଳସେଚନ ବିଭାଗର ଅଧିକାରୀଙ୍କୁ ଫୋନ୍ ଦ୍ୱାରା ଯୋଗାଯୋଗ କରିଥିଲୁ । ପରିତାପର ବିଷୟ, ଏ ସବୁ କଥା ଜାଣିଥିବା ସ୍ୱୀକାର କରିବା ସହିତ ଏ ବାବଦରେ କୌଣସି ପଦକ୍ଷେପ ନେବାକୁ ନିଜର ଅକ୍ଷମତା ବି ପ୍ରକାଶ କରିଛନ୍ତି ଅଧିକାରୀ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.