ଦଣ୍ଡ ଦେଇଛନ୍ତି ଭଗବାନ୍, ୧୮୮୯ରେ ଜନ୍ମିତ ଏହି ମହିଳା ଦେଖିଛନ୍ତି ନିଜ ସବୁ ପିଲାଙ୍କ ମୃତ୍ୟୁ

ବିଶେଷ

ଵିଶ୍ଵର ବୟସ୍କ ମହିଳା କୋକୁ ଇସ୍ତାମବୁଲୋବା । ୧୮୮୯ରେ ଋଷର ଚେନାୟାରେ ଜନ୍ମିତ ଏହି ମହିଳାଙ୍କ ବୟସ ହେବ ପ୍ରାୟ ୧୨୯ ବର୍ଷ । କିନ୍ତୁ ନିଜର ଏହି ଲମ୍ବା ଜୀବନକୁ ଅଭିଶାପ ବୋଲି ମାନନ୍ତି କୋକୁ । ତାଙ୍କ କହିବା ଅନୁଯାୟୀ ଏତେ ଲମ୍ବା ଆୟୁଷ ଦେଇ ଦଣ୍ଡ ଦେଇଛନ୍ତି ଭଗବାନ୍ । କାରଣ ନିଜ ପରିବାରର ସମସ୍ତ ପିଲାଙ୍କ ମୃତ୍ୟୁ ଦେଖିଛନ୍ତି ସେ , ଯାହା ଅତ୍ୟନ୍ତ ଦୁଃଖଦାୟକ ତାଙ୍କ ପାଇଁ ।

ମୃତ୍ୟୁ ଭୁଲି ଯାଇଛି ଘରର ରାସ୍ତା :

world-oldes-woman-Russia-କୋକୁଙ୍କ କହିବା ଅନୁଯାୟୀ ସେ ଅନେକ ଯୁଦ୍ଧ ଏବଂ ବିନାଶ ଦେଖିଛନ୍ତି । ହେଲେ ମୃତ୍ୟୁ ଆସୁନାହିଁ ଏଯାଏଁ । ବୋଧେ ଯମରାଜା ତାଙ୍କ ଘରର ରାସ୍ତା ଭୁଲିଯାଇଛନ୍ତି । କୋକୁଙ୍କ ସବୁଠାରୁ ସାନ ଝିଅଙ୍କ ଦେହାନ୍ତ ପରେ ୧୭ ବର୍ଷର ନାତୁଣୀ ମଦିନା ଏବେ ତାଙ୍କର ଦେଖାଶୁଣା କରୁଛି । ତେବେ ଏହି ବୟସରେ ଆଇଙ୍କର କେବଳ ଆଖି ଦୁର୍ବଳ ହୋଇଛି ହେଲେ ସେ ସର୍ବଦା ଦୁଃଖି ରହୁଛନ୍ତି ବୋଲି କହିଛନ୍ତି ମଦିନା ।

ଜୀବନରେ କେବଳ ଗୋଟିଏ ଦିନ ହୋଇଥିଲେ ଖୁସି :

୧୨୯ ବର୍ଷର କୋକୁଙ୍କ ଏହି ଲମ୍ବା ଜୀବନରେ କେବଳ ଗୋଟିଏ ଦିନ ଖୁସି ହୋଇଥିଲେ । ଆଉ ଏହି ଦିନଟି ସେହିଦିନ ଥିଲା ଯେଉଁଦିନ ଯୁଦ୍ଧ ପରେ ସେ ସ୍ବାଧୀନ ହୋଇଥିଲେ । ସ୍ବାଧୀନତା ପରେ ନୂଆ ଘର ସେ ନିଜ ହାତରେ ତିଆରି କରିଥିଲେ । କୋକୁ ଜଣେ ନିରାମିଷାଶି । ହେଲେ ଏବେ ତାଙ୍କର ଖାଦ୍ୟ ବହୁତ୍ କମିଯାଇଛି । କେବଳ ଅଧିକ କ୍ଷୀର ପିଉଛନ୍ତି ।

Loading...

ଲମ୍ବା ଆୟୁଷ ପାଇ କିଛି କରିନାହାଁନ୍ତି :

Old-Women-7କୋକୁଙ୍କ କୁହନ୍ତି ତାଙ୍କର ଲମ୍ବା ଜୀବନ କେବଳ ଭଗବାନଙ୍କ ଇଛା । କିନ୍ତୁ ସେ ନିଜେ ଏଥିପାଇଁ କରିନାହାଁନ୍ତି କି କରୁନାହାଁନ୍ତି ମଧ୍ୟ । ହେଲେ ଏବେ ମୁଁ ଥକି ଯାଇଛି ଏବଂ ଭଗବାନ ମତେ ଦଣ୍ଡ ଦେଉଛନ୍ତି ବୋଲି କହିଛନ୍ତି କୋକୁ ।

Loading...
Share It
  • 120
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.