ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍(ଏସ୍ବିଆଇ) ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଜରିଆରେ ଆପଣ ସୁନାକୁ ଫିକ୍ସ୍ଡ ଡିପୋଜିଟ୍ କରିପାରିବେ। ଏ ନେଇ ଏସ୍ବିଆଇର େଓ୍ଵବ୍ସାଇଟ୍ରେ ସୂଚନା ଦିଆଯାଇଛି।
ଏସ୍ବିଆଇ ପକ୍ଷରୁ କୁହାଯାଇଛି ଯେ ଗ୍ରାହକଙ୍କୁ ସର୍ବନିମ୍ନ ୩୦ ଗ୍ରାମ ସୁନା ଜମା କରିବାକୁ ହେବ। ୩୦ ଗ୍ରାମରୁ ନେଇ ତା’ଉପରୁ ଯେତେ ବି ସୁନା ଜମା କରିବାରେ କୌଣସି ଅସୁବିଧା ନାହିଁ। ତେବେ, ଖାଣ୍ଟି ସୁନା ଗହଣା ହିଁ ଏହି ଯୋଜନାରେ ଗ୍ରହଣୀୟ। ସୁନା ଉପରେ କୌଣସି ପଥର କିମ୍ବା ଅନ୍ୟ କୌଣସି ଧାତୁର ପରଳ ପଡ଼ିଥିଲେ ଗ୍ରହଣ କରାଯିବ ନାହିଁ।
ଏହି ଯୋଜନା ଅନୁସାରେ ୩ ପ୍ରକାରର ଖାତା ଖୋଲାଯାଇ ପାରେ। ସର୍ଟ ଟର୍ମ ବ୍ୟାଙ୍କ୍ ଡିପୋଜିଟ୍- ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଅବଧି, ମିଡିୟମ୍ ଟର୍ମ ଭଗର୍ଣ୍ଣମେଣ୍ଟ୍ ଡିପୋଜିଟ୍-୫ରୁ ୭ ବର୍ଷ ପର୍ଯ୍ୟନ୍ତ ଅବଧି, ଲଙ୍ଗ୍ ଟର୍ମ ଗଭର୍ଣ୍ଣମେଣ୍ଟ୍ ଡିପୋଜିଟ୍-୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ଅବଧି।
ସର୍ଟ ଟର୍ମ ବ୍ୟାଙ୍କ୍ ଡିପୋଜିଟ ଅଧିନରେ ୧ ବର୍ଷ ଭିତରେ ସୁଦ୍ଧ ୦.୫୦ ପ୍ରତିଶତ ମିଳୁଥିବା ବେଳେ ୧ରୁ ୨ ବର୍ଷ ଭିତରେ ୦.୫୫ ପ୍ରତିଶତ ଓ ୨ରୁ ୩ ବର୍ଷ ପାଇଁ ସୁଦ୍ଧ ୦.୬୦ ପ୍ରତିଶତ ମିଳିବ। ସେହିପରି ମିଡିୟମ୍ ଟର୍ମ ଡିପୋଜିଟ୍ରେ ସୁଦ୍ଧ ହାର ୨.୨୫ ପ୍ରତିଶତ ହୋଇଥିବା ବେଳେ ଲଙ୍ଗ୍ ଟର୍ମ ଗଭର୍ଣ୍ଣମେଣ୍ଟ୍ ଡିପୋଜିଟ୍ ପାଇଁ ସୁଦ୍ଧ ହାର ରହିଛି ୨.୫୦ ପ୍ରତିଶତ।
Related Post