କଦଳୀର ଉପକାରିତା

ସ୍ୱାସ୍ଥ୍ୟ

Image result for banana wallpaper

ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତୀୟମାନେ କାହିଁ କେଉଁ କାଳରୁ କଦଳୀ ଫଳକୁ ଜଳଖିଆ ଭାବେ ଖାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏମାନଙ୍କ ସୁସ୍ଥତାର ପ୍ରମୁଖ ରହସ୍ୟ ହେଉଛ କଦଳୀ ନିୟମିତ ଖାଇବା । ନିକଟରେ ଏହି ଫଳ ସମ୍ପର୍କିତ କେତୋଟି ରୋଚକ ତଥ୍ୟ ପ୍ରକାଶିତ ହୋଇଛି ।
=> କଦଳୀର ବାସ୍ନା ମଧ୍ୟ ହଜମ ଶକ୍ତି ବଢ଼ାଉଥାବାର ମତ ମିଳିଛି । ପାଚିଲା କଦଳୀ ଡାଇନି° ଟେବୁଲ କିମା ଜଳଖିଆ ଆଲମାରି ଉପରେ ହିଁ ରଖନ୍ତୁ । ଏହାଦ୍ୱାରା ଏହାର ବାସ୍ନା ଚତୁର୍ଦ୍ଦିଗକୁ ଯାଇପାରିବ ଓ ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇ ପାରିବ ।
=> ମାଲେସିଆ ବିଶେଷଜ୍ଞ ଏକ ଚମତ୍କାର ତଥ୍ୟ ପ୍ରକାଶ କରଥଲେ । ଗ୍ରାମୀଣ ଲୋକଙ୍କ ବାଡି ବଗିଚାରେ କଦଳୀ ଗଛ ଦେଖିବାକୁ ମିଳେ । ଅନ୍ୟ ବର୍ଗର ଲୋକଙ୍କ ତୁଳନାରେ ଏମାନେ ବେଶ୍ ସୁସ୍ଥ ବୋଲି ପରୀକ୍ଷାରୁ ପ୍ରକାଶିତ ।
=> ପୋଷକତତ୍ତରେ ଭରପୁର, କଦଳୀକୁ ଖେଳାଳିମାନେ ନିୟମିତ ଖାଇବା ସେମାନଙ୍କ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖୋରାକ୍ । ଅଲିମ୍ପିକ୍ ଖେଳାଳି ୟୋହାନ୍ ବାଲକୋ ଦିନକୁ ୧୬ଟି କଦଳୀ ଖାଉଥୁବାର ପରୀକ୍ଷାରୁ ପ୍ରକାଶିତ ।
=> ଗୋଟିଏ କଦଳୀରେ ୧୦୦ କ୍ୟାଲୋରୀ ଥିବାବେଳେ ୩ ଗ୍ରାମ୍ ଫାଇବର ଥାଏ । ତେଣୁ ନିୟମିତ ଭାବେ କଦଳୀ ଖାଇଲେ ଭୋକ ଶୀଘ୍ର ହୁଏ ନାହିଁ ଓ ଓଜନ ମଧ୍ୟ ଠିକ୍ ରହିଥାଏ ।
=> ହୃଦରୋଗରେ ଆକ୍ରାନ୍ତ ହେବାକୁ ଚାହୁଁନଥୁବା ବ୍ୟକ୍ତି । ଅନ୍ତତଃ ଦିନକୁ ୨ ଟି କଦଳୀ ଖାଆନ୍ତୁ । ଏଥୁରେ ପୋଟାସିୟମର ମାତ୍ରା ୪୨୦ ମିଲିଗ୍ରାମ୍ ଅଛି । ଏପରିକି ନିୟମିତ କଦଳୀ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ବିତ ରୁହେ |

Loading...
Loading...
Share It
  • 12
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.