ମୁମ୍ବାଇ:-ପାକିସ୍ତାନ ସବୁ ଆଡେ ତାର ଆତଙ୍କବାଦର ଜଳ ବିଛାଇବା ପରେ ଏବେ ସମୁଦ୍ର ପଥରେ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ତାର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଯୋଜନା କରିଛି। ବମ୍ବେ ବିସ୍ପୋରଣ ଭଳି ଘଟଣା ଘଟାଇବାକୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ମାଷ୍ଟର ପ୍ଲାନ୍ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏଥି ପାଇଁ ଆତଙ୍କବାଦୀଙ୍କୁ ସାମୁଦ୍ରିକ ତାଲିମ ଦିଆଯାଉଛି। ଆରବସାଗର ଏବଂ ବଙ୍ଗୋପସାଗର ଦେଇ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ପ୍ରୟାସ ଆଇଏସ୍ଆଇ ଜାରି ରଖିଥିବା ଏହି ଗୋଇନ୍ଦା ରିପୋର୍ଟରେ ସୂଚିତ ହୋଇଛି। ଏହାକୁ ପ୍ରତିହତ କରିବାକୁ ଭାରତ ସଜାଗ ରହିଛି ଓ ତାର କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ଜଣା ପଡିଛି .
Loading...
Loading...
Share It