ଘିମିରି ସାଧାରଣତଃ ଖରାଦିନେ ବେଶି ହୁଏ । ସ୍ବେଦଗ୍ରନ୍ଥିରୁ ବାହାରୁଥିବା ଝାଳ ସ୍ବେଦଗ୍ରନ୍ଥ ଅବରୋଧ ପାଇଁ ତ୍ବଚାର କୋଷ ଗୁଡିକ ଧସାଇ ପଶେ । ଫଳରେ ଛୋଟ ଛୋଟ ଦାନା ଭଳି ଘିମିରି ତ୍ବଚାରେ ବାହାରେ । ଘିମିରି ଉଠିଥିବା ଜାଗା ନାଲି ପଡିଯିବା ସହ ଅଧିକ କୁଣ୍ଡାଇ ହୁଏ । ତ୍ବଚାକୁ ଠିକ୍ ଭାବେ ସଫା ରଖୁନଥିଲେ ସ୍ବେଦରନ୍ଧ୍ର ଅବରୋଧ ହେବାର ଆଶଙ୍କା ଥାଏ । ଏକ ସଂଧାନରୁ ଜଣା ପଡିଛି ଯେ ଘିମିରି ହେଉଥିବା ଲୋକଙ୍କ ତ୍ବଚାରେ ଘିମିରି ନ ହେଉଥିବା ଲୋକଙ୍କ ତ୍ବଚା ଅପେକ୍ଷା ପ୍ରାୟ ତିନିଗୁଣ ଅଧିକ ସନ୍ଖକ ବ୍ୟାକ୍ରିୟା ଥାଆନ୍ତି । କୌଣସି ବସ୍ତୁ ଯଦି ତ୍ବଚାରେ ଥିବା ସ୍ବେଦରନ୍ଦ୍ର ଗୁଡିକୁ ଅବରୋଧ କରେ ତେବେ ଘିମିରି ହେବାର ଆଶଙ୍କା ବଢିଯାଏ । ଘିମିରି ଛୋଟରୁ ବଡ ସମସ୍ତଙ୍କୁ ହେବା ଏକ ସାଧାରଣ କଥା । କାରଣ ସେମାନଙ୍କର ସ୍ବେଦଗ୍ରନ୍ଥୀ ଗୁଡିକ ଅବରୋଧ ପ୍ରବଣ ହୋଇଥାନ୍ତି । କୌଣସି ବ୍ୟକ୍ତି ଅପେକ୍ଷାକୃତ ଗରମ ସ୍ଥାନକୁ ଯଦି କଛିି ଦିନ ପାଇଁ ଯାଆନ୍ତି, ତେବେ ତାଙ୍କର ଦେହରୁ ଅଧିକ ସ୍ବେଦ ନିର୍ଗତ ହୁଏ । ଏହା ବ୍ୟତୀତ ଥଣ୍ଡା ସ୍ଥାନ ଝାଳ ନ ବାହାରିବା କାରଣରୁ, ଶଯ୍ୟସାହି ରୋଗୀଙ୍କ ପିଠି ପଟେ ମୋଟା ବସ୍ତ୍ର ପରିଧାନ କରୁଥିବା କିମ୍ବା ଅତି ଗରମ ସଯ୍ଯାରେ ଶୋଇଲେ ଦେହରେ ଘିମିରର ସୃଷ୍ଟି ହୁଏ । ମାତ୍ରାଧିନ କାର୍ଯ୍ୟଭାର, ମଦ୍ୟପାନ, ଧୁମପାନ,ଅସ୍ୱାସ୍ଥ୍ୟକର ଓ ଭାରାକ୍ରାନ୍ତ ଜୀବନଶୈଳୀ, ଅତ୍ଯଧିକ ତୈଳଯୁକ୍ତ ଖାଦ୍ଯ ,ଖାଇବା ସମୟରେ ଅନିୟମିତତା, ଏସିଡିିଟି ଖାଦ୍ଯ ଜନିତ ବିଷ ପ୍ରକ୍ରିୟା ଏବଂ କିଛି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଘିମିରି ସ୍ରୁସ୍ତ୍ତି ର କାରଣ ହୋଇଥାଏ । ଘିମିରି ରେ ପିଡିିତ ତ୍ବଚା ଉପଚାର ଅତି ସହଜ ।
ଟିପ୍ସ୍:-
୧. ଯଥା ସମ୍ଭବ ଗରମ ଓ ଆଦ୍ରତା ଠାରୁ ଦୁରରେ ରୁହନ୍ତୁ ।
୨. ମାତ୍ରାଧିକ ସ୍ବେଦ ଖ୍ଯରଣ ରୁ ନିଜକୁ ବାଞ୍ଛାନ୍ତୁ, ଆବଶ୍ୟକ ସ୍ଥଳେ ଦିନରେ ଥଣ୍ଡା ପାଣିରେ ଗାଧାନ୍ତୁ କିମ୍ବା କେଇ ଘଣ୍ଟା ଏସି ରେ ରୁହନ୍ତୁ ।
୩. ଅନେକଙ୍କ ମନରେ ଏକ ଭ୍ରମ ଥାଏ ଗରମ ବେଳେ ଗାଧୋଇଲେ ଘିମିରି ସୃଷ୍ଟି ହୁଏ । କିନ୍ତୁ ବାରମ୍ବାର ଥଣ୍ଡାପାଣିରେ ରେ ଗାଧୋଇଲେ ଘିମିରି ଠାରୁ ଦୁରରେ ରହି ପାରିବେ ।
୪. ସାଧାରଣ କ୍ରିମ୍ ତ୍ବଚାକୁ ଥନ୍ଦା ରଖେ । କିନ୍ତୁ ଏହା ତ୍ବଚାକୁ ଶୁଶ୍କ କରାଏ । ତେଣୁ କ୍ରିମ୍ ପରେ ମସ୍ଚରାଇଜର୍ ଲଗାଇବା ଆବଶ୍ୟକ ।
- 40Shares