ସୁପ୍ରୀମ କୋର୍ଟର ଐତିହାସିକ ଫଇସଲା: ଦିଶା-ନିର୍ଦେଶ ସହିତ ‘ଇଚ୍ଛା ମୃତ୍ୟୁ’କୁ ଦିଆଯାଇପାରେ ଅନୁମତି : ସୁପ୍ରୀମ କୋର୍ଟ

ଦେଶ ବିଦେଶ ନ୍ୟୁଜ୍

‘ପ୍ୟାସିବ ୟୁଥେନେଶିଯା’ (ଇଚ୍ଛାମୃତ୍ୟୁ) ଏମିତି ସ୍ଥିତି ଯେତେବେଳେ କୌଣସି ମରଣାସନ୍ନ ବ୍ୟକ୍ତିର ମୃତ୍ୟୁ ଆଡ଼କୁ ବଢ଼ିବା ପାଇଁ ତାକୁ ଚିକିତ୍ସା ବନ୍ଦ କରିଦିଆଯାଏ

ମୁଖ୍ୟ କଥା
ଗତ ବର୍ଷ ସୁରକ୍ଷିତ ରଖାଯାଇଥିଲା ଫଇସଲା
ପାଞ୍ଚ ବିଚାରପତିଙ୍କର ଖଣ୍ଡପୀଠରେ ଶୁଣାଣି
କେନ୍ଦ୍ର ସରକାର ଇଚ୍ଛା ମୃତ୍ୟୁର ବିରୋଧ କରିଥିଲେ

ନୂଆଦିଲ୍ଲୀ ୯-୩

Loading...

 ସୁପ୍ରୀମ କୋର୍ଟ ସେହି ଯାଚିକା ଉପରେ ଫଇସଲା ଶୁଣାଇଛନ୍ତି ଯେଉଁଥିରେ ମରଣାସନ୍ନ ବ୍ୟକ୍ତି ଦ୍ଵାରା ଇଚ୍ଛାମୃତ୍ୟୁ ପାଇଁ ଲେଖାଯାଇଥିବା (ଲିଭିଙ୍ଗ ୱିଲ) କୁ ମାନ୍ୟତା ଦେବାର ଦାବି କରାଯାଇଥିଲା। କୋର୍ଟର ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ କହିଛନ୍ତିକି କିଛି ଦିଶା-ନିର୍ଦେଶର ସହିତ ଏହାକୁ ମଞ୍ଜୁରୀ ଦିଆଯାଇପାରେ।

ଆପଣଙ୍କୁ ସୂଚନା ଦିଆଯାଇପାରେଯେ, ‘ଲିଵିଂଗ ୱିଲ’ ଏକ ଲିଖିତ କଗଜପତ୍ର ଯେଉଁଥିରେ କୌଣସି ରୋଗୀ ଯଦି ମରଣାସନ୍ନ ସ୍ଥିତିରେ ପହଁଞ୍ଚେ କିମ୍ବା କୌଣସି ପ୍ରକାରେ ତା’ର ମୃତ୍ୟୁକୁ ଅପେକ୍ଷା କରି ଚିକିତ୍ସା ବନ୍ଦ କରିଦିଆଯାଏ।

‘ପ୍ୟାସିବ ୟୁଥେନେଶିଆ’ (ଇଚ୍ଛାମୃତ୍ୟୁ) ସ୍ଥିତି ଯେତେବେଳେ କୌଣସି ମରଣାସନ୍ନ ବ୍ୟକ୍ତିଙ୍କର ମୃତ୍ୟୁର ଆଡ଼କୁ ବଢ଼ିବାର ମନରେ ତାକୁ ଚିକିତ୍ସା ଦେବା ବନ୍ଦ କରି ଦିଆଯାଏ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ଗତ ବର୍ଷ ୧୧ ଅକ୍ଟୋବରରେ ଏହି ଯାଚିକା ଉପରେ ନିଜର ଫଇସଲା ସୁରକ୍ଷିତ ରଖିଥିଲେ। ଶୁଣାଣିର ସମୟରେ ଖଣ୍ଡପୀଠ କହିଥିଲେ କି ରାଇଟ ଟୁ ଲାଇଫରେ ଗରିମାପୂର୍ଣ୍ଣ ମୃତ୍ୟୁର ଅଧିକାର ସାମିଲ ଅଛି ବୋଲି ଆମେ ଏହା କହିବା ନାହିଁ। ଆମେ ଏହା କହିବା କି ଗରିମାପୂର୍ଣ୍ଣ ମୃତ୍ୟୁ ପୀଡ଼ା ରହିତ ହେବା ଆବଶ୍ୟକ। କିଛି ଏପରି ପ୍ରକ୍ରିୟା ହେବା ଆବଶ୍ୟକ ଯେଉଁଥିରେ ଗରିମାପୂର୍ଣ୍ଣ ଭାବରେରେ ମୃତ୍ୟୁ ହୋଇପାରିବ। ଚିଫ୍ ଜଷ୍ଟିସ ଦୀପକ ମିଶ୍ର କହିଥିଲେ ଇଚ୍ଛାମୃତ୍ୟୁରେ ଅର୍ଥାତ ଇଚ୍ଛାମୃତ୍ୟୁ ପାଇଁ ୱିଲ୍ ମାଜିଷ୍ଟ୍ରେଟଙ୍କର ସାମନାରେ ଲେଖା।ିବା ଆବଶ୍ୟକ ଯେଉଁଥିରେ ଦୁଇ ଜଣ ସ୍ଵତନ୍ତ୍ର ସାକ୍ଷୀ ମଧ୍ୟ ରହିବା ଆବଶ୍ୟକ। କୋର୍ଟ ଏହି ମାମଲାରେ ପର୍ଯାପ୍ତ ସୁରକ୍ଷା ଦେବ ଯେପରି ଏହାର ଦୁରୁପଯୋଗ ନ ହେବ।

ସେଠାରେ କେନ୍ଦ୍ର ସରକାର ଏହି ବିଷୟ ଉପରେ କହିଲେ କି ଇଚ୍ଛା ମୃତ୍ୟୁ ଉପରେ ବର୍ତ୍ତମାନ ଏବେ ସରକାର ସମସ୍ତ କୋଣ ଅନୁକୋଣ ଉପରେ ଚିନ୍ତା କରୁଛନ୍ତି ଏବଂ ଏହି ମାମଲାରେ ଉପଦେଶ ମଧ୍ୟ ମଗାଯାଇଛି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.