ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ବିଜେପିର ବିଶୋଦ୍ଗାର

ଓଡିଶା ନ୍ୟୁଜ୍

କୋଣାର୍କ,୨୩/୦୨(ଜ୍ଞାନ ବିଶ୍ୱାଳ)- ରାଜ୍ୟ ଭାଜପା ଯୁବ କୃଷକ ମୋର୍ଚାର ସଭାପତି ଅଶୋକ ସେଠୀ ଙ୍କ ନେତୃତ୍ୱରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୨ ନମ୍ବର ଜୋନ ବାଲିକପିଳେଶ୍ୱର ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ କମିଟିର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ନେଇ ବାବା ବାଲିକପିଳେଶ୍ୱରଙ୍କ ପିଠରେ ଏକ ସଂକଳ୍ପ ସମାବେଶର ଆୟୋଜନ ହୋଇଯାଇଛି। କାର୍ଯ୍ୟକାରିଣୀ କମିଟିର ସଭାପତି ଶାନ୍ତନୁ କୁମାର ଦଳାଇଙ୍କ ସଭାପତିତ୍ୱରେ ଯୁବ ମୋର୍ଚାର ସଭାପତି ଦିଲିପ ପ୍ରଧାନ, ବନାଖଣ୍ଡି ପଞ୍ଚାୟତ ସଭାପତି ବିଜୟ କୁମାର ସ୍ୱାଇଁ, ତରକୋର ପଞ୍ଚାୟତ ସଭାପତି ଛବିନ୍ଦ୍ର ବେହେରା, ବଡଗାଁ ପଞ୍ଚାୟତ ଉପସଭାପତି ସୁଦାମ ସାହୁ, ମଣ୍ଡଳ ମହିଳା ମୋର୍ଚା ସଂପାଦିକା ରୀନାରାଣୀ ଜେନା, ଯୁବ କାର୍ଯ୍ୟକର୍ତା ବିକାଶ ପ୍ରଧାନ, ନିରଞ୍ଜନ ସ୍ୱାଇଁ, ଶାନ୍ତନୁ ପାତ୍ର, ଶ୍ରୀଧର ସ୍ୱାଇଁ, ରବିନ୍ଦ୍ର ଖଟୋଇ, ଶିବନାରାୟଣ ମୁରୁଡି, ଭାନୁମତୀ କାଣ୍ଡୀ, ଗୋପାଳଚନ୍ଦ୍ର ମହାରଥା, ଛବିନ୍ଦ୍ର  ସାମନ୍ତରାୟ, ନିରଂଜନ ପାଇକରାୟ, ସୁଦର୍ଶନ ଗୋଛାୟତ, ଅଲେଖ ଗୋଛାୟତ, ପ୍ରଦୂମ୍ନ କରଣ, ଲିଙ୍ଗରାଜ ମଲ୍ଲିକ, ମମତା ସାହୁ, ବିକ୍ରମ ମଲିକ, ଜେମା ସାହୁ, ଜଶୋବନ୍ତ ଶାସମଲ, ବନମାଳୀ ବେହେରା, ସନ୍ତୋଷ ପାଣ୍ଡୀ, ବୈକୁଣ୍ଠ ଗୋଛାୟତ, ପ୍ରଶାନ୍ତ ବେହେରା, ପ୍ରତାପ ଜେନା, ରମେଶ ସ୍ୱାଇଁ, ଗୋବର୍ଧନ ନାୟକ ଆଦି ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ ନେଇ ଭାରତୀୟ ଜନତା ପାର୍ଟି ପ୍ରତି  ସମର୍ପଣର ସଂକଳ୍ପ ନିଆଯାଇଥିଲା। ପରେ ସହୀଦ ପରିବାରଙ୍କୁ ଅପମାନ କରିଥିବା ଦେବାଶିଷ ସାମନ୍ତରାୟଙ୍କ ବିରୁଦ୍ଧରେ ବିଶେଦଗାର କରାଯିବ ସହ ଉକ୍ତ ଦିବସକୁ ଲଜ୍ଜା ଦିବସ ପାଳନ କରିବା ସହ ତାଙ୍କର କୁଶ ପୁତଳିକା ଦାହ କରାଯାଇଥିଲା।

Loading...
Loading...
Share It
  • 9
    Shares

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.