ଦୁନିଆରେ ଲୋକମାନେ ଅଲଗା ଅଲଗା ସ୍ଥାନରେ ରହିଥାନ୍ତି, କେତେକ ଗାଁରେ ରହିଥାନ୍ତି, ତ ଆଉ କେତେକ ଶହରରେ ରହିଥାନ୍ତି। କିଛି ପାହାଡରେ ରହିଥାନ୍ତି ତ ଆଉ କେତେକ ନଦୀ କିନାରାରେ ରହିଥାନ୍ତି। କିନ୍ତୁ ଏମିତି ଲୋକ ମଧ୍ୟ ଅଛନ୍ତି ଯାହା ବର୍ଷ ବର୍ଷ ଧରି ସମୁଦ୍ରରେ ରହି ଆସୁଛନ୍ତି। ଯାହା ପ୍ରାୟ ୧୩୦୦ ବର୍ଷରୁ ଫୁଜିୟାନ ରାଜ୍ୟର ଦକ୍ଷିଣ ପୂର୍ବର ନିଗଂଡେ ସିଟି ପାଖରେ ଥିବର ସମୁଦ୍ରରେ ରହି ଆସୁଛନ୍ତି।
ସାମୁଦ୍ରୀକ ମତ୍ସ୍ୟଜିବିଙ୍କ ଇଲାକା
ଟାଙ୍କା ନାମକ ବସ୍ତୀ ସମ୍ପୂର୍ଣ୍ଣ ଭାବରେ ପାଣି ଉପରେ ରହିଛି ଯେଉଁଠି ୭୦୦୦ ଲୋକ ବାସ କରୁଛନ୍ତି। ଏହି ବସ୍ତି ସାମୁଦ୍ରୀକ ମତ୍ସ୍ୟଜିବୀଙ୍କର ଅଟେ ଯାହାକୁ ’ଟାଙ୍କା’ କୁହାଯାଏ। ଚୀନରେ ବହୁତ ବର୍ଷ ପୁର୍ବରୁ ଟାଙ୍କା କମ୍ୟୁନିଟିର ଲୋକମାନେ ସେଠାକାର ଶାସକଙ୍କର ଉତ୍ପିଡନରେ ବିରକ୍ତ ହୋଇ ସମୁଦ୍ରରେ ରହିବାକୁ ନିଷ୍ପତି ନେଇଥିଲେ। ଏମିତି କୁହାଯାଏଯେ ପ୍ରାୟ ୭୦୦ ଖ୍ରୀଷ୍ଟାବ୍ଦରୁ ନେଇ ଆଜି ପର୍ୟ୍ୟନ୍ତ ଏହି ଲୋକମାନେ ଭୂମିରେ ରହିବାକୁ ନିଷ୍ପତି ନେଇଥିଲେ ଏବଂ ଆଧୁନିକ ଜୀବନ ଆପଣେଇ ନାହାନ୍ତି।
ଏହି ବିଚିତ୍ର ଘରର ପୂରା ବସ୍ତି ଅଛନ୍ତି। ସାମୁଦ୍ରୀକ ମତ୍ସ୍ୟଜିବୀଙ୍କର ଏହି ବସ୍ତି ଫୁଜିୟାନ ରାଜ୍ୟର ଦକ୍ଷିଣ ପୂର୍ବ ନିଂଗଣ୍ଡେ ସିଟି ପାଖରେ ସମୁଦ୍ରରେ ପହଁରିବା ଭଳି ରହିଛି।
ସାରା ଜୀବନ ବୋଟରେ
ଚୀନରେ ୭୦୦ ଖ୍ରୀଷ୍ଟାବ୍ଦରେ ଟାଙ୍ଗ ରାଜବଂଶର ଆଶନ ଥିଲା। ସେହି ସମୟରେ ଟାଙ୍କା ଜନଜାତି ସମୂହର ଲୋକ ଯୁଦ୍ଧରୁ ବଞ୍ଚିବା ପାଇଁ ସମୁଦ୍ରରେ ନିଜର ଡଙ୍ଗାରେ ରହିବାକୁ ଲାଗିଥିଲେ। ସେବେଠାରୁ ସେମାନଙ୍କୁ ଜିପ୍ସିଜ ଅନ ଦ ସି କୁହା ହେବାକୁ ଲାଗିଲା ଏବଂ ସେମାନେ କେବେ କେବେ ଭୂମିକୁ ଆସିଥାନ୍ତି।
ଟାଙ୍କା ଜନଜାତିର ଲୋକଙ୍କର ସାରା ଜୀବନ ପାଣିର ଘରେ ଏବଂ ମାଛ ମାନଙ୍କ ଶିକାରରେ ବିତିଯାଇଥାଏ। ସେମାନେ କେବଳ ଭାଷମାନ ଘର ବନାଇ ନାହାନ୍ତି ବରଂ ବଡ ବଡ ଫ୍ଲାର୍ଟ ମଧ୍ୟ ବାଡିରେ ତିଆରି କରିଛନ୍ତି। ଚୀନରେ କମ୍ୟୁନିଷ୍ଟ ଶାସନର ସ୍ଥାପନା ହେବା ପର୍ୟ୍ୟନ୍ତ ଏହି ଲୋକ ନା କେବଳ ସମୁଦ୍ରକୁ କିନାରାକୁ ଆସିଲେ ଏବଂ ନା ସମୁଦ୍ର କିନାରାରେ ଘର ଥିବା ଲୋକଙ୍କ ସହିତ ବିବାହ ପ୍ରସ୍ତାବ ମଧ୍ୟ ରଖୁଥିଲେ। ସେମାନେ ନିଜ ବୋଟରେ ହିଁ ବିବାହ କରିଥାନ୍ତି।
- 59Shares