
ଚେନ୍ନାଇ:- ପ୍ରଖ୍ୟାତ ଚକ୍ଷୁ ବିଶେଷଜ୍ଞ ଗୋବିନ୍ଦପ୍ପା ଭେଙ୍କଟସ୍ବାମୀଙ୍କ ଆଜି ୧୦୦ତମ ଜନ୍ମ ଦିନସ। ଏହି ଅବସରରେ ଗୁଗୁଲ ଡୁଡୁଲ ପକ୍ଷରୁ ତାଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ତାମିଲନାଡୁର ଭାଡମଲପୁରମରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦପ୍ପାଙ୍କ ଜନ୍ମ ୧୯୧୮, ଅକ୍ଟୋବର ୧ରେ ହୋଇଥିଲା। ପେଶାରେ ଜଣେ ଚକ୍ଷୁ ବିଶେଷଜ୍ଞ ଥିବା ଗୋବିନ୍ଦପ୍ପା ଭାରତର ଲକ୍ଷ ଲକ୍ଷ ଲୋକଙ୍କ ଆଖିରେ ଆଲୋକ ଆଣିଦେଇଥିଲେ। ଏଥିପାଇଁ ୧୦୦ତମ ଜନ୍ମଦିନରେ ଏହି ମହାନ ବ୍ୟକ୍ତିଙ୍କୁ ମନେପକାଇଛି ଡୁଡୁଲ। ଗୋବିନ୍ଦପ୍ପା ଗୋଟିଏ ଦିରେ ୧୦୦ଟି ଆଖି ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ଗୋଟିଏ ବର୍ଷରେ ଦୁଇ ହଜାର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରି ସାରା ବିଶ୍ୱରେ ଖ୍ୟାତି ଲାଭ କରିଥିଲେ। ସେ ନିଜସ୍ବ ଭାବରେ ୧୯୭୬ରେ ମଦୁରାଇରେ ଅରବିନ୍ଦ ଚକ୍ଷୁ ହସ୍ପିଟାଲ ସ୍ଥାପନା କରିଥିଲେ। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା। ୮୭ ବର୍ଷ ବୟସରେ ଗୋବିନ୍ଦପ୍ପା ଶେନିଃଶ୍ୱାସ ତ୍ୟାଗ କରିଥିଲେ।
Loading...
Share It
- 52Shares