ଜୀବନରେ ସାଧୁ ସନ୍ଥ ଙ୍କ ବାଣୀ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଜୀବନ କୁ ସରଳ ସୁନ୍ଦର କରିବାକୁ ସେମାନେ ଆମକୁ ବହୁ ନୀତିବାଣୀ ଦେଇଥାନ୍ତି ଏହା ସହିତ ବାସ୍ତୁଶାସ୍ତ୍ର ଜନିତ ଉପଦେଶ ମଧ୍ୟ ଦେଇଥାନ୍ତି। ଆଜି ଚାଲନ୍ତୁ ଜାଣିବା ଏମିତି ଏକ ସାଧୁବାଣି ବିଷୟରେ । ଘରେ କେଉଁମାନଙ୍କ ପାଦ ଧୂଳି ପଡିଲେ ଧନ ଜନ ବଢିବା ସହିତ ସୌଭାଗ୍ୟ ଆସିଥାଏ ।
1) ଶାସ୍ତ୍ର ଅନୁଯାଇ ଆମେ ଗାଈ କୁ ମା ଭାବେ ମାନିଥାଉ ,ଯଦି ଗୋମାତା ର ପାଦ ଖୁରାର ଧୂଳି ଘରେ ପଡିଥାଏ ତେବେ ଘରେ ମା ଲକ୍ଷ୍ମୀ ଙ୍କର କୃପା ବଢିଥାଏ ।
2) ଧାନ ଝାଡ଼ିବା ସମୟରେ ଯେଉଁ ଧୂଳି ବାହାରେ ସେ ଧୂଳି ଯଦି ଘରେ ପଡେ,ତେବେ ଏହା ଅତ୍ୟନ୍ତ ମଙ୍ଗଳ ହେଇଥାଏ । ପରିବାରର ସୁଖ ଶାନ୍ତି ବଢିଥାଏ ।
3) ଭଣଜା କୁ କୁଳନନ୍ଦନ କୁହାଯାଇଥାଏ ,ସାକ୍ଷାତ ଶାଳଗ୍ରାମ ସହିତ ତୁଳନା କରାଯାଇଥାଏ । ଭଣଜା ର ପାଦ ଧୂଳି ଯଦି ଘରେ ପଡେ ତେବେ ଘରେ ସୌଭାଗ୍ୟ ବଢିଥାଏ । 4)ବ୍ରାହ୍ମଣ ଙ୍କୁ ସାକ୍ଷାତ ଦେବତା ଭାବେ ପୂଜା କରାଯାଇଥାଏ । ପଣ୍ଡିତ ବ୍ରାହ୍ମଣ ଙ୍କ ପାଦଧୂଳି ଘରେ ପଡିବା ଦ୍ୱାରା ଘରକୁ ଧନ ସୌଭାଗ୍ୟ ଆସିବା ସହିତ ଘରେ ସର୍ବଦା ମଙ୍ଗଳ ହେଇଥାଏ ।