ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଓଡିଶା ନ୍ୟୁଜ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ

ସମସ୍ତ ରାସ୍ତା କଡରେ ଥିବା ଜଳଖିଆସ ଚା’, ଗୁପଚୁପ ଷ୍ଟଲ୍, ଦହିବରା ଷ୍ଟଲ୍, ଲସି ଷ୍ଟଲ୍ ଏବଂ ଲସି ଦୋକାନରେ ଗ୍ରାହକଙ୍କ ଭିଡ଼ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ବିଏମସି କହିଛି। ଯଦି ଗହଳି ନିୟନ୍ତ୍ରଣ କରିନପାରିବେ ତାହେଲେ ଦୋକାନୀ ମାଲିକ ନିଜ ଉପାୟରେ ଭିଡ ନିୟନ୍ତ୍ରଣ କରିପାରିବେ ବୋଲି ବିଏମସି କହିଛି।

ସେହିପରି ସପିଂ ମଲ୍ ସମେତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଭିଡ ନକରିବାକୁ କହିଛି ବିଏମସି । ଧାଡିରେ ଜିନିଷ କିଣିବା ବେଳେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଏଥିସହ ସମସ୍ତ ସପିଂ ମଲରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ଅନିର୍ବାଯ୍ୟ ବୋଲି ନିର୍ଦ୍ଦେଶ ଦେଇଛି ବିଏମସି ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.