ଦେଖି ହେବନି ସେ ଦୁଃଖ କହିହେବନି ସେ କଥା , ଦୀପ ତଳ ଅନ୍ଧାର , ଯାଜପୁର ବ୍ଲକରେ ଅକୁହା ଅବସ୍ଥାରେ ବୃଦ୍ଧ ବୃଦ୍ଧା

ଓଡିଶା ନ୍ୟୁଜ୍

#ଦୟାକରି_ସମ୍ପୂର୍ଣ୍ଣ_ପଢ଼ିବା_ସହିତ_Share_କରନ୍ତୁ#ଯେପରି_ପ୍ରଶାସନଙ୍କ_ଦୃଷ୍ଟିରେ_ପଡ଼ିବ🙏🙏🙏

ଯାଜପୁର ଜିଲ୍ଲାର #ମହେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ #ବ୍ରାହ୍ମଣବାଛପୁର ଗ୍ରାମର #ବାଜନ_ପରିଡା ଓ ତାର ପତ୍ନୀ #ନଳିନୀ_ପରିଡା, କି ଅବସ୍ଥାରେ ଅଛନ୍ତି ଆପଣ ମାନେ ଫଟୋରୁ ଯାହା ଦେଖୁଛନ୍ତି ବାସ୍ତବରେ ତାହାଠାରୁ ବହୁ ଅଧିକ।ଗତ ୪ତାରିଖ ରାତ୍ରିରେ ମା ନଳିନୀ ରୋଷେଇ କରୁଥିବା ସମୟରେ ତାଙ୍କର ଝାଟି ମାଟି ଘରର କାନ୍ଥ ଭୁଶୁଡ଼ି ତାଙ୍କ ଅଣ୍ଟା ଉପରେ ପଡିଥିଲା। ୫ତାରିଖ ଦିନ #ନୂଆ_ଆଲୋକ ଅନୁଷ୍ଠାନ ସଦସ୍ୟ ଯାଜପୁର ଟାଉନ ବଡ ମେଡିକାଲ କୁ ଚିକିତ୍ସା ନିମନ୍ତେ ନେଇଥିଲେ। ବାଜନ ବର୍ତ୍ତମାନ ଶଯ୍ୟାଶାୟୀ। ବୁଢୀ ବାର୍ଦ୍ଧ୍ୟକ୍ୟର ଆପରାହ୍ନରେ, ବୁଢା ବାଜନ ପରିଡା ପକ୍ଷାଘାତ ରୋଗରେ , କେହି ନାହିଁ ଆହା ପଦେ କହିବାକୁ । ଯାହା ପଡିଶା ଘର ସାହା ହେଉଛନ୍ତି ଏବଂ ସେହି ଅଞ୍ଚଳ ର ଯୁବ ପିଢ଼ି ମଧ୍ୟ ଏହି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି । କରୋନାର ଦାରୁଣ ଦୁଃଖ ଏହି ଦୁଇ ବୁଢା ବୁଢୀ ପାଇଁ ସତେ ଅବା ଦାଉ ସାଜିଛି । ନୂଆ ଆଲୋକ ଅନୁଷ୍ଠାନ ତରଫରୁ ସେହି ପରିବାର ପାଖେ ଖାଦ୍ୟ ପାନୀୟ ଆଦି ଅନୁଷ୍ଠାନ ତରଫରୁ ଦେଇ ଆସିଛନ୍ତି । ଅନ୍ୟତମ ସଦସ୍ୟ ଗୋପାଳ ସାମଲ ସେହି ଦୁଃଖି ପରିବାର କଥା ବୁଝା ସୁଝା କରୁଛନ୍ତି । ବୁଢା ସିମେଣ୍ଟ ଅଖା ପାଲ ଖଣ୍ଡକ ଉପରେ ମାଟି ଅଣ୍ଡାଳି ଘୁସୁରୁଚି । ଓଃ ଏମିତି କଷ୍ଟରେ ଲୋକେ ସଂସାରରେ ଅଛନ୍ତି । ତାହା ପ୍ରତ୍ୟେକ୍ଷ ଦର୍ଶୀ ହିଁ ଅନୁଭବ କରିବ । ତେବେ ନୂଆ ଆଲୋକ କହିଛି ଆମ ଅସହଯୋଗ ସମୁଦ୍ର ଓ ଅଙ୍କ୍ଷେ ପରି । ପ୍ରଶ୍ନ ଉଠେ ସରକାର କିମ୍ବା ପଂଚାୟତ ସରପଞ୍ଚ କଣ କରିଛନ୍ତି । ଜଣ ଯାଇଛି ଯେ ବହୁ ପୂର୍ବରୁ ଝିଅ ବାହା ଘର ପାଇଁ ସେ ଡିହ ଖଣ୍ଡକ ଇ ବିକ୍ରି କରା ଯାଇଛି । ଅନୁକମ୍ପାର ଆଶ୍ରୟରେ ବୃଦ୍ଧ ବୃଦ୍ଧା । ଏମିତି ଦୟନୀୟ ଅବସ୍ଥାରେ ଯାଜପୁର ପରି ଜିଲ୍ଲା ରେ ଯାହାକୁ ଆଜି 2nd ଭୁବନେଶ୍ୱର ବୋଲି କେହି ଏହି କହିଲେନି । ଯାଜପୁର ବ୍ଲକ ଅଧୀନରେ , ସ୍ୱୟଂ ବବି ବାବୁ ଯେଉଁ ସ୍ଥାନ ର ବିଧାୟକ । ସେଠାରେ ଏହି ଅବସ୍ଥାରେ କାଳ ବିତାଉଥିବା ମଣିଷ କଥା ଭାବିଲେ ଦୁଃଖ ଆସେ । ତେବେ ଦୀପ ତଳ ଅନ୍ଧାର ଏହି ଉକ୍ତି ବି ଭୁଲ ନୁହଁ ।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.