‘ଗୁରୁପୂର୍ଣ୍ଣିମା’ ଶ୍ରଦ୍ଧା ଜ୍ଞାପନର ଅନନ୍ୟ ଦିବସ

ପ୍ରବନ୍ଧ ବିଶେଷ

ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଅନ୍ୟାନ୍ୟ ସଭ୍ୟତା ପାଇଁ ଅପରିଚିତ। ଏହା ଆମ ଐତିହ୍ୟର ଗଭୀରତାକୁ ସୂଚିତ କରିଥାଏ। ଗୁରୁ-ଶିଷ୍ୟ ସମ୍ପର୍କ ଆମ ଜୀବନର ଏକ ଅଂଶ। ପ୍ରାଚୀନ କାଳରୁ ଗୁରୁଙ୍କୁ ଭାରତୀୟ ସମାଜ ଦ୍ୱାରା ସର୍ବୋଚ୍ଚ ସ୍ଥାନ ଦିଆଯାଇଛି କାରଣ ଗୁରୁଙ୍କର ମହାନତାର ତୁଳନା ନାହିଁ। ସନ୍ଥ କବୀରଙ୍କ ଭାଷାରେ ‘ଗୁରୁଙ୍କର ମହାନତା ଶବ୍ଦାତୀତ, କିନ୍ତୁ ଶିଷ୍ୟ ମହା ଭାଗ୍ୟଶାଳୀ’।

ଶ୍ରୀଶ୍ରୀପରମହଂସ ଯୋଗାନନ୍ଦଙ୍କ ଶିଷ୍ୟା ତଥା ଯୋଗଦା ସତ୍‌ସଙ୍ଗର ପୂର୍ବତନ ସଭାପତି ଶ୍ରୀଶ୍ରୀମୃଣାଳିନୀ ମାତା ତାଙ୍କ ‘ଗୁରୁ-ଶିଷ୍ୟ ସମ୍ପର୍କ’ ପୁସ୍ତକରେ ଲେଖିଛନ୍ତି- ଗୁରୁ ଶିଷ୍ୟର ଜୀବନକୁ ଏପରିଭାବରେ ପରିବର୍ତ୍ତନ କରିପାରନ୍ତି ଯାହା ଅନ୍ୟ କୌଣସି ଶକ୍ତି କରିପାରେ ନାହିଁ। ଗୁରୁ ଏକ ଅନ୍ତର୍ନିହିତ ଶକ୍ତି ଧାରଣ କରିଥାଆନ୍ତି ଯାହା ଶିଷ୍ୟକୁ ଗଢ଼ିତୋଳିବା ପାଇଁ ଆବଶ୍ୟକ ହୋଇଥାଏ।

ଆଜିର ଦୁନିଆରେ ଜଣେ ଲୋକପ୍ରିୟ ଗୁରୁଙ୍କୁ ପାଇବା ସହଜ, କିନ୍ତୁ ଯୋଗାନନ୍ଦଜୀ ନିଜ ଗୁରୁଙ୍କୁ ନିଜେ ଦାୟିତ୍ବବାନ ହୋଇ ବାଛିବା ପାଇଁ ପରାମର୍ଶ ଦେଇଛନ୍ତି। ଯେତେବେଳେ ତୁମେ ଜୀବନର ଉପତ୍ୟକାରେ ଅନ୍ଧ ଭାବରେ ଗତି କରୁଛ, ଅନ୍ଧାରରେ ଝୁଂଟି ପଡୁଛ, ସେତେବେଳେ ତୁମର ଜଣେ ଦିବ୍ୟଚକ୍ଷୁ ଥିବା ଗୁରୁଙ୍କର ସାହାଯ୍ୟ ଦରକାର। କିନ୍ତୁ ଜଣେ ଗୁରୁ ଯାହାଙ୍କର ନିଜର ଈଶ୍ବର ସାକ୍ଷାତ୍‌କାର ହୋଇ ନ ଥାଏ, ତାଙ୍କର ଯେତେ ଅନୁଗାମୀ ଥିଲେ ମଧ୍ୟ ସେ ତୁମକୁ ଈଶ୍ବରଙ୍କର ସାମ୍ରାଜ୍ୟ ଦେଖାଇ ପାରିବେ ନାହିଁ।

ମହାବତାର ବାବାଜୀ ତାଙ୍କର ଜଣେ ମହାନ ଶିଷ୍ୟ ଲାହିଡି ମହାଶୟଙ୍କୁ ୧୮୭୬ ମସିହାରେ ଲୁପ୍ତପ୍ରାୟ କ୍ରିୟାଯୋଗର ଦୀକ୍ଷା ପ୍ରଦାନ କରିଥିଲେ। ତା’ପରେ ଲାହିଡି ମହାଶୟଙ୍କ ଶିଷ୍ୟ ଯୁକ୍ତେଶ୍ୱର ଗିରି ଯୋଗାନନ୍ଦଜୀଙ୍କୁ ଯୋଗଶିକ୍ଷା ଦେଇଥିଲେ। କ୍ରିୟା ଯୋଗର ପ୍ରସାର ଦିନକୁ ଦିନ ବୃଦ୍ଧି ପାଉଛି।
ଗୁରୁ-ଶିଷ୍ୟ ସମ୍ପର୍କ ବିଷୟରେ ଯୋଗାନନ୍ଦଜୀ ତାଙ୍କ ଆତ୍ମଜୀବନୀରେ ବର୍ଣ୍ଣନା କରିଛନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଭାରତର ମହାନ ଗୁରୁମାନଙ୍କ ପାଇଁ ଏକ ଶ୍ରଦ୍ଧା ନିବେଦନର ଦିବସ। ଆସନ୍ତୁ, ଏହି ଦିବସରେ ସେହି ମହାନ ଗୁରୁଙ୍କ ଆଦର୍ଶକୁ ଅନୁସରଣ କରି ଆମେ ନିଜେ ଧନ୍ୟ ହେବା ସହ ଅନ୍ୟକୁ ଧନ୍ୟ କରିବା।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.