ଆକାଶ ଏବଂ ଶ୍ଲୋକା ଦୁଇଜଣ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ ସାଥିରେ ପଢ଼ିଛନ୍ତି। ଏବେ ଦୁଇଜଣଙ୍କର ନିର୍ବନ୍ଧର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।
ମୁଖ୍ୟ କଥା:
– ଆକାଶ ଅଣଅବାନୀଙ୍କର ହେଲା ନିର୍ବନ୍ଧ
– ଶ୍ଲୋକା ମେହେତାଙ୍କୁ କରୁଛନ୍ତି ବିବାହ
– ଶ୍ଲୋକା ହୀରା ବ୍ୟାପାରୀ ରସେଲ ମେହତାଙ୍କର ଝିଅ ଅଟନ୍ତି
ନୂଆଦିଲ୍ଲୀ ୨୬-୩ (ଓଡ଼ିଆ ପୁଅ) : ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କର ପୁଅ ଆକାଶ ଅମ୍ବାନୀ ନିକଟରେ ଗୋଆରେ ଏକ ପ୍ରାଇଭେଟ ସେରିମୋନୀରେ ନିର୍ବନ୍ଧ କରିଛନ୍ତି। ଆକାଶ ଏବଂ ଶ୍ଲୋକା ମେହେତାଙ୍କର ଏନ୍ଗେଜମେଣ୍ଟ ହୋଇଛି। ଶ୍ଲୋକା ହୀରା ବ୍ୟାପାରୀ ରସେଲ ମେହତାଙ୍କର ସବୁଠାରୁ ଛୋଟ ଝିଅ ଅଟନ୍ତି। ଅନ୍ୟ ପକ୍ଷରେ, ଆକାଶ ଦେଶର ସବୁଠାରୁ ଧନୀ ଉଦ୍ୟୋଗପତି ଏବଂ ରିଲାଂୟନ୍ସ ଇଣ୍ଡଷ୍ଟ୍ରିଜର ପ୍ରମୁଖ ମୁକେଶ ଅମ୍ବାନୀଙ୍କର ସବୁଠାରୁ ବଡ଼ ପୁଅ ଅଟନ୍ତି। ଆକାଶ ଏବଂ ଶ୍ଲୋକା ଦୁଇଜଣ ହିଁ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ ସାଥିରେ ପାଠ ପଢ଼ିଛନ୍ତି। ଏବେ ଏହି ଦୁଇଜଣଙ୍କର ନିର୍ବନ୍ଧର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଏହି ଫଟୋରେ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେତାଙ୍କ ସହିତ ତାଙ୍କର ବାପା ମୁକେଶ ଅମ୍ବାନୀ ଏବଂ ମା’ ନୀତା ଅମ୍ବାନୀ ମଧ୍ୟ ସାଥିରେ ଦେଖାଯାଉଥିବା ଲକ୍ଷ କରାଯାଉଛି। ଏହି ନିର୍ବନ୍ଧରେ ସମସ୍ତେ କାଜୁଆଲ ପୋଷାକରେ ନଜର ଆସୁଛନ୍ତି।
ନୀତା ଅମ୍ବାନୀ ଅଫ ହା୍ୱଇଟ ଏଥନିକ ଡ୍ରେସ ପିନ୍ଧିଥିବା ବେଳେ ମୁକେଶ ଅମ୍ବାନୀ ମଧ୍ୟ ହାଫ ସ୍ଲୀଭ୍ସ ଚେକ ସାର୍ଟରେ ଦେଖାଯାଉଛନ୍ତି। ଏମାନଙ୍କର ସହିତ ହିଁ ମୁକେଶ ଅମ୍ବାନୀଙ୍କର ମମ୍ମୀ କୋକିଲାବେନ ପିଙ୍କ ଶାଢ଼ୀରେ ନଜର ଆସୁଛନ୍ତି। ଆକାଶ ଅମ୍ବାନୀ ଟ୍ରାଉଜର ଏବଂ ବ୍ଲେଜରରେ ଏବଂ ଶ୍ଲୋକା ମେହତା ଗ୍ରେ ରଙ୍ଗର ରୋଜ୍ ବର୍ଡର ଗାଉନରେ ନଜର ଆସୁଛନ୍ତି।
ଶ୍ଲୋକା ମେହତାଙ୍କର ଏହି ଗାଉନ ବ୍ରିଟିଶ ଲେଭେଲ ନୀଡଲ ଏଣ୍ଡ ଥ୍ରେଡର ଡିଜାଇନ୍ ଏବଂ ଏହି ଗାଉନର ମୂଲ୍ୟ £ 850 ଅର୍ଥାତ୍ 78,137 ଟଙ୍କା।
2017 ରେ ବଲିଉଡ଼୍ ଅଭିନେତ୍ରୀ ଆଲିଆ ଭଟ୍ଟ ଗୋବାରେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆରେ ଏହି ଡ୍ରେସ ପିନ୍ଧିଥିଲେ। ଏହାର ରଙ୍ଗ କଳା ଥିଲା।