ଯାଜପୁର ସଦର, ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୂଆ ଆଲୋକ

ଯାଜପୁର ସଦର, ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର- ତା.୦୪.୧୦.୧୯ ରିଖ, ଆଜି ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ଠାରେ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ ତରଫରୁ ଏକ ସଡକ ସୁରକ୍ଷା ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶରତ କୁମାର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ସଦର ଥାନା ଅଧିକାରୀ ବଂଶୀଧର ବେହେରା ଓ ଥାନା ସହକର୍ମୀ ମାନେ ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି ,ସହ ନିର୍ଦ୍ଦେଶକ ଦେବେନ୍ଦ୍ର ବଳ, ସମ୍ପଦ କୁମାର ନାୟକ, ରାଜା ପାର୍ଥ ସାରଥୀ ସାମନ୍ତ ସିଂହାର, ମଂଟୁଦାସ, ଅବଦୁଲ ୱାହିଦ, ଅମର ସାହୁ, ଚକ୍ରଧର ବେହେରା , ଆଲୋକ କୁମାର ଓଝା , ସ୍ମିତା ମହାନ୍ତି. ପ୍ରାଚୀ ପ୍ରତ୍ୟାଶା ସେଠୀ, ଶୁଭ ଲକ୍ଷ୍ମୀ ରାଉତ,ସନାତନ ବରାଳ, ରତିକାନ୍ତ ସାହାଣୀ, ଗଣେଶ ସାହୁ, ବିଶ୍ୱଜିତ ମହାପାତ୍ର , ସୁଜିତ ସାହୁ ସମେତ ବହୁ ସ୍ୱେଚ୍ଛାସେବୀ ଗାଡି ଆରୋହୀ ମାନଙ୍କୁ ଗୋଲାପ ଫୁଲ, ସଚେତନତା ପ୍ରଚାର ପତ୍ର ସହିତ ଚକୋଲେଟ ପ୍ରଦାନ କରି ସଚେତନ କରିଥିଲେ । ତେବେ ସଦର ଥାନା ଅଧିକାରୀ ଶ୍ରୀ ବେହେରା ନୂଆ ଆଲୋକର ଏହି ସ୍ୱାର୍ଥ ବିହିନ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ ।

Loading...

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.