
ଓ୍ବାଶିଂଟନ୍:ବୈଜ୍ଞାନିକମାନେ ଲୋକଙ୍କ ଡିଏନ୍ଏ ସଂଗ୍ରହକରି ସେମାନଙ୍କ ମୁହଁର ପୁନର୍ଗଠନ କରିପାରିଛନ୍ତି। ଗବେଷଣା ପ୍ରତିଷ୍ଠାନରେ ହଜାର ହଜାର ଲୋକଙ୍କ (ଜିନୋମ୍) ଗୁଣସୂତ୍ରଭିତ୍ତିକ ତଥ୍ୟକୁ ଆଧାର କରି ସେମାନଙ୍କ ରୋଗ ସମ୍ବନ୍ଧରେ ଜଣାଯାଇପାରୁଛି। ଜେନେଟିକ୍ ସୂଚନା ସହିତ ମୁହଁର ଭଙ୍ଗୀ ଓ କଣ୍ଠସ୍ବର ମଧ୍ୟରେ ଥିବା ସମ୍ପର୍କକୁ ତୁଳନା କରି ଗବେଷକମାନେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନିବାକୁ ସମର୍ଥ ହୋଇଛନ୍ତି। ଏ ସମ୍ପର୍କରେ ଆମେରିକାସ୍ଥିତ କମ୍ପାନୀ ହ୍ୟୁମ୍ୟାନ୍ ଲଞ୍ଜିଭିଟି ଇଙ୍କ୍ର ଗବେଷକ କ୍ରେଗ୍ ଭେଣ୍ଟର କହନ୍ତି, ଜଣେ ବ୍ୟକ୍ତିର ପରିଚୟ ଜାଣିବା ପାଇଁ ଗୁଣସୂତ୍ରରୁ ସବୁ ପ୍ରକାର ସୂଚନା ମିଳିପାରିବ। ଏହା ମଧ୍ୟ ଫୌଜଦାରି ଅଦାଲତଗୁଡ଼ିକରେ ଲୋକଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଛି। ଗବେଷକମାନେ ୧୦ଜଣ ଲୋକଙ୍କ ଗୁଣସୂତ୍ର ସଂଗ୍ରହ କରି ସେମାନଙ୍କ ମୁହଁ ଚିହ୍ନିବାରେ ୮୦% ସଫଳତା ହାସଲ କରିପାରିଛନ୍ତି। ବର୍ତ୍ତମାନ ଗୁଗଲ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆ କୌଣସି ବ୍ୟକ୍ତିର ଖୋଜିବା ପଦ୍ଧତି ଏବଂ ତାଙ୍କର ଇମେଲ୍କୁ ଭିତ୍ତିକରି ବିଜ୍ଞାପନ ଦେଉଛନ୍ତି। ଆପଣଙ୍କର ଗୁଣସୂତ୍ରରେ କ’ଣ ଅଛି, ଆପଣ କି ପ୍ରକାର ସାମଗ୍ରୀ ଅନ୍ବେଷଣରେ ଅଛନ୍ତି ତାହାକୁ ଲକ୍ଷ୍ୟକରି ଆପଣଙ୍କ ନିକଟକୁ ବିଜ୍ଞାପନ ଛଡାଯାଉଛି ବୋଲି ଭେଣ୍ଟର କହିଛନ୍ତି। ସ୍ବାସ୍ଥ୍ୟବୀମା କରାଉଥିବା କମ୍ପାନୀଗୁଡ଼ିକ କୌଣସି ବ୍ୟକ୍ତିର ଜିନୋମ୍ ତଥ୍ୟ ବ୍ୟବହାର କରି ଉକ୍ତ ବ୍ୟକ୍ତି ଭବିଷ୍ୟତରେ କି ପ୍ରକାର ରୋଗରେ ପଡିବା ଆଶଙ୍କା ଅଛି ତାହା ଜାଣି ତଦନୁଯାୟୀ ବୀମା ବାବଦ ପ୍ରିମିିୟମ୍ ପରିବର୍ତ୍ତନ କରାଯାଇପାରିବ।
Loading...
Share It
- 2Shares