ଆକାଶରେ ବିମାନ; ଜରୁରୀକାଳୀନ କବାଟ ଖୋଲି ଯୁବକ ହଟହଟା

ଦେଶ ବିଦେଶ ନ୍ୟୁଜ୍

Related image

ନୂଆଦିଲ୍ଲୀ: ଦିଲ୍ଳୀରୁ ପାଟନା ଯାଉଥିବା ଗୋ-ଏୟାରର ଏକ ବିମାନ ଆକାଶରେ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ କବାଟ ଖୋଲିବାକୁ ଯାଇ ହଟହଟାର ଶିକାର ହୋଇଛନ୍ତି। ଉଡ଼ାଣ ମଝିରେ ଯାତ୍ରୀଜଣକ ବିମାନର ଶୌଚାଳୟ ଦ୍ୱାର ଭାବି ଜରୁରୀକାଳୀନ କବାଟକୁ ଖୋଲିବାକୁ ଉଦ୍ୟମ କରିବାରୁ ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ୨୦ବର୍ଷର ଏହି ଯୁବକ ଜଣକ ଶନିବାର ପ୍ରଥମ ଥର ପାଇଁ ବିମାନର ଯାତ୍ରା କରୁଥିଲେ। ଆକାଶରେ ବିମାନଟି ଉଡ଼ୁଥିବାବେଳେ ଯୁବକଙ୍କୁ ଶୌଚ ଯିବା ଆବଶ୍ୟକ ହୋଇ ପଡ଼ିଥିଲା। ତେଣୁ ତରବରିଆ ଭାବେ ଯୁବକ ଜଣକ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିଲେ। ଯୁବକଙ୍କ ଏଭଳି କାରନାମା ଦେଖି ଉପସ୍ଥିତ ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିବାବେଳେ ବିମାନ ପରିଚାଳିକା ଆସି ଉକ୍ତ ଯୁବକଙ୍କୁ ଦ୍ୱାର ଖୋଲିବା କାର୍ଯ୍ୟରୁ ନିବୃତ୍ତ କରିଥିଲେ। ତେବେ ସେତେବେଳକୁ ଯୁବକ ଜଣକ ଜରୁରୀକାଳୀନ ଦ୍ୱାର ଖୋଲି ସାରିଥିଲେ। ତେବେ ବିମାନଟି ଖୋଲା ଆକାଶରେ ଥିବାରୁ କ୍ୟାବିନ ମଧ୍ୟରେ ଥିବା ପବନର ଚାପ ହେତୁ କବାଟ ଖୋଲି ନଥିଲା। ପରେ ବିମାନଟି ସୁରକ୍ଷିତ ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା। ବିମାନବନ୍ଦର କର୍ତ୍ତୁପକ୍ଷ ଉକ୍ତ ଯୁବକଙ୍କୁ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ ପକ୍ଷରୁ ଯୁବକଙ୍କୁ ପଚରାଉଚରା ଜାରି ରହିଛି।

Loading...
Loading...
Share It
  • 8
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.