ଗିରଫ ହୋଇଥିବା ମଦ ବ୍ୟବସାୟି ଥାନାରୁ ଚମ୍ପଟ

Uncategorized ଓଡିଶା ନ୍ୟୁଜ୍

ଗଞ୍ଜାମ- କୋଦଳା ଥାନାରେ ତା17.9.2018.କେସ ନ 210/2018 ଗିରଫ ହୋଇଥିବା ମଦ ବ୍ୟବସାୟି 18.9.2018 ଦିନ 12 ଘଣ୍ଟ ପରଠାରୁ ଶଙ୍କର ରାଉତ ସମସ୍ତ ଥାନା କର୍ମଚାରୀଙ୍କୁ ବାମ୍ଫ ଦେଇ ଥାନାରୁ ଚମ୍ପଟ ମାରିଥିବା କୋଦଳାର ଥାନାଠୁ  ଆରମ୍ଭ କରି ରାଜ ରାସ୍ତାରେ ଟାହି ଟାପରାରେ ଫାଟି ପଡୁଛି ଓ ଥାନା ବାବୁ ନିଜ ଚାକିରୀକୁ ସୁରକ୍ଷିତ କରିବା ପାଇଁ  କିଛି ଉପାୟ ନ ପାଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ବ୍ୟବହାର କରି 41 ନୋଟିସ ମଦ୍ୟମରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ମଦ ବେପାରି ପବିତ୍ର ସାହୁର ମାକୁ ଆଣି ରେଜିଷ୍ଟର ରେ ଜିମା ନେଲାପରି ଦସ୍ତଖତ କରାଇ ବେଶ ଆରାମ ରହି ହାଲୁକାରେ ପବନ ଖାଇ ନିଜ ଚାକିରୀକୁ ସୁରକ୍ଷିତ କରି ରହିଛନ୍ତି । ଏଠି ସାଧାରଣ ରେ ଆଲୋଚନା ହେଉଛି ଯେ ନିଜକୁ ବଞ୍ଚେଇବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମାନେପଡ଼ିଗଲା କିନ୍ତୁ ଅନ୍ୟ ସମୟରେ କିମ୍ବା ଅନ୍ୟ ଅଭିଯୁକ୍ତ ମାନଙ୍କ ପାଇଁ ଥାନା ବାବୁଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମନେପଡୁନି କେମିତି ବୋଲି ବୁଦ୍ଧିଜୀବି ଠୁ ଆରମ୍ଭ କରି କୋଦଳାର ଗଳି କାନ୍ଦିରେ ଆଲୋଚନା ଜୋର ଚାଲିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଥାନା ଅଧିକାରୀ ଅପ ପ୍ରୟୋଗ କରିବାରେ ମାହିର ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଠି ପ୍ରଶ୍ନ ଯେ ଯଦି ଥାନା ରୁ ମଦ ବେପାରୀ ଚମ୍ପଟ ମାରିବା ସତ ତେବେ ଥାନାର ସୁରକ୍ଷା ଥାନା ଅଧିକାରୀ କିପରି କରି ପାରୁଛନ୍ତି ସନ୍ଧେହ ଘେରରେ। ଥାନାରୁ ଫେରାର ହେବା ଘଟଣା ଥାନା ବାବୁ ନିଜ ପଦାଧିକାରୀ ଙ୍କୁ ଅବଗତ କରାଇଛନ୍ତି ନା ନିଜ ଭିତରେ ଚାପି ରଖି ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.