ଜଣେ ଅସହାୟା ବୃଦ୍ଧା ମାଆକୁ ନୂଆ ଆଲୋକ ସେବକ ଆଶ୍ରମ ରେ ଅବସ୍ଥାପିତ କଲା

ଓଡିଶା ନୂଆ ଆଲୋକ ନ୍ୟୁଜ୍

 

ଯାଜପୁର – ନରସିହଂପୁର ଗ୍ରାମ ପଂଚାୟତର ଗ୍ରାମର ଜୈନେକ ବୃଦ୍ଧାଙ୍କୁ ନୂଆ ଆଲୋକ ଅନୁଷ୍ଠାନ ତରଫରୁ ଥଇଥାନ କରା୍‌ଯାଇଛି । ଲକଡାଉନ ସମୟରେ ଉକ୍ତ ନିଆଶ୍ରୀ ବୃଦ୍ଧାଙ୍କୁ ଅନୁଷ୍ଠାନ ତରଫରୁ ଆବଶ୍ୟକ ଅନୁସାରେ ଖାଦ୍ୟପେୟ ପ୍ରଦାନ କରାଯାଉଥିଲା । ତେବେ ଏଠାରେ ପ୍ରକାଶ କରାଯାଇ ପାରେ କି କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ଗୈାରୀଶ୍ୟାମ ପାଟଣା ର କ୍ଷୀର ସାହୁ , ସ୍ୱା- ୰ନାରାୟଣ ସାହୁ, ଉକ୍ତ ବୃଦ୍ଧା ଜଣେ ଅସହାୟ ମହିଳା ହୋଇଥିବାରୁ , ତାର ବାର୍ଦ୍ଧକ୍ୟରେ କେହି ସହାୟ ହେବାକୁ ନାହାଁନ୍ତି । ତେଣୁ ସେ ପୂର୍ଣ୍ଣ ଅସହାୟ ଅବସ୍ଥାରେ ପଡି ରହିବା ସହିତ ସବୁ ସମୟରେ ଖାଇବାକୁ ମଧ୍ୟ ପାଉ ନଥିଲା । ସ୍ଥାନୀୟ ସରପଂଚଙ୍କ ଅନୁରୋଧ କ୍ରମେ ଆଜି ନୂଆ ଅଲୋକ ର ସଦସ୍ୟ ସଦସ୍ୟାମାନେ ଉକ୍ତ ବୃଦ୍ଧାଙ୍କୁ ନେଇ ଛତିଆ ସ୍ଥିତ ସେବକ ଆଶ୍ରମରେ ଅବସ୍ଥାପିତ କରିବା ସହିତ ତାଙ୍କର ସମସ୍ତ ସୁବିଧା ଓ ଚିକିତ୍ସା ପାଇଁ ଯତ୍ନନେଇଛନ୍ତି । ତେବେ ଛତିଆ ସ୍ଥିତ ସେବକ ଆଶ୍ରମର ଏତାଦୃଶ ସହଯୋଗ ପାଇଁ ନୂଆ ଆଲୋକ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଯାଇଛି ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.