ପ୍ରଥମ ଥର ଫିଲ୍ମ ରେ ନଜର ଆସିବେ ଓଡ଼ିଆ ଗାୟିକା ଅସୀମା ପଣ୍ଡା – ଏହି ଓଡ଼ିଆ ଫିଲ୍ମ ଜରିଆରେ ପ୍ରବେଶ କରିବେ ଓଡ଼ିଆ ଫିଲ୍ମ ଜଗତରେ…

ସିନେମା

Image result for aseema panda hd imageଆଜ୍ଞା ହଁ ଆମେ ଆଜି ଆପଣାକୁ ଏଭଳି କଥା କହିବୁ ଯାହା ଜାଣିଲେ ଆପଣ ହୁଏତ ଚମକି ପଡିବେ |ଓଡ଼ିଶାର ଘରେ ଘରେ ପରିଚିତ ସବୁ ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଓଡ଼ିଆ ଗାୟିକା ଅସୀମ ପଣ୍ଡା ଖୁବ ଶୀଘ୍ର ଫିଲ୍ମ ରେ ନଜର ଆସିବେ ବୋଲି ଜଣ ପଡିଛି | ଆପଣମାନେ ଜାଣିଥିବେ ଅସୀମା ପଣ୍ଡା ଙ୍କ ସବୁ ଗୀତ ସୋସିଆଲ ମିଡ଼ିଆ ରେ ରେକର୍ଡ ଆରେ ରେକର୍ଡ ସୃଷ୍ଟି କରିଛି |ତେବେ ବର୍ତମାନ ସମୟରେ ସେ ଫିଲ୍ମ ଜଗତରେ ପାଦ ଥାପିଛନ୍ତି | ତେବେ ଅସୀମା ପଣ୍ଡା ଅଭିନୟ କରୁଥିବା ଫିଲ୍ମ ର ନାମ – “ମାଲ ମହୁ ଜୀବନ ମାଟି ” ବୋଲି ଜଣ ପଡିଛି ଓ ଏଥିରେ ସବ୍ୟସାଚୀ ମୁଖ୍ୟ ନାୟକ ଭାବରେ ଦେଖା ଯିବେ | ତେବେ ଦର୍ଶକ ମାନେ ଅସୀମା ଙ୍କ ହସର ଦିବାନା ଥିଲେ ଓ ତାଙ୍କ ହସ ହସ ମୁହଁ ପାଇଁ ଯୁବ ବର୍ଗ ଗୋଟିଏ ଭିଡ଼ିଓ କୁ ୧୦-୧୫ ଥର ମଧ୍ୟ ଦେଖୁଥିଲେ ଓ ତାଙ୍କୁ Youtube ର ରାଣୀ ମଧ୍ୟ କରିସାରିଛନ୍ତି |ତେବେ ଦର୍ଶକ ମାନେ ଏହି ଦିନକୁ ଅପେକ୍ଷା କରିଥିଲେ ଯେପରି ଯେ କେବେ ତାଙ୍କର ପ୍ରିୟ ଗାୟିକା ଅଭିନୟ ଦୁନିଆ ରେ ପାଦ ଥାପିବେ ,ତେବେ ଏହି ଦିନର ଅନ୍ତ ହେଇଚି ଓ ସେ ଖୁବ ଶୀଘ୍ର “ମାଲ ମହୁ ଜୀବନ ମାଟି” ଫିଲ୍ମ ଜରିୱାରୀ ଓଡ଼ିଆ ଫିଲ୍ମ ରେ ପ୍ରବେଶ କରିବା ପାଇଁ ଯାଉଛନ୍ତି | ତେବେ ଆପଣାକୁ କହିରଖିବୁ ଏହି ଫିଲ୍ମ ରେ ମୁଖ୍ୟ ନାୟିକା ଭାବେ ଅଛନ୍ତି ଓଡ଼ିଆ ଫିଲ୍ମ ର ଚର୍ଚିତ ନାୟିକା ଏଲିନା ସାମନ୍ତରାୟ |ସେ ସବ୍ୟସାଚୀଙ୍କ ବିପକ୍ଷରେ ଦେଖା ଯିବେ | ତେବେ ଅସୀମା ଙ୍କ ବିପକ୍ଷରେ କେଉଁ ହିରୋ ରହିବେ ତାହା ସ୍ପଷ୍ଟ ହେଇନାହିଁ | ତେବେ ଏହି ବିଷୟରେ ଜଣେଇବା ପାଇଁ ସବ୍ୟସାଚୀ ତାଙ୍କ ନିଜ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଲାଇଭ କରିଥିଲେ ଓ ସମସ୍ତଙ୍କୁ ଏହି ଖୁସି ଖବର ଦେଇଥିଲେ | ତେବେ ସବ୍ୟସାଚୀ କହିଥିଲେ କି ଆମେ ଏଭଳି ଏକ ଫିଲ୍ମ ନେଇ ଆସୁଛୁ ଯାହା ପାଇଁ ଦର୍ଶକ ମାନେ ଖୁବ ଆଗ୍ରହ ସହ ଦେଖିବେ ଏହାର କାରଣ ଏଥିରେ ପ୍ରଥମ ଥର ଅସୀମା ପଣ୍ଡା ଅଭିନୟ କରିବା ପାଇଁ ଯାଉଛନ୍ତି ଓ ଏହା ପରେ ସେ ମାଜ଼ାକ ଅନ୍ଦାଜ ରେ ଅସୀମା ଙ୍କୁ ପଚାରିଥିଲେ କି ଆପଣ ଫିଲ୍ମ ରେ ଅଭିନୟ କାହିଁକି କରୁ ନଥିଲେ ? ତେବେ ଏହାର ମଜାଳିଆ ଅନ୍ଦାଜ଼ ରେ ଅସୀମା କହିଥିଲେ କି ମୁଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସୁଯୋଗ ମିଳିନଥିଲା ଓ ଏବେ ସେ ସୁଯୋଗ ମିଳିଛି ନିଶ୍ଚୟ ମୋ ଅଭିନୟ ଲୋକଙ୍କ ପସନ୍ଦ ଆସିବ ବୋଲି ସେ କହିଛନ୍ତି |

Image result for maal mahu jiban mati bannerଅସୀମା କହିଥିଲେ କି ମୋତେ ଜଣେ ଷ୍ଟାର ଭଳି ଖୁସି ଲାଗୁଚି | ପ୍ରଥମେ ଗାୟିକା ଥିଲି ଏବେ ଅଭିନୟ କରିଲିଣି |ତେବେ ଅସୀମା କହିଛନ୍ତି ଯେ ତାଙ୍କର ସବୁ ପ୍ରଶଂସକ ଏହି ଫିଲ୍ମ ଦେଖିବା ପାଇଁ |ତେବେ ଏହି ଫିଲ୍ମ ରେ ହରିହର ଓ ଗାୟକ ସତ୍ୟଜିତ ପ୍ରଧାନ ମଧ୍ୟ ଏହି ଫିଲ୍ମ ରେ ନଜର ଆସିବେ ବୋଲି ଜଣା ପଡିଛି

ତେବେ ଏହି ଫିଲ୍ମ ଟି ୨୦୧୯ ଜାନୁୟାରୀ ରେ ପରଦା କୁ ଆସିବ ବୋଲି ଜଣା ପଡିଛି |ଏହି ଫିଲ୍ମ ସଂଗୀତ ରେ ଅଛନ୍ତି ଅଭିଜିତ ମଜୁମଦାର ଓ ନିର୍ଦେଶନା ଦେଇଛନ୍ତି ରମେଶ ରାଉତ | ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ଏଲିନା ଅଛନ୍ତି ଓ ଏହା ସମ୍ପୂର୍ଣ ମନୋରଞ୍ଜନ ଧର୍ମୀ ହେବ ବୋଲି ଜଣା ପଡିଛି |ତେବେ ଆମ ତରଫ ରୁ “ମାଲ ମହୁ ଜୀବନ ମାଟି” ର ଟିମ କୁ ଶୁଭେଚ୍ଛା ଓ ଏହି ଫିଲ୍ମ ଟି ଅନେକ ସଫଳ ହେଉ ବୋଲି ଆମେ ଆଶା କରୁଚୁ |ତେବେ ଅସୀମା ଏହି ଫିଲ୍ମ ରେ ଅଭିନୟ ଦର୍ଶକ ମନକୁ କେତେ ମାତ୍ର ରେ ଛୁଇଁବ ବୋଲି ଆପଣଙ୍କ ଆଶା ଅଛି ,ତାକୁ ଆମ କମେନ୍ଟ ମାଧ୍ୟମରେ ଜଣେଇ ଦିୟନ୍ତୁ

Loading...
Loading...
Share It
  • 402
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.