ଗୁରୁଙ୍କୁ ଡ୍ୟାସ ମାରିଲେ ଓଡିଶା ସରକାର
ଶିକ୍ଷକ ମାନଙ୍କର ଆନ୍ଦୋଳନ ଯେତେ ବିଳମ୍ବ ହେଉଛି ବିଜେଡି ସରକାର ତଥା ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କର କ୍ଷୋଭ ଦିନକୁ ଦିନ ତୀବ୍ରତର ହେଉଥିବାର ଲକ୍ଷ କରାଯାଉଛି । ଆଜି ଶିକ୍ଷକ ମାନଙ୍କର ମହାସମାବେଶ ଭୁବନେଶ୍ୱର ର ଲୋୟର ପି ଏମ ଜି ଠାରେ ଥିଲା ଦୀର୍ଘ ୧ମାସରୁ ଅଧିକ କାଳ ଧରି ଚାଲୁରହିଥିବା ଏହି ଆନ୍ଦୋଳନ , ଭୁବନେଶ୍ୱର ରୁ ଗାଁ ର ପଂଚାୟତ ପର୍ଯ୍ୟନ୍ତ ବ୍ୟାପିଲାଣି । ଗାଁର ପ୍ରତି ଗଳିକନ୍ଧିକୁ ଯାଇ ମାଇକ ଲଗାଇ ଶିକ୍ଷକ ମାନେ ନବୀନ ସରକାରଙ୍କ ବିରୁଦ୍ଧରେ ପ୍ରଚାର ଚଳାଇଲେଣି । କୈାଣସି କଥାକୁ ସରକାର ଅବଧି କର୍ଣ୍ଣପାତ କରୁ ନାହାଁନ୍ତି , କାରଣ ସରକାରଙ୍କ ମୁଣ୍ଡରେ ତାଙ୍କ ଅଣ ଓଡିଆ ଆଇ ଏ ଏସ୍ ମାନେ ପୁରାଇ ଦେଇ ଛନ୍ତି ଯେ ଭୋଟ ଶିକ୍ଷକଙ୍କ ପାଖରେ ନାହିଁ ଭୋଟ ଅଛି , ଯୋତା, ଛତା, ଭତ୍ତା, ଓ ୧ଟଙ୍କା ଚାଉଳରେ , ସେତିକି ଜଗିଦେଲେ ଭୋଟ ଏଭିଏମ କୁ ଗଣି ହେବ ନାହିଁ , ଏଗୁଡାଙ୍କୁ କାହିଁକି କୋଟି କୋଟି ଟଙ୍କା ଦେବ ? ଯେତେଦିନ ଯାଏ ସରକାରର ବିକଳ୍ପ ସୃଷ୍ଟି ନହୋଇଛି , ସେତେ ଦିନ ଯାଏ ସେ ସରକାରକୁ କେହି ହଟାଇ ପାରିବେ ନାହିଁ ଯେତେ ବେଳେ ବିକଳ୍ପ ସୃଷ୍ଟିହେବ ସେତେ ବେଳେ ଆଉ କେହି ଅଟକାଇ ପାରିବେ ନାହିଁ ଉପରକୁ କିଛି ଜଣା ହେବନାହିଁ କିନ୍ତୁ ୧ମାସ ବି ଲାଗିବ ନାହିଁ ଭିତର ପୁରା ଖୋଳ ହୋଇଯିବ । ଯାହା ଓଡିଶାର ପେଡାଶୀ ପଶ୍ଚିମ ବଙ୍ଗରୁ ଶିକ୍ଷା ମିଳେ । ଏହି କଥା ନେଇ ପଶ୍ଚିମବଙ୍ଗର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ କହିଥିଲେ , ଭୂଲ ଧାରାର ବିକଳ୍ପ ଲୁଚିକରି ତିଆରି ହୁଏ , ତାହା ଅକସ୍ମାକ ଆସେ ଓ ଅକସ୍ମାକ ପରିବର୍ତନର ଧାରାକୁ ତିଆରି କରେ । କମ୍ୟୁନିଷ୍ଟ ପାଟିର ବିକଳ୍ପ ଯେବେ ତିଆରି ହେବ ତାପରାଦିନ ଦଳ ହଟିଯିବ । ତାହା ହିଁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରେ ହେଲା , କମ୍ୟୁନିଷ୍ଟ ପାର୍ଟ୍ଟିର ଅତ୍ୟଧିକ ଦୈାରାତ୍ମ୍ୟ ନଷ୍ଟ ବିନଷ୍ଟ ହୋଇଗଲା । ତୃଣମୂଳ କଂଗ୍ରେସର ଉତ୍ ଥାନ ହେଲା । ଠିକ ସେହି ଭାବରେ ବହୁତ କମ ଦିନ ମଧ୍ୟରେ ଓଡିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ହେବାର ବଜ୍ରବାଣ ଆକଳନ କରେ । ତାହା କେବଳ ଅଣ ଓଡିଆ ଅଫିସର ମାନଙ୍କର ଅତ୍ୟଧିକ ଦୈାରାତ୍ମ୍ୟର ଭୟାଭୟ ପରିଣତି ବୋଲି ଧରିବାକୁ ହେବ । ଓଟିଭିରେ ଆମ୍ଭେ ମାନେ ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲାର ଆସ୍କାର ଶିକ୍ଷକ ଲକ୍ଷ୍ମୀ ନାରାୟଣ ଦାସ ଙ୍କୁ ଚାକିରୀରୁ ଛଟେଇ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ ସାହେବ ସେତେ ବେଳେ ଜଣେ ଶିକ୍ଷକଙ୍କ ଠାରୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଭିଡିଓ ସାଧାରଣରେ ଅତ୍ୟନ୍ତ ଲୋମ ହର୍ଷଣ କାରୀ ଦୃଶ୍ୟ ଥିଲା । ସେହି ପାଣ୍ଡିଆନ ଆଜି ସମଗ୍ର ରାଜ୍ୟକୁ ତାଙ୍କ ଇଙ୍ଗିତ ରେ ଚଳାଉଛନ୍ତି ଏପରିକି କୈାଣସି କଥା ମୁଖ୍ୟ ମନ୍ତ୍ରୀଙ୍କ ପାଖକୁ ଯାଉ ନାହିଁ । ଏମିତି କି ପି ଏମ ଜି ରେ କଣ ସବୁ ଚାଲିଛି , ଶିକ୍ଷକ ମାନେ ୧ମାସାଧିକ କାଳ ଧରି ସେଠାରେ କି ଦୟନୀୟ ଅବସ୍ଥାରେ ଅଛନ୍ତି ତାହା ମଧ୍ୟ ମୁଖ୍ୟ ମନ୍ତ୍ରୀଙ୍କୁ ଜଣା ଥିବା କଥା ବିଶ୍ୱାସ କୁ ଆସୁ ନାହିଁ । ତେବେ ରାଜ୍ୟରେ ନବୀନ ନାମାକୁ ମାତ୍ର ମୁଖ୍ୟ ମନ୍ତ୍ରୀ , ପ୍ୟାରୀଙ୍କ ପରେ ମୁଖ୍ୟ ମନ୍ତ୍ରୀଙ୍କ ଆସନକୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ କଣ୍ଟକବଲା କରିନେବା ପରି କରି ସାରିଛନ୍ତି ପାଣ୍ଡିଆନ । କିନ୍ତୁ ସର୍ବୋପରେ ବି ଗୁରୁଙ୍କୁ ଡ୍ୟାସ ମାରିବାକୁ ରାଜ୍ୟ ସରକାର ପଛାଇ ନାହାଁନ୍ତି ।ଗୁରୁଙ୍କ ଆଖିର ଲୁହରୁ ସୃଷ୍ଟିହେବ ରାଜ୍ୟର ଦ୍ୱିତୀୟ ବିକଳ୍ପ । ଯାହା ନବୀନ ସରକାରର ପତନର ଅନ୍ୟତମ କାରଣ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।
- 50Shares