ଦୁନିଆର ଏହି ସାତୋଟି ସ୍ଥାନକୁ ଆଜି ପର୍ଯ୍ୟନ୍ତ କାହାର ମଧ୍ୟ ଯିବାକୁ ସାହସ ହୋଇ ନାହିଁ,ସେହି ସ୍ଥାନ ଗୁଡିକର ନାମ ଶୁଣିଲେ ହିଁ ଲୋକମାନଙ୍କ ଝାଳ ଫୁଟି ଯାଏ।
ଦୁନିଆ ଟି ରାହସ୍ୟରେ ଭାରି ରହିଛି, ଏଠି ଏମିତି ବହୁତ ଗୁଡିଏ ସ୍ଥାନ ଅଛି ଯେଉଁଠିକି ମଣିଷକୁ ବାରମ୍ବାର ଯିବାକୁ ମନ ହୁଏ ଏବଂ ଏମିତି ବି ସ୍ଥାନ ଅଛି ଯେଉଁଠିକି ଯିବାକୁ ଇଚ୍ଛା ହୁଏନି । କେତେକ ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର । ଆପଣ ଏମିତି ବହୁତ ଗୁଡିଏ ଜାଗାର ନାମ ଶୁଣିଥିବେ ଯାହାକୁ କି ଲୋକମାନେ ଭୁତିୟା ବୋଲି କୁହନ୍ତି ଯେଉଁଠିକୁ ଯିବା ମନା । ଆଜିର ଏହି ପୋଷ୍ଟ ରେ ଆମେ ଦୁନିଆର ସାତୋଟି ସ୍ଥାନ ବିଷୟରେ ଆଲୋଚନା କରିବା ଯେଉଁଠିକି ଯିବା ବହୁତ ଭୟଙ୍କର ।
ସେଟିନାଲ ଆଇଲାଣ୍ଡ:
ଏହି ଆଇଲେଣ୍ଡ ଟି ଆଣ୍ଡାମାନ ଓ ନିକୋବର ଠାରେ ଅବସ୍ଥିତ । ଏହା ପୃଥିବୀର ସବୁଠାରୁ ଶେଷ ଭାଗ ଯେଉଁଠିକି ମଣିଷ ମାନେ ରୁହନ୍ତି କିନ୍ତୁ ଯିଏ ମଧ୍ୟ ଯିବ ଆଉ ଫେରି ପାରିବ ନାହିଁ । ଏଠାରେ ଏକ ପ୍ରକାରର ଆଦିବାସୀ ମାନେ ରୁହନ୍ତି, ବାହାରରୁ ଆସିଥିବା ଲୋକମାନଙ୍କୁ ଜୀବିତ ଛାଡ଼ନ୍ତି ନାହିଁ । ପ୍ରାୟ ଛ ହଜାର ବର୍ଷ ପୂର୍ବର ଆଦିବାସୀ ମାନଙ୍କୁ ଏହା ପସନ୍ଦ ନୁହଁ କି ତାଙ୍କ ଦ୍ବିପକୁ କିଏ ଆସୁ ।
ହୁଁଙ୍ଗସନ ମାଉଁଣ୍ଟେନ:
ଏହି ପର୍ବତ ଚାଇନାରେ ଅବସ୍ଥିତ । ଯଦି ଆପଣ ମରିବାକୁ ଡ଼ରନ୍ତିନି ଏବଂ ଆପଣଙ୍କୁ ଭୟଙ୍କର ସ୍ଥାନକୁ ଯିବାକୁ ଭଲ ଲାଗେ ତାହାହେଲେ ଆପଣ ଏହି ଜାଗାକୁ ଯାଇପାରିବେ । ଏହାର ରାସ୍ତା ପୁରା ଦୁନିଆରେ ପ୍ରସିଦ୍ଧ ତେଣୁ ଏହି ରାସ୍ତାକୁ ମୃତ୍ୟୁର ରାସ୍ତା ମଧ୍ୟ କୁହାଯାଏ । ଏହି ରାସ୍ତାରେ ଗୋଟେ ଛୋଟ ଭୁଲ ଆପଣକୁ ମୃତ୍ୟୁର ରାସ୍ତା ଦେଖେଇଦେବ । ଏହା ଦୁନିଆର ସବୁଠାରୁ ଭୟଙ୍କାର ପର୍ବତ ମଧ୍ୟରୁ ଗୋଟିଏ ।
ମଡର ଭେଲି:
ମେକ୍ସିକୋରେ ଏମିତି ଏକ ସହର ଅଛି ଯେଉଁଠିକି ପୋଲିସ ମଧ୍ୟ ଯିବାକୁ ଡରନ୍ତି, ଏହି ସହରକୁ ଲୋକମାନେ ମଡର ଭେଲି ନାମରେ ଯାଣନ୍ତି । ଦିନ ଥିଲା ଏହି ସହରର ଲୋକମାନେ ବହୁର ଭଲ ଜୀବନ ଯାପନ କରୁଥିଲେ,ଏହି ସହରର ମୁଖ୍ୟ କାମ କପା ଉତ୍ପର୍ଣ୍ଣ ଥିଲା । ସହର ଉପରେ ହୁକୁମ ଚଲେଇବା ଲୋଭରେ ଲୋକ ମାନେ ନିଜ ନିଜ ଭିତରେ ମରାପିଟା ହେଲେ । ଯେଉଁ ଠିକି ଜୀବନ ଏବେ ଡର ଏବଂ ମୃତ୍ୟୁ ଭିତରେ କାଟୁଛି ।
ଡେନାକିଲ ଡେଜରଟ:
ଏହା ଏଥିଓପିଆ ଦେଶର ମଧ୍ୟ ଭାଗରେ ଅବସ୍ଥିତ । ଏହା ଦୁନିଆର ସବୁଠାରୁ ଗରମ ଜାଗା ମଧ୍ୟରୁ ଗୋଟେ । ଅଠାର ତାପମାନ ୫୦ ଡିଗ୍ରୀରୁ ଅଧିକ ଥାଏ । ଏଠାରେ ବର୍ଷ ବର୍ଷ ଧରି ବର୍ଷା ହୁଏ ନାହିଁ । ଏଠାକୁ ଆସିଥିବା ବହୁତ ଗୁଡିଏ ଲୋକ ରାସ୍ତା ନପାଇ ମୃତ୍ୟୁ ବରଣ କରିଛନ୍ତି।
ରୋୟାଲ ପାଥ:
ସ୍ପେନର ରୋୟାଲ ପାଥ ଦୁନିଆର ଭୟଙ୍କର ଜାଗା ମଧ୍ୟରୁ ଗୋଟିଏ । ଏହି ଭୟଙ୍କାର ରାସ୍ତା ୩୦୦ ରୁ ୬୦୦ ଫିଟର ଉଚ୍ଚା ଏବଂ ଲମ୍ବ ୨ ମିଟର ଓ ଦର୍ଘ୍ୟ ୩ ଫିଟ । ଏହି ରାସ୍ତା ଟି ବନ୍ଦ କରାଯାଇଛି ହେଲେ ମଧ୍ୟ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଏହା ପ୍ରସିଦ୍ଧ । ଏହି ରାସ୍ତାରୁ ପଡି ବହୁତ ଗୁଡିଏ ଲୋକ ମାନେ ମୃତ୍ୟୁ ବରଣ କରିଛନ୍ତି।
ସାମରି ଆଇଲାଣ୍ଡ:
ବର୍ମାରେ ଅବସ୍ଥିତ ଏହି ଆଇଲେଣ୍ଡ ବହୁତ ଭୟଙ୍କର ଅଟେ । ଏଠାରେ ଅବସ୍ଥିତ ଜୀବ ଜନ୍ତୁ ବହୁତ ବଡ଼ ପ୍ରକାରେ ଲୋକମାନଙ୍କୁ କଷ୍ଟ ଦେଇସାରିଛନ୍ତି ଯେଉଁ କାରଣରୁ ଏହି ଆଇଲେଣ୍ଡ ର ନାମ ଗୁନିଜ ବହିରେ ଲେଖା ଯାଇଛି । ଏହି ଆଇଲେଣ୍ଡରେ ଯିବାକୁ ବହୁତ କମ ଲୋକ ହିଁ ସାହସ କରନ୍ତି ।
ସ୍ନେକ ଆଇଲାଣ୍ଡ:
ଦୁନିଆରେ ବହୁତ ପ୍ରଜାତି ର ସାପ ଦେଖୁବାକୁ ମିଳେ କିନ୍ତୁ ସମସ୍ତେ ବିଷାକ୍ତ ନୁହନ୍ତି । ଏମିତି ଆଉ କେତେକ ପ୍ରଜାତି ଅଛନ୍ତି ଯିଏକି ମିନିଟ ରେ ଅନ୍ୟର ଜୀବନ ନେଇପାରିବେ । ବ୍ରାଜିଲ ଆଇଲେଣ୍ଡ ଠାରୁ ପ୍ରାୟ ୯୦କିଲୋମିଟର ର ଦୂରରେ ଏହି ସାପଙ୍କ ଆଇଲେଣ୍ଡ ଅବସ୍ଥିତ । ଏଠାରେ ଦିନିୟାର ସବୁଠାରୁ ଭୟଙ୍କର ସାପ ଦେଖିବାକୁ ମିଳିବ । ଏଠିକୁ ଯେଉଁ ଲୋକମାନେ ଯାଆନ୍ତି ସେମାନେ ଫେରି ଆସନ୍ତି ନାହିଁ ।
- 393Shares