ଗାନ୍ଧୀଜୀଙ୍କର ପ୍ରିୟ

ଜ୍ଞାନକୋଷ ବିଶେଷ
Image result for mahatma gandhi full hd wallpaper
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ଦେଶର ସମସ୍ତଙ୍କ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ। ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟର ବାପୁଜୀ। ତେବେ ସମସ୍ତଙ୍କ ପ୍ରିୟ ବାପୁଜୀଙ୍କର କ’ଣ ସବୁ ଥିଲା ଅତି ପ୍ରିୟ ଜାଣନ୍ତୁ ନିମ୍ନରୁ…
ପ୍ରିୟ ଖାଦ୍ୟ: ଜାତିର ପିତା ମହାତ୍ମା ଗାନ୍ଧୀ ‘ସାତ୍ତ୍ୱିକ ଭୋଜନ’କୁ ପସନ୍ଦ କରୁଥିଲେ। ଯେଉଁ ଖାଦ୍ୟ ଖାଇଲେ ତାଙ୍କୁ ଆତ୍ମତୃପ୍ତି ମିଳୁଥିଲା ସେସବୁ ହେଉଛି- ‘ଦାଲ୍‌ ଚାଓ୍ବଲ’ ବା ‘ଭାତଡାଲି’। ଖାସ୍‌କରି ପଞ୍ଚରତ୍ନ ଡାଲି ତାଙ୍କର ପ୍ରିୟ ଥିଲା। ଏହାଛଡ଼ା ବାଇଗଣ , ମୂଳା, ବିଟ୍‌, କଖାରୁ ଆଦିକୁ ସିଝାଇ ଖାଇବାକୁ ସେ ବେଶି ପସନ୍ଦ କରୁଥିଲେ। ଏମିତିକି ଲୁଣ, ତେଲ ବିନା ସେ ଏସବୁକୁ ଖାଉଥିଲେ। ଫଳରସ, ପେଡ଼ା ବି ତାଙ୍କର ବେଶ୍‌ ପସନ୍ଦ ଥିଲା। ଛେଳି କ୍ଷୀର(ଯଦିଓ ପ୍ରଥମେ ଏହାକୁ ପିଉ ନ ଥିଲେ) ପିଇବା ସହ ଫଳମୂଳ ବି ଖାଉଥିଲେ।  ମିଠା ହିସାବରେ ଚିନି ବ୍ୟବହାର ନ କରି ଗୁଡ଼ ବ୍ୟବହାର କରୁଥିଲେ।
ପ୍ରିୟ ଜିନିଷ: ବାପୁଜୀଙ୍କ ସହ ଖଦି ଓ ଚରଖା ଯେମିତି ଓତଃପ୍ରୋତଭାବେ ଜଡ଼ିତ। ତେଣୁ ଊନବିଂଶ ଶତାବ୍ଦୀରେ ଉଦ୍ଭାବନ ହୋଇଥିବା ଚରଖା ହେଉଛି ତାଙ୍କର ବହୁତ ପ୍ରିୟ ଜିନିଷ। ଅବସର ସମୟରେ ତାଙ୍କୁ ଚରଖାରେ ସୂତା କାଟିବାକୁ ବହୁତ ଭଲ ଲାଗୁଥିଲା। ତା’ଛଡ଼ା ତାଙ୍କ ଗୋଲାକାର ଚଷମା ଓ ନକଲି ଦାନ୍ତ(ଯାହାକୁ କେବଳ ଖାଇବା ସମୟରେ ବ୍ୟବହାର କରୁଥିଲେ)କୁ ସେ ବହୁତ ଭଲ ପାଉଥିଲେ। ଆଉ ସେସବୁ ତାଙ୍କ ପାଖରେ ସବୁବେଳେ ରହୁଥିଲା।
ପ୍ରିୟ ଭଜନ: ‘ବୈଷ୍ଣବ ଜନ ତୋ’ ହେଉଛି ବାପୁଜୀଙ୍କର ପ୍ରିୟ ଭଜନ। ଏହାର ଗାୟନବେଳେ ତାଙ୍କ ଆତ୍ମା ଓ ମସ୍ତିଷ୍କକୁ ଶାନ୍ତି ମିଳୁଥିଲା। ଏହି ଭଜନର ଲେଖକ ଥିଲେ ନରସିଂ ମେହତା ଓ ଏହାକୁ ସେ ଗୁଜରାଟୀ ଭାଷାରେ ଲେଖିଥିଲେ। ଉକ୍ତ ଭଜନ ବ୍ୟତୀତ ତାଙ୍କୁ ‘ରଘୁପତି ରାଘବ ରାଜା ରାମ’ ଭଜନ ଶୁଣିବାକୁ ବି ଭଲ ଲାଗୁଥିଲା।
ପ୍ରିୟ ସ୍ଥାନ: କୁହାଯାଏ ସାବରମତୀ ଆଶ୍ରମ ତାଙ୍କର ସବୁଠୁ ପ୍ରିୟ ସ୍ଥାନ ଥିଲା। ସାବରମତୀ ନଦୀ କୂଳରେ ଥିବା ଏହି ଆଶ୍ରମ ‘ଗାନ୍ଧୀ ଆଶ୍ରମ’ ବା ‘ହରିଜନ ଆଶ୍ରମ’ ନାମରେ ବି ପରିଚିତ। ଏହା ଥିଲା ଗାନ୍ଧିଜୀଙ୍କର ମୁଖ୍ୟ ସ୍ଥାନ, ଯେଉଁଠାରୁ ସେ ଦାଣ୍ଡିଯାତ୍ରା ଓ ଅନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ।
ପ୍ରିୟ ରାଜନେତା: ମାହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ ଥିଲେ ଗୋପାଳକୃଷ୍ଣ ଗୋଖଲେ। ସେ ଥିଲେ ଜଣେ ସଂଗ୍ରାମୀ,ଯେ କି ବ୍ରିଟିଶ ଶାସକଙ୍କ ବିରୋଧରେ ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲେ। ଗୋପାଳକୃଷ୍ଣଙ୍କ ଅନୁରୋଧକ୍ରମେ ହିଁ ଗାନ୍ଧିଜୀ ଭାରତକୁ ଫେରି ରାଜନୀତିରେ ଯୋଗ ଦେଇଥିଲେ। ଆଉ ସେ ଗାନ୍ଧିଜୀଙ୍କୁ ଦେଶର ଅବସ୍ଥା ଭଲଭାବେ ବୁଝାଇଥିଲେ।
ପ୍ରିୟ ଭାଷା: ଗାନ୍ଧିଜୀଙ୍କର ପ୍ରିୟ ଭାଷା ଥିଲା ତାଙ୍କର ମାତୃଭାଷା ଗୁଜରାଟୀ। ସେ ନିଜର ଆତ୍ମଜୀବନୀକୁ ବି ଗୁଜରାଟୀ ଭାଷାରେ ଲେଖିଥିଲେ। ତେବେ ତାଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ମହାଦେବ ଦେଶାଇ ତାକୁ ଇଂରାଜୀରେ ଅନୁବାଦ କରିଥିଲେ।
ସିଲେଇ ପସନ୍ଦ ଥିଲା: ଗାନ୍ଧିଜୀ ନିଜର ଚିରା ପୋଷାକକୁ ନିଜେ ସିଲେଇ କରିବାକୁ ପସନ୍ଦ କରୁଥିଲେ। ଆଉ ସେ ଭଲରେ ସଫା ହୋଇଥିବା ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ।

Loading...
Share It
  • 172
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.