ଯାଜପୁର ବିଧାୟକଙ୍କ ଦିଗନ୍ତ ବିସ୍ତାରୀ କାର୍ଯ୍ୟକ୍ରମ , ପରିବେଶ ସୁରକ୍ଷା

ଓଡିଶା ନ୍ୟୁଜ୍

            ଯାଜପୁର ବିଧାୟକଙ୍କ ଦିଗନ୍ତ ବିସ୍ତାରୀ କାର୍ଯ୍ୟକ୍ରମ , ପରିବେଶ ସୁରକ୍ଷା
କେହି ବୁଝୁ କି ନବୁଝୁ , ବା କିଏ ତାହାକୁ ରାଜନୈତିକ ଆଖ୍ୟା ଦେଉ ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । ତା ପରେ ବି ପରିବେଶ କୁ ନେଇ ଯଦି ରାଜନିତି କରା ହୋଇ ପାରେ ତାହା ବହୁତ ଭଲ । ବ୍ୟକ୍ତି ନା ନେତୃତ୍ୱ ମାନେ ନିଜର ସ୍ୱାର୍ଥ ଲାଗି ରାଜ ନିତୀ କରୁଛନ୍ତି । ପରିବେଶ ବା ପ୍ରକୃତିର ସ୍ୱାର୍ଥ ଲାଗି ଯଦି ରାଜନୀତି କରାଯାଉଛି ତାହା ସବୁଠାରୁ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି ବଜ୍ରବାଣ ଆକଳନ କରେ । ଯାଜପୁର ନିର୍ବାଚନ ମଣ୍ଡଳୀରେ ଏବେ କେବଳ ଶୁଭୁଛି ଗୋଟିଏ ସ୍ୱର , ବୃକ୍ଷରୋପଣର ସ୍ୱର , ପରିବେଶ ସୁରକ୍ଷାର ସ୍ୱର । ଆଜିର ସମୟରେ କେବଳ ଯିଏ ପରିବେଶର ବନ୍ଧୁ ତାକୁ କହିବା ପ୍ରକୃତ ବନ୍ଧୁ । ବିଶ୍ୱ ଅସନ୍ତୁଳିତ ଅବସ୍ଥାରେ , ଏହି ଦୁଃର୍ଦିନରେ ବିଶ୍ୱର ଯିଏ ବନ୍ଧୁ ହୋଇ ପାରିଲା , ତାଙ୍କ ବିଶ୍ୱବନ୍ଧୁ ଆଖ୍ୟା ଦିଆଯାଇ ପାରେ । ସବୁଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି , ଯାଜପୁର ର ବିଭିନ୍ନ ପଂଚାୟତରେ ବୃକ୍ଷେରାପଣ ସକାର୍ଯ୍ୟକ୍ରମ କେବଳ ବୃକ୍ଷେରାପଣ ନୁହଁ ତାହାର ସୁରକ୍ଷା ଲାଗି ସ୍ୱୟଂ ବିଧାୟକ ଦୃଢ ପଦେକ୍ଷପ ନେଉଥିବାର ଜଣା ପଡିଛି । ସବୁ କର୍ମୀ ସବୁ ସ୍ୱେଚ୍ଛାସେବୀଙ୍କ ଉପରେ ବବି ଟ୍ୟାକ୍ସ ଲଦି ଦେଇଛନ୍ତି । ବୃକ୍ଷ ବଂଚି ବଡହେବାର ସେ ଦେଖିବେ । ଏହି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେଉଥିବା ଅର୍ଥ ଯେପରି ଗୋଟିଏ ଟଙ୍କା ପାଣିରେ ନପଡେ ସେପ୍ରତି ବିଧାୟକ ସ୍ତିର ନିଶ୍ଚିତ । ଏହି ଚେତନା ସମଗ୍ର ଓଡିିଶାରେ ଯଦି ସବୁ ବିଧାୟକ ମାନଙ୍କ ଜୀବନ ଦର୍ଶନରେ ଏହି ପରି ଏକନିଷ୍ଠ ଭାବେ ପରିଷ୍ପୁଟନ ହେବ । ନା ମହାବାତ୍ୟ , ନା ଫନି ସବୁ ବପର୍ଯ୍ୟୟ ମାନେ ଲଜ୍ଜ୍ୟା ବୋଧ କରିବେ ଏଥିରେ ସନ୍ଦହ ନାହଁ । ସତ କହିବାକୁ ଗଲେ ବବିଙ୍କ ପତତ୍ମନ ମତି ତଥା ରାଜନୈତିକ ଗୋଟି ଚାଳନା ନିଆରା । ସବୁଥିରେ ସେ ଆଗୁଆ ।କେହି କେହି ଆଲୋଚନା କରୁଛନ୍ତି ସେ ତାଙ୍କ ବାପାଙ୍କ ନାଁ ରଖିବାକୁ ଏହି ପରି କାମ କରୁଛନ୍ତି । ଭଲାକଥା ହେଲା ତ , ତୁମେ ତୁମ ବାପାଙ୍କ ନାଁ ରଖିବାକୁ ତୁମ ଗାଁରେ ୪ ଟି ବୃକ୍ଷ ରୋପଣ କରିଛକି ? ଏମିତି ଅଲଣା କଥା କହି ସସ୍ଥା ରାଜନିତି କରନି । ବବିଙ୍କ କାର୍ଯ୍ୟକ୍ରମରେ ଆଜି ଯାହା ଦେଖିବାକୁ ମିଳିଲା ରକ୍ତଦାନ । ଦେହରେ ରକ୍ତ ଅଛି ଠିକ କଥା ତାକୁ କାହାକୁ ଦେଲେ ତାହା ଏମିତି ତ ସରିଯାଏ ନାହିଁ , କିନ୍ତୁ ଜଣେ ଗରିବ ତଅ ଦୁସ୍ଥ ଶିଶୁ କୁ ଅକସ୍ମାକ ରକ୍ତ ଦାନ କରିବା କମ ମହନୀୟ କଥା କି? ଆଜି ସେ ରାଜନିତୀର ଉଚ୍ଚ ପାହାଚରେ ଥାଇ ବି ଗାଆଁ, ମାଆ, ମାଟି ମଣିଷପ୍ରତି ପ୍ରିତୀ ହରାଇ ନାହାଁନ୍ତି । ତାପରେ ଯାଜପୁର ରେ ମେଡିକାଲ କଲେଜ ପ୍ରତିଷ୍ଠା ବାସ୍ତବରେ ଐତିହାସିକ ପଦକ୍ଷେପ । ଯାହା ଏବେ ନୁହଁ କେବେ ସମ୍ଭବ ହୋଇ ପାରିଥାଆନ୍ତା କି ନାହିଁ ସନ୍ଦେହ । ସେହି ମେଡିକାଲ କଲେଜ ଯାଜପୁର ର ୧ ନମ୍ବର ବରପୁତ୍ର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ କରିବାକୁ ପସ୍ଥାବ ତାଙ୍କର ସଂସ୍କୃତି ପ୍ରେମର ଏକ ବଡ ନିଦର୍ଶନ । ଏହାକୁ କହିବା ଉପଯୁକ୍ତ ପିତାଙ୍କର ଉଚିତ ଦାୟାଦ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.