ଜାଗରପାଇଁ ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରବଳ ଗହଳି , ଦେଢ଼ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା

ଓଡିଶା

Related imageଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ବ୍ଲକର ଆରଡ଼ିଠାରେ ଥିବା ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିରରେ ପବିତ୍ର ଜାଗର ଉତ୍ସବଲାଗି ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ଗତକାଲି ରାତିରୁ ଏଠାକୁ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଛିି।ଗତକାଲି ଭକ୍ତମାନେ ଏକବାର ବ୍ରତ ରଖିଥିଲେ। ଆଜି ଭୋରରୁ ସେମାନେ ନିକଟସ୍ଥ ଶିବଗଙ୍ଗା ପୁଷ୍କରିଣୀରେ ସ୍ନାନ କରି ସକାଳ ୫ଟାରୁ ଭଗବାନ ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି।ଯେଉଁମାନଙ୍କର ମାନସିକ ପୂରଣ ହୋଇଛି ସେମାନେ ଫୁଲ ଛତା ଭଗବାନ ଶିବଙ୍କୁ ଦାନ କରୁଛନ୍ତି।

ଆଜି ଏହି ପ୍ରସିଦ୍ଧ ଶୈବପୀଠରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କର ସମାଗମ ହେବ ବୋଲି କୁହାଯାଉଛିି। ମହାଦୀପ ଭୋର ୪ଟା ବେଳେ ଉଠିବ ବୋଲି କୁହାଯାଇଛି।ରାତିରେ ଭଗବାନ ଶିବଙ୍କର ସୁନାବେଶ ଅନୁଷ୍ଠିତ ହେବ। ଏହାକୁ ଦେଖିବାଲାଗି ଲୋକେ ଉଜାଗର ରହିବେ ଏଠାରେ।ମନ୍ଦିର ପ୍ରଶାସନ ପକ୍ଷରୁ ଏହାରେ ଭକ୍ତମାନଙ୍କଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସୁନାବେଶ ଦେଖିବାପରେ ଭକ୍ତମାନେ ସକାଳେ ଏହାରେ ସ୍ନାନ ସାରି ପୁଣି ବାବା ଆସନ୍ତାକାଲି ସକାଳେ ଆଖଣ୍ଡଳମଣିଙ୍କ ଦର୍ଶନ କରିବେ ବୋଲି ଜଣାଯାଇଛିି।

Loading...

Loading...
Share It
  • 7
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.