ତ୍ଵଚାର ଚମକ ପାଇଁ ଯତ୍ନ ନେବେ କିପରି ?

ଜୀବନଚର୍ଯ୍ୟା

ପ୍ରତ୍ୟେକ ମହିଳା ଚାହାଁନ୍ତି ସୁନ୍ଦର ଦେଖାଯିବାକୁ । ସେଥିପାଇଁ ତ ବ୍ୟବହାର କରନ୍ତି ବିଭିନ୍ନ ପ୍ରକାର ଦାମୀ କେମିକାଲ୍ ମିଶା ପ୍ରସାଧନ ସାମଗ୍ରୀ । ଯାହା ଦୀର୍ଘଦିନ ବ୍ୟବହାର ପରେ ତ୍ବଚା ଉପରେ କୁପ୍ରଭାବ ପକାଏ । ହେଲେ କମ୍ ଖର୍ଚ୍ଚରେ ଘରୋଇ ଜିନିଷ ବ୍ୟବହାର ଦ୍ଵାରା ମଧ୍ୟ ତ୍ଵଚାର ଯତ୍ନ ନେଇ ହେବ । କିପରି ସେ ବିଷୟରେ ଜାଣନ୍ତୁ …
=> ନଡ଼ିଆ ତେଲ :- ନଡ଼ିଆ ତେଲ ତ୍ବଚାରେ ଲଗାଇ ପାରିବେ । ରାତିରେ ଶୋଇବା ପୂର୍ବରୁ ପୁରା ଶରୀରରେ ନଡ଼ିଆ ତେଲ ମାଲିସ୍ କରନ୍ତୁ । ଏହା ଦ୍ଵାରା ତ୍ଵଚା ନରମ ରହିବା ସହ ସୁନ୍ଦର ଦେଖାଯିବ । ଯେଉଁମାନଙ୍କ ମୁଁହରେ ବ୍ରଣ ହେଉଥାଏ । ମୁହଁକୁ ଛାଡ଼ି ପୁରା ଶରୀରରେ ନଡ଼ିଆ ତେଲ ମାଲିସ୍ କରିପାରିବେ।
=> ଘିକୁଆଁରୀ:-  ସଫା ଓ ଉତ୍କଳ ତ୍ଵଚା ଚାହୁଁଥିଲେ ଘିକୁଆଁରୀ ତ୍ବଚାରେ ଘସନ୍ତୁ । ଏହାଦ୍ୱାରା ତ୍ବଚା ସଫା ଓ କୋମଳ ହୋଇଥାଏ।
=> ଅଲିଭ୍ ତେଲ :- ଅଲିଭ ତେଲ ତ୍ବଚା ପାଇଁ ଲାଭଦାୟକ । ଏଥିରୁ ଭିଟାମିନ୍-ଇ ମିଳିଥାଏ । ରାତିରେ ଶୋଇବା ସମୟରେ ଏହି ତେଲକୁ ମାଲିସ୍ କରନ୍ତୁ । ଅଲିଭ ଅଏଲ ଲଗାଇଲେ ତ୍ବଚା ସୁନ୍ଦର ହେବା ସହ ଦାଗ ଦୂର ହୋଇଥାଏ ।

=>  ଗୋଲାପ ଜଳ :- ପୁରାଦିନ ତ୍ବଚା ସତେଜ ରଖିବା ପାଇଁ ମୁହଁରେ ଗୋଲାପ ଜଳ ଲଗାନ୍ତୁ । ଯେତେବେଳେ ବି ତ୍ବଚା ଶୁଷ୍କ ଲାଗି ବ ଗୋଲାପ ଜଳ ଲଗାଇଲେ ଭଲ।

Loading...
  •  

Loading...
Share It
  • 12
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.