ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ…

ଜୀବନଚର୍ଯ୍ୟା

Image result for indian marriage wallpaperନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। ତେବେ ସଭ୍ୟ ସମାଜର ସ୍ଥାପନା ପ୍ରଥମେ ଋଷି ଶ୍ୱେତକେତୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେ ସମାଜରେ ସ୍ତ୍ରୀ-ସ୍ବାମୀ ସମ୍ପର୍କରେ ସାତଜନ୍ମର ପରିଭାଷାକୁ କରିଥିଲେ ସଂଯୁକ୍ତ। ପ୍ରଥମେ ତାଙ୍କ ଦ୍ୱାରା ବିବାହ ଭଳି ପବିତ୍ର ଅନୁଷ୍ଠାନ ଆରମ୍ଭ କରାଯାଇଥିଲା। ଶ୍ୱେତକେତୁ ଗୁରୁଭକ୍ତ ଅରୁଣିଙ୍କର ପୁତ୍ର ତଥା ଋଷି ଗୌତମଙ୍କ ବଂଶଜ ଥିଲେ। ଥରେ ସେ ମାତାପିତାଙ୍କ ସହିତ କଥାହେଉଥିବାବେଳେ ଜଣେ ପରିବ୍ରାଜକ ସେଠାରେ ପହଞ୍ଚି ତାଙ୍କ ମାତାଙ୍କୁ ସେଠାରୁ ନେଇଗଲେ। ଶ୍ୱେତକେତୁ ଏହାର ବିରୋଧ କଲେ। ତେବେ ପିତା ଅରୁଣି ପୁତ୍ରଙ୍କୁ ବୁଝାଇଲେ ଯେ, ପ୍ରଚଳିତ ନିୟମ ଅନୁସାରେ ନାରୀମାନେ ସ୍ବତନ୍ତ୍ର। ସେମାନେ ଯେ କୌଣସି ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିପାରିବେ। ଏହା ଶ୍ୱେତକେତୁଙ୍କ ମନରେ କରିଥିଲା ଗଭୀର ରେଖାପାତ। ଏହାପରେ ସେ ବିବାହ ପରମ୍ପରା ପ୍ରଚଳନ କରିଥିଲେ। ବିବାହ ପରେ ସ୍ତ୍ରୀ କିମ୍ବା ସ୍ବାମୀ ଅନ୍ୟ କାହା ସହିତ  ଶାରୀରିକ ସମ୍ପର୍କକୁ ପାପ ଭାବେ ପରିଗଣିତ କରାଯାଇଥିଲା। ଏହି ପରମ୍ପରାର ପ୍ରଚଳନ ଦ୍ୱାରା ସଭ୍ୟ ସମାଜର ସ୍ଥାପନା ହୋଇଥିଲା।

Loading...
Share It
  • 141
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.