ଦୀପାବଳିରେ ବାଣ ବିକ୍ରି ହୋଇପାରିବ – ସୁପ୍ରିମ କୋର୍ଟ

ଓଡିଶା ଦେଶ ବିଦେଶ ନ୍ୟୁଜ୍

Image result for diwali pataka shop

ନୂଆଦିଲ୍ଲୀ: ଚଳିତ ଦୀପାବଳିରେ ବାଣ ବିକ୍ରି ପାଇଁ ସୁପ୍ରିମ୍‌ କୋର୍ଟ ମଙ୍ଗଳବାର ସବୁଜ ସଙ୍କେତ ଦେଇଛନ୍ତି। ତେବେ ଅନ୍‌ଲାଇନ୍‌ରେ ବାଣ ବିକ୍ରିକୁ ବାରଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଚାରପତି ଏ.କେ. ସିକରି ଏବଂ ଅଶୋକ ଭୂଷଣଙ୍କ ନେତୃତ୍ୱର ଗଠିତ ୨ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ରାୟକୁ ଖଣ୍ଡପୀଠଙ୍କ ପକ୍ଷରୁ ଅଗଷ୍ଟ ୨୮ରେ ସଂରକ୍ଷିତ ରଖାଯାଇଥିଲା। ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବାଣ ବିକ୍ରି କରିପାରିବେ ବୋଲି କୋର୍ଟ  ସୂଚନା ଦେଇଛନ୍ତି। ତେବେ ନଭେମ୍ବର ୭ ତାରିଖ ରାତି ୮ଟା ଠାରୁ  ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କୋର୍ଟ ଜାରି କରିଛନ୍ତି ନିର୍ଦ୍ଦେଶ। ସୂଚନାଯୋଗ୍ୟ, ଗତ ବର୍ଷ ଦିଲ୍ଲୀ ଏନସିଆର୍‌ରେ ବାଣ ବିକ୍ରି ନିଷେଧ କରାଯାଇଥିଲା ।

Loading...
Loading...
Share It
  • 5
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.