ମାର୍କେଟ୍‍ କମ୍ପେ୍ଲକ୍ସ ଗରିବଙ୍କ ସ୍ୱାର୍ଥରେ ନା ଧନୀକଙ୍କ ସ୍ୱାର୍ଥରେ

ଓଡିଶା ନ୍ୟୁଜ୍

ଦଲାଲ ସାଜିଛନ୍ତି ପ୍ରଶାସନିକ ଅଧିକାରୀ

ସରକାରୀ କଳର କୁଚକ୍ରାନ୍ତ

ବାରିପଦା (ପ୍ରିୟବ୍ରତ ମିଶ୍ର): ବାରିପଦା ମ୍ୟୁନିସିାଲିଟି ଅଧିନରେ ଥିବା କଚେରୀ ମାର୍କେଟ୍‌ କମ୍ପେ୍ଲକ୍ସ ଆରମ୍ଭ ହେବା ଦିନ ଠାରୁ ଗରିବ ଲୋକେ ଫୁଟ୍ ।ଥ୍ ଛାଡି ସେଠାରେ ବ୍ୟବସାୟ କରିବାକୁ ଦେଖିଥିଲେ ସ୍ୱପ୍ନ । ହେଲେ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ପରେ ଏହାର ସର୍ତ୍ତାବଳୀ ଅନୁସାରେ ପୈଠ କରିବାକୁ ଥିବା ଅଗ୍ରୀମ ରାଶି ଶୁଣି ସମସ୍ତଙ୍କର ଫାଟି.. ଆଁ । ବର୍ଷେ ତଳୁ ଭାଙ୍ଗିଥିବା ମ୍ୟୁନିସିାଲିଟି ବୋର୍ଡର ସର୍ବେସର୍ବା ଏବେ ଖୋଦ୍ ଜିଲ୍ଲାପାଳ ଏବଂ ମ୍ୟୁନିସି ।ଲିଟି ନିର୍ବାହୀ ଅଧିକାରୀ । ଏଭଳି ପରିସ୍ଥିତିରେ ବାରି ଦା କଚେରୀ ମାର୍କେଟ୍ ରେ ନବନିର୍ମିତ ୭୭ଟି ଦୋକାନଘର ର ଆବଣ୍ଟନ ସର୍ତ୍ତାବଳୀ ଏବଂ ଧାର୍ଯ୍ୟ ମୂଲ୍ୟକୁ ନେଇ ସରକାରୀ ଅଧିକାରୀ ମାନଙ୍କ କୁଚକ୍ରାନ୍ତ ଏବେ ଜନତା ଦରବାରରୁ ଲୁଚି ପାରିନି । ଏଠାରେ ଦିର୍ଘ ଦିନ ଧରି ଫୁଟ୍‌ାଥ୍‌ରେ ବସି ଆସୁଛନ୍ତି ଅଅନେକ ଗରିବ ଶ୍ରେଣୀର ଛୋଟ ବ୍ୟବସାୟୀ । ହେଲେ ସେମାନଙ୍କୁ ଏହି ଦୋକାନଘର ଆବଣ୍ଟନରେ ଅଗ୍ରାଧିକାର ଦେବା ତ ଦୂରର କଥା, ସର୍ତ୍ତାବଳୀ ଏଭଳି ରଖା ଯାଇଛି ଯେ ସେମାନେ ଆପେ ଆପେ ହିଁ ଏଥିରୁ ବାଦ୍ ପଡିଯିବେ । ଯାହାଫଳରେ ଦୋକାନଘରର କୌଣସି ଆବଶ୍ୟକତା ନଥିବା ସହରର ଧନୀକ ବର୍ଗର ଲୋକେ ପାଇ ପାରିବେ । ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ନୀତିନିୟମକୁ ପାଦରେ ଏଡାଇ ସେହି ଦୋକାନଘରକୁ ପୁଣି ଭଡାରେ ଲଗାଇବେ ସେହି ଗରିବ ବ୍ୟବସାୟୀଙ୍କୁ । ଆସନ୍ତୁ ଜାଣିବା ପୁରା ଘଟଣା… । ରାଜ୍ୟ ସରକାରଙ୍କ ଡିଭୋଲ୍ୟୁସନ୍‌ ଫଣ୍ଡ ଦ୍ୱାରା ନିର୍ମିତ ବାରିଦା କଚେରୀ ମାର୍କେଟ୍ କମ୍ପେ୍ଲକ୍ସ ଦୋକାନଗୃହ ସହିତ ପୌରପରିଷଦ ପାଣ୍ଠିର ବ୍ୟୟ ବରାଦରେ ପାର୍କିଂ ଆଦିର ନିର୍ମାଣ କାର୍ଯ୍ୟ ଶେଷ ହେଉହେଉ ତରବରିଆ ଭାବେ ପୌରପରିଷଦ ପକ୍ଷରୁ ଦୋକାନ ଗୃହ ବଣ୍ଟନ ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଦୋକାନଘର ପାଇବା ପାଇଁ ରହିଛି କିଛି ସର୍ତ୍ତାବଳୀ, ଯେଉଁ ସର୍ତ୍ତାବଳୀକୁ ଦେଖି କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ପିଳେହି ପାଣି । କାରଣ ଗରିବ ଲୋକଙ୍କୁ ରୋଜଗାରର ମାଧ୍ୟମ ଯୋଗାଇଦେବା ନାଁ ରେ ସ୍ୱପ୍ନଦଣ୍ଡା ଧରାଇଦେଇ ଏ ବାବୁମାନେ ଧନୀକ ବର୍ଗଙ୍କୁ ସୁହାଇବା ଭଳି ସବୁ ପ୍ରକାର ସୁବ୍ୟବସ୍ଥା କରିଥିବା ଏବେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ମଧ୍ୟବିତ୍ତ ତଥା ଗରିବ ବ୍ୟବସାୟୀ ମାଙ୍କ ମଧ୍ୟରେ ଦେଖା ଯାଇଛି ତିବ୍ର ଅସନ୍ତୋଷ । ସୂଚନା ଅନୁସାରେ ନିକଟ ଅତୀତରେ ବାରିଦା ସ୍ଥିତ କଚେରି ମାର୍କେଟ ଠାରେ ପୌରପରିଷଦ ପକ୍ଷରୁ ନିର୍ମିତ ହୋଇଛି ମାର୍କେଟ କମ୍ପେ୍ଲକ୍ସ । ଯାହାକୁ “ବ୍ଲକ – ଏ, ବି, ସି ଏବଂ ଡି’ ଆଦି ୪ ଟି ଭାଗରେ ବିଭକ୍ତ କରା ଯାଇଛି । ଯାହାର ବ୍ଲକ୍ ଏ ର ତଳ ଏବଂ ଉପର ମହଲାରେ ୧୦ଟି ଲେଖାଏଁ ମୋଟ ୨୦ଟି ଦୋକାନ ଘର ରହିଥିବା ବେଳେ ବ୍ଲକ୍ – ବି ର ତଳ ମହଲାରେ ୭ଟି ଏବଂ ଉପର ମହଲାରେ ୧୦ଟି ବ୍ଲକ୍ – ସି ର ତଳେ ଏବଂ ଉପରେ ୧୦ ଟି ଲେଖାଁଏ ତଥା ବ୍ଲକ୍ – ଡି ର ତଳ ଏବଂ ଉପର ମହଲାରେ ମଧ୍ୟ ୧୦ଟି ଲେଖାଁଏ ଏହିରି ୪ଟି ବ୍ଲକ୍ ରେ ମୋଟ ୭୭ ଗୋଟି ୧୨/୧୪ ଫୁଟ୍ ର ଦୋକାନଗୃହ ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି । ତେବେ ଏହି  ଦୋକାନଗୃହ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କ ପାଇଁ ପୌରପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରଖା ଯାଇଛି କିଛି ସର୍ତ୍ତାବଳୀ । ବିଜ୍ଞପ୍ତି ଅନୁସାରେ ଲଟେରୀ ମାଧ୍ୟମରେ ବଣ୍ଟାହେବ ଏ ସବୁ ଦୋକାନଗୃହ । କିନ୍ତୁ ଏଥିାଇଁ ପୌରପରିଷଦରୁ ଅଣଫେରସ୍ତ ଏକ ହଜାର ଟଙ୍କା ଦାଖଲ କରି ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୌରପରିଷଦ ର କାର୍ଯ୍ୟଦିବସ ଗୁଡିକରେ ଆବେଦନ ଫର୍ମ ସଂଗ୍ରହ କରିବାକୁ ଦର୍ଶା ଯାଇଛି । ସେହପରି ଆବେଦନକାରୀ ମାନେ ଅମାନତ ବାବଦକୁ ୧ ଲକ୍ଷ ୬୫ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଆବେଦନ ଫର୍ମ ସହିତ ଦାଖଲ କରିବା ପରେ ଲଟେରୀ ମାଧ୍ୟମରେ ଚୟନ ହେଲେ ପୁଣି ୧୫ ଦିନ ମଧ୍ୟରେ ଆଉ ୧ ଲକ୍ଷ ୬୫ ହଜାର ଟଙ୍କା ସହିତ ଅଗ୍ରୀମ ଏକ ମାସର ଦୋକାନଘର ଭଡା ଜମା ଦେବାକୁ ଦର୍ଶା ଯାଇଛି । କଥା ଏତିକିରେ ସରୁନି, ଏ ବିଜ୍ଞପ୍ତିରେ ରହିଥିବା ସର୍ତ୍ତାବଳୀ ପୂରଣ କରା ନଗଲେ ଘର ଆବଣ୍ଟନ କୁ ଖାରଜ କରି ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ଏହି ପ୍ରକାର ସର୍ତ୍ତାବଳୀକୁ ନେଇ ଜନସାଧାରଣଙ୍କ ଭିତରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ସରକାରୀ ଅର୍ଥରେ ନିର୍ମିତ ଏହି ମାର୍କେଟ କମ୍ପେ୍ଲକ୍ସ ଦୋକାନଗୃହ ବଣ୍ଟନକୁ ନେଇ ପୌର ନିର୍ବାହୀ ଅଧିକାରୀ ଏକପ୍ରକାର ବେପାର ଆରମ୍ଭ କରିଥିବା ଅଭିଯୋଗ ହେଉଛି । ସହରର କିଛି ବ୍ୟବସାୟୀ ଏ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି । ଗରିବ ତଥା ମଧ୍ୟବିତ୍ତ ବର୍ଗର ବ୍ୟବସାୟୀ ମାନେ ବ୍ୟବସାୟ କରି ଯେତିକି ଆୟ ଉପାର୍ଜନ କରିଥାନ୍ତି, ସେଥିରେ ନିଜ ପରିବାର ର ତେଲଲୁଣକୁ ନିଅଣ୍ଟ ହୋଇଥାଏ, ଏଭଳି ପରିସ୍ଥିତିରେ ଦୋକାନଗୃହ ବାବଦକୁ ମୋଟ ୩ ଲକ୍ଷ ୩୦ ହଜାର ଟଙ୍କା ଜମା ଦେବା
ନିଜର କ୍ଷମତାରୁ ବାହାର ବୋଲି ଅଭିଯୋଗ କରିଛନ୍ତି ଏ ବ୍ୟବସାୟୀ ମାନେ । ତେବେ ପୌରପରିଷଦ କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗ କଚେରୀ ମାର୍କେଟ୍‌ର କମ୍ପେ୍ଲକ୍ସକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରି ନଥିବା ବେଳେ ଏହାର ବଣ୍ଟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହାର ସତ୍ୟାସତ୍ୟ ଜାଣିବା ସହିତ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏ ବାବଦରେ କୌଣସି ପ୍ରତିକ୍ରିୟା ନ ଦେଇ ଗଣମାଧ୍ୟମକୁ ଜାଣିଶୁଣି ଦେଖା ଦେଉ ନାହାନ୍ତି । ଯାହାକୁ ନେଇ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ଜିଲ୍ଲା ପ୍ରଶାସନ ତଥା ସମ୍ପୃକ୍ତ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଛନ୍ତି ସହରବାସୀ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.