ଇମ୍ରାନ ଭାରତୀୟ ମାଙ୍କଡ଼ ସଦୃଶ – ପାକ ରାଜନେତା

ଦେଶ ବିଦେଶ ନ୍ୟୁଜ୍

ନୂଆଦିଲ୍ଲୀ – ପାକିସ୍ତାନର ରାଜନତିକ ଦଳ ଜମିଅତ-ଉଲେମା-ଇ-ଇସଲାମ(ଏଫ୍‌)ର ଅଧ୍ୟକ୍ଷ ମୌଲାନା ଫଜଲ-ଉର-ରେହେମାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଭାରତୀୟ ମାଙ୍କଡ ସହ ତୁଳନା କରିଛନ୍ତି । ସେ କହିଛନ୍ତି ନିକଟରେ ଭାରତର କର୍ଣ୍ଣାଟକ ରାଜ୍ୟରୁ ଆସିଥିବା ଏକ ଭିଡିଓ ସମସ୍ତଙ୍କ ନଜରକୁ ଆସିଥିବ। ଏଥିରେ ଜଣେ ବସ୍‌ ଡ୍ରାଇଭର ଷ୍ଟିୟରିଂ ଉପରେ ଏକ ମାଙ୍କଡ଼କୁ ବସାଇ ଗାଡି ଚଲାଉଥିବା ଦେଖିବାକୁ ମିଳିଛି। ଏଠି ମାଙ୍କଡ଼ ଭାବୁଛି ଯେ ଗାଡି ତା’ ନିୟନ୍ତ୍ରଣରେ ଅଛି। ହେଲେ ଗାଡିଟି ଯେ ସମ୍ପୂର୍ଣ୍ଣ ଭାବେ ଡ୍ରାଇଭରର ନିୟନ୍ତ୍ରଣରେ ଅଛି ସେ କଥା ସେ ଜାଣି ପାରୁନାହିଁ । ସେମିତି ଇମ୍ରାନ ଭାବୁଛନ୍ତି ସେ ଦେଶକୁ ଶାସନ କରୁଛନ୍ତି ଅସଲରେ କିନ୍ତୁ ପାକିସ୍ତାନ ସେନା ଦେଶକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ସେ ଭୂଲି ଯାଇଛନ୍ତି। ସୂଚନାଯୋଗ୍ୟ, ପାଖାପାଖି ଦୁଇ ମାସ ହେବ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ରାଜନେତା ଇମ୍ରାନ୍‌ ଖାଁ। ହେଲେ ଏହି ୨ ମାସ ମଧ୍ୟରେ ସେ ଅନେକ ଉତ୍ଥାନ ପତନକୁ ସାମ୍ନା କରି ସାରିଲେଣି। କେବଳ ସେତିକି ନୁହେଁ ଅନେକ ଥର ସମାଲୋଚନାର ମଧ୍ୟ ଶିକାର ହେଲେଣି। ଏଥର କିନ୍ତୁ ଜଣେ ପାକ୍‌ ନେତା ଇମ୍ରାନଙ୍କୁ ଭାରତୀୟ ମାଙ୍କଡ ସହ ତୁଳନା କରିବା ତାହା ପୁଣି ଭାରତର ମାଙ୍କଡ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବ କ୍ଷେତ୍ର ରେ ଦେଖିବାକୁ ଗଲେ କେବଳ ଇମ୍ରାନ ନୁହନ୍ତି ପାକିସ୍ତାନ ର ଯେତେ ପ୍ରଧାନ ମନ୍ତ୍ରୀ ହୋଇଛନ୍ତି ବା ହେବେ ସବୁ କେବଳ ନାମକୁ ମାତ୍ର , ପାକିସ୍ତାନୀ ସେନା କିନ୍ତୁ ପାକିସ୍ତାନ ରୂପକ ବସ ର ପ୍ରକୃତ ନିୟନ୍ତ୍ରକ .

Loading...
Share It
  • 9
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.