ଜୟପୁର: ବିବାହରେ ଯୌତୁକ ନେଇ ଏବେ ବୋହୂ ଉପରେ ନାନା ପ୍ରକାର ଅତ୍ୟାଚାର ଜାରି ରହିଛି। ତେବେ ରାଜସ୍ଥାନ ଜେରଠି ଗାଁରେ ଏକ ବିବାହ ପାରମ୍ପରିକ ବିବାହ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି। ଏଠାକାର ବାସିନ୍ଦା ଡାଲ ସିଂଙ୍କ ଝିଅ ହର୍ଷିତା ସ୍ଥାନୀୟ ଗୋଠଡ଼ା ଗାଁର ସରପଞ୍ଚ ରାଜେନ୍ଦ୍ର ଭୁକାରଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଛନ୍ତି। ବିକ୍ରମ ଯୌତୁକ ଭାବେ ଟଙ୍କେ ଏବଂ ଗୋଟିଏ ନଡ଼ିଆ ନେଇଛନ୍ତି। ତେବେ ଶ୍ୱଶୁର ରାଜେନ୍ଦ୍ର ବୋହୂ ହର୍ଷିତାଙ୍କୁ ଏକ ଦାମୀ କାର୍ ଉପହାର ଦେଇଛନ୍ତି। ଏବେ ଏହି ବିବାହ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି।
